Posted inଜାତୀୟ

ବିରାଟ ରାଜା ପଧାନଙ୍କୁ ବିଜ୍ଞାନ ସଂଚାରକ ଜାତୀୟ ସମ୍ମାନ

ଲକ୍ଷ୍ନୌ,୧୭ା୨: ଲକ୍ଷ୍ନୌସ୍ଥିତ ବାବା ଭୀମ ରାଓ ଆମ୍ବେଦକରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଜନପ୍ରିୟ ବିଜ୍ଞାନ ଲେଖକ ତଥା ବିଜ୍ଞାନ ସଞ୍ଚାରକ ବିରାଟ ରାଜା ପଧାନଙ୍କୁ ପ୍ରଫେସର ହରିଶଙ୍କର ଶ୍ରୀବାସ୍ତବ ଜାତୀୟ ବିଜ୍ଞାନ ସଂଚାରକ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟସ୍ଥିତ ଅଟଳ ବିହାରୀ ବାଜପେୟୀ ଅଡିଟରିୟମଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଉତ୍ତର ପ୍ରଦେଶ ସରକାରଙ୍କ ଜଳ ଶକ୍ତି ବିଭାଗୀୟ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଧାନଙ୍କୁ ମାନପତ୍ର, ଉପଢୌକନ, ଅନୁଷ୍ଠାନର ଆଜୀବନ ସଦସ୍ୟତା ଏବଂ ୨୦୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମବିଭୂଷଣ ଅନିଲ ଯୋଶୀ,ନେହୁ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ସରୋଜ କୁମାର ବାରିକ, ପ୍ରଫେସର ରାଣା ପ୍ରତାପ ସିଂହ ପ୍ରମୁଖ ଏହି ସମ୍ମାନ ସମାରୋହରେ ଉପସ୍ଥିତ ଥିଲେ।

ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବେଙ୍କମୁରାଠାରେ ଏକାରାମ ପଧାନ ଓ ଶଙ୍କରାବତି ପଧାନଙ୍କ ଔରସରୁ ଜନ୍ମିତ ଶ୍ରୀ ପଧାନ ୧୯୯୭ରୁ ବିଭିନ୍ନ ବିଜ୍ଞାନ ରଚନାରେ ନିମଗ୍ନ। ସେହିପରି ବିଜ୍ଞାନର ପ୍ରଚାର ପ୍ରସାର ଦିଗରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ସେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ତାଙ୍କର ଲେଖାଗୁଡିକ ଶୈଶବ, ମନପବନ, ଯୁଗୋପଯୋଗୀ ସୁବର୍ଣ୍ଣଦୀପ,ସଂସାର,ଧରିତ୍ରୀ,ସମାଜ, ପ୍ରଗତିବାଦୀ,ସମୟ,ସକାଳ,ପ୍ରମେୟ ଆଦି ବହୁ ପତ୍ରପତ୍ରିକାରେ ପ୍ରକାଶିତ ଓ ଉଚ୍ଚ ପ୍ରଶଂସିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

କ୍ୱିଭ ଉପରେ ପୁଣି ମିଶାଇଲ ସହ ଡ୍ରୋନ ଆକ୍ରମଣ କଲା ରୁଷିଆ, ପରିସ୍ଥିତି ଜଟିଳ

କ୍ୱିଭ,୨୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବା ପରି ମନେ ହେଉଛି।...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri