ଜମ୍ମୁ-କଶ୍ମୀର ଆତଙ୍କବାଦୀ ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦଙ୍କୁ ହତ୍ୟା …

ରାଓ୍ବଲପିଣ୍ଡି,୨୧।୨ : ଜମ୍ମୁ-କଶ୍ମୀର ଆତଙ୍କବାଦୀ ତଥା ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦ ପିରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ରାୱଲପିଣ୍ଡିରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଶିର ନମାଜ ପାଠ କରିବା ପରେ ମସଜିଦରୁ ବାହାରି ଏକ ଦୋକାନରେ ଅଟକି ଯାଇଥିଲେ, ସେତେବେଳେ ତାଙ୍କୁ ଗୁଳି କରାଯାଇଥିଲା। ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣାରେ ବଶିର ସମ୍ପୃକ୍ତ ଥିଲେ। ସେ ହିଜବୁଲର ଆତଙ୍କବାଦୀ ଅପରେଶନର ଶୀର୍ଷ କମାଣ୍ଡର ଥିଲେ।

ବର୍ତ୍ତମାନ ସୁଦ୍ଧା ବଶିରଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ, ଯଦିଓ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଦୋକାନ ବାହାରେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହି ଆତଙ୍କବାଦୀଙ୍କୁ ଭାରତକ ସରକାର ଅଧିକ ଖୋଜୁଥିଲେ। ବର୍ତ୍ତମାନ ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ସରକାର ନୀରବ ରହିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାରଙ୍କ ତରଫରୁ କୌଣସି ବିବୃତ୍ତି ଦିଆ ଯାଇନାହିଁ।

ସୂଚନାଯୋଗ୍ୟ ଯେ ଗତ ୨୦୨୨ ବର୍ଷ ଅକ୍ଟୋବର ୪ ରେ କେନ୍ଦ୍ର ସରକାର ଇମତିଆଜ ଆଲାମ ଓରଫ ବଶିର ଅହମ୍ମଦ ପିରଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ୟୁଏପିଏ ଅଧୀନରେ ଆତଙ୍କବାଦୀ ଘୋଷଣା କରିଥିଲେ। ବଶିର ଦୀର୍ଘ ସମୟ ଧରି ପାକିସ୍ତାନରେ ରହୁଥିଲେ ଏବଂ ସେଠାରୁ ସେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ଘଟାଉଥିଲେ। ଗତ ବର୍ଷ ବିଜ୍ଞପ୍ତି ଜାରି କରିବାବେଳେ ଭାରତ ସରକାର କହିଥିଲେ ଯେ ବଶିର ଅହମ୍ମଦ ହିଜବୁଲ ମୁଜାହିଦ୍ଦିନ ଏବଂ ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି । ଆତଙ୍କବାଦୀଙ୍କୁ ଏକତ୍ର କରିବା ସହିତ ସେ ଅନଲାଇନ ନୂତନ ନିଯୁକ୍ତି କାର୍ଯ୍ୟକଳାପରେ ଜଡିତ ଥିଲେ।

ବଶିର ମୂଳତଃ ଜମ୍ମୁ-କଶ୍ମୀରର କୁପୱାରାର ବାବରପୋରା ଅଞ୍ଚଳର ବାସିନ୍ଦା ଥିଲେ। ସେ ହିଜବୁଲ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ସହ ଅତି ନିକଟତର ଥିବା ଏବଂ ତାଙ୍କ ସହ ପାକିସ୍ତାନ ଯାଇଥିବା କୁହାଯାଉଥିଲା। ଗତ କିଛି ବର୍ଷ ଧରି ରାୱଲପିଣ୍ଡିରେ ରହୁଥିଲେ ଏବଂ ସେଠାରୁ ଆତଙ୍କବାଦୀ ଷଡଯନ୍ତ୍ର ଭାରତ ବିରୋଧରେ ରଚୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri