ତହସିଲରୁ ହଟିବେ ମଧ୍ୟସ୍ଥ, କାର୍ଯ୍ୟକାରୀ ହେବ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଏଣିକି ଲୋକଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବ ନାହିଁ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ଯନ୍ତ୍ରଣାରୁ ମୁକ୍ତି ମିଳିବ। ସମୟ ସାଙ୍ଗକୁ ଖର୍ଚ୍ଚ ମଧ୍ୟ କମିବ। ସରକାରୀ ଦପ୍ତରରେ ଜନସାଧାରଣ ଭିଡ଼ ହ୍ରାସ କରିବା ପାଇଁ ୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ। ଏଥିସହ ସପ୍ତାହକୁ ୨ରୁ ୩ ଦିନ ନିୟମିତ କ୍ୟାମ୍ପ୍‌ କୋର୍ଟ ଆୟୋଜନ କରାଯିବ। ପଞ୍ଜୀକରଣ କାର୍ଯ୍ୟାଳୟରେ ଅଧିକ ସ୍ବଚ୍ଛତା ଏବଂ ମଧ୍ୟସ୍ଥଙ୍କୁ ହଟାଇବା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ ହେବ। ଅନ୍‌ଲାଇନ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ। ଆବଶ୍ୟକ ସ୍ଥଳେ ଅଧିକ ପଞ୍ଜୀକରଣ କାର୍ଯ୍ୟାଳୟ, ଆର୍‌ଆଇ ସର୍କଲ ଖୋଲାଯିବ। କୋଣାର୍କ ଇକୋ-ରିଟ୍ରିଟ୍‌ଠାରେ ବରିଷ୍ଠ ଅଧିକାରୀ ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସମସ୍ତ ଜିଲା, ସବ୍‌ଡିଭିଜନ ଓ ତହସିଲରେ ଓସ୍ବାସ୍‌ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ରହିଛି। ରାଜସ୍ବ ବୋର୍ଡଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜସ୍ବ କାର୍ଯ୍ୟାଳୟର ସମ୍ପୃକ୍ତ ରେକର୍ଡଗୁଡ଼ିକର ଡିଜିଟାଇଜେଶନ୍‌ ଚାଲିଥିବା ଆଲୋଚନାରୁ ଜଣାପଡ଼ିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ କଟକ, ଖୋର୍ଦ୍ଧା ଓ ବୌଦ୍ଧ ଜିଲାପାଳ ଆଲୋଚନାରେ ଭାଗନେଇ ରାଜସ୍ବ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ୨୦୨୨ରେ ପ୍ରାୟ ୨ ଲକ୍ଷ ଜମିପଟ୍ଟା ସଂଶୋଧନ କରାଯାଇ ସ୍ପିଡ୍‌ ପୋଷ୍ଟ ଜରିଆରେ କିମ୍ବା ରାଜସ୍ବ ରଥ ଦ୍ୱାରା ହିତାଧିକାରୀଙ୍କ ନିକଟକୁ ପଠାଯାଇଛି। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଭାରତର ୭୫ ଜିଲା ମଧ୍ୟରୁ ଓଡ଼ିଶାର ୨୦ ଜିଲା ୬ଟି ମାନଦଣ୍ଡରେ ୯୯ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ କେନ୍ଦ୍ର ସରକାର ପ୍ଲାଟିନମ୍‌ ପୁରସ୍କାର ପ୍ରଦାନ କରିବେ। ନିକଟରେ ୮୦ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମ ଜରିଆରେ ଶୁଣାଣି ପରେ ପ୍ରାୟ ୩,୦୦୦ ମାମଲାର ଫଇସଲା କରାଯାଇଛି। ତ୍ୱରିତ ଓ ନିର୍ଭୁଲ ଜମି ରେକର୍ଡ ସେବା ପାଇଁ ହାଇଟେକ୍‌ ସର୍ଭେକୁ ବିଭାଗ ପକ୍ଷରୁ ତ୍ୱରାନ୍ବିତ କରାଯାଉଛି। ଦେବଗଡ଼ ଜିଲାରେ ହାଇଟେକ୍‌ ସର୍ଭେ ଶେଷ ହୋଇଥିବାବେଳେ ସୋନପୁର ଓ ସୁନ୍ଦରଗଡ଼ ଜିଲାରେ ଚାଲୁ ରହିଛି। ଦକ୍ଷ ମାନବସମ୍ବଳ ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ବିଭାଗ ମାଧ୍ୟମରେ ଅଧିକ ଲାଇସେନ୍ସପ୍ରାପ୍ତ ସର୍ଭେୟର ସୃଷ୍ଟି କରିବାକୁ ବିଭାଗ ପ୍ରଚେଷ୍ଟା କରୁଛି। ଆତ୍ମଘୋଷଣା ଆଧାରରେ ବିବିଧ ଓ ଜାତିଗତ ପ୍ରମାଣପତ୍ର ନିଃଶୁଳ୍କ ପ୍ରଦାନ କରିବାକୁ ବିଭାଗ ପଦକ୍ଷେପ ନେଇଛି। ବସୁନ୍ଧରା ଯୋଜନା ମାଧ୍ୟମରେ ପ୍ରାୟ ୬,୫୦,୦୦୦ ପରିବାରଙ୍କୁ ବାସୋପଯୋଗୀ ଜମି ମଞ୍ଜୁର କରାଯାଇଥିବା ବେଳେ ୪,୫୦,୦୦୦ ପରିବାରକୁ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri