ଏଇ ଭାରତରେ

କର୍ନାଟକରେ ଧର୍ମୀୟ ଭାଇଚାରାର ଏକ ଦୃଷ୍ଟାନ୍ତ ସାମ୍‌ନାକୁ ଆସିଛି। କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହ ପରିସରରେ ଉଭୟ ଶିବରାତ୍ରି ପାଳନ କରାଯିବା ସହ ନମାଜ ପାଠ କରାଯାଇଛି। ଦରଗାହରେ ହିନ୍ଦୁମାନଙ୍କୁ ଶିବରାତ୍ରି ପାଳନ କରିବା ଏବଂ ମୁସଲମାନମାନଙ୍କୁ ନମାଜ ପାଠ କରିବା ପାଇଁ ୱାକଫ୍‌ ଟ୍ରିବ୍ୟୁନାଲ ଶୁକ୍ରବାର ଅନୁମତି ଦେଇଥିଲେ। ଡେପୁଟି କମିଶନର ଯଶବନ୍ତ ଗୁରୁକରଙ୍କ ଅନୁଯାୟୀ, ଶନିବାର ଉର୍ସ ପର୍ବ ପାଇଁ ମୁସଲମାନମାନଙ୍କୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିବାବେଳେ ଶିବରାତ୍ରି ପୂଜା ପାଇଁ ହିନ୍ଦୁମାନଙ୍କୁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏଣ୍ଡୋଲା ମଠର ସିଦ୍ଧଲିଙ୍ଗ ସ୍ବାମୀ ଏବଂ ହିନ୍ଦୁ ସମ୍ପ୍ରଦାୟର ଅନ୍ୟ ୧୪ ଜଣ ଦରଗାହ ଭିତରେ ପୂଜା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚତୁର୍ଦ୍ଦଶ ଶତାବ୍ଦୀର ସୁଫି ସନ୍ଥଙ୍କ ନାମରେ ଏହି ଦରଗାହର ନାମକରଣ କରାଯାଇଛି, ଯିଏ ତାଙ୍କର ଦାର୍ଶନିକ ଦୃଷ୍ଟିକୋଣ ପାଇଁ ପ୍ରସିଦ୍ଧ ଥିଲେ। ୧୫ ଶତାବ୍ଦୀର ସାଧୁ ରାଘବ ଚୈତନ୍ୟଙ୍କ ସମାଧି ମଧ୍ୟ ଏଠାରେ ଅଛି। ଏଠାରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି। ବହୁ ବର୍ଷ ଧରି ମୁସଲମାନ ଏବଂ ହିନ୍ଦୁମାନଙ୍କ ପାଇଁ ଏହା ଏକ ସାଧାରଣ ପୂଜାପାଠ ସ୍ଥଳ ହୋଇଆସୁଛି। ତେବେ ୨୦୨୧ ମସିହାରେ ଏହି ଦରଗାହକୁ ନେଇ ଉତ୍ତେଜନା ଦେଖାଦେଇଥିଲେ ବି ଏହାର ସମାଧାନ କରି ପୁନର୍ବାର ଉଭୟ ସମ୍ପ୍ରଦାୟ ସେମାନଙ୍କ ପର୍ବ ମହାଆନନ୍ଦରେ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri