ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍‌ୟୁ-୬୧୫୯  ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ଥିବା ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି  ଶତାଧିକ କେନ୍ଦୁପତ୍ର ବସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଥିବା ଦେଖାଯାଇଥିଲା। ଏହି ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ।

 

ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ
କୋରାପୁଟ,୧୯ା୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ନିକଟ ରେଲଓ୍ବେ ଓଭର ବ୍ରିଜ୍‌ର ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି ୨୬ ନମ୍ବର ଜାତୀୟ ରାଜପଥ ପ୍ରାୟ ଅଧଘଣ୍ଟା ଧରି ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ରହିଥିଲା। ରବିବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ଜଣାଯାଇଛି।

କୋରାପୁଟରେ ଥିବା ରେଲଓ୍ବେ ଓଭର ବ୍ରିଜଠାରେ ଆଜି ଏପରି ଘଟଣା ପ୍ରଥମ  ଘଟିନାହିଁ। କିଛି ବର୍ଷ ତଳେ ବିଶାଖାପାଟଣାରୁ ଭାୟା ନଗରନାର ଆଳୁମିନିୟମ ପ୍ଲାଣ୍ଟକୁ ଯାଉଥିବା ମେକ୍‌ ମେଶିନ ଏହି ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ବାଜି ଦୁଇ ଦିନ ଧରି ଜାତୀୟ ରାଜପଥର ଏକ ପାର୍ଶ୍ୱ ଜାମ୍‌ ରହିଥିଲା। ସେହିପରି ଏ ଦିଗରେ ରେଲଓ୍ବେ କର୍ତ୍ତୃପକ୍ଷ ମଧ୍ୟ ସଠିକ୍‌ ପଦକ୍ଷେପ ଗ୍ରହଣ କରୁ ନ ଥିବା ଏବଂ ବାରମ୍ବାର ଏପରି ଘଟଣା ଘଟୁଥିବାେବେଳ ମାଲ୍‌ ପରିବହନ କରୁଥିବା ଟ୍ରକ୍‌ ମାଳିକମାନେ କୋରାପୁଟର ଏହି ଜାଗାରେ କେତେ ଉଚ୍ଚତା ରହିଛି, ସେହି ଉଚ୍ଚତାରେର ମାଲ୍‌ ପରିବହନ ନେଇ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣ ଯାତ୍ରୀଙ୍କୁ ଏହି ଅସୁବିଧା ସହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

କୋରାପୁଟ,୨୬।୧୨(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri