ଖରାଦିନ ହେଲେ ମନେ ପଡେ ତାଳସଜର ମଜା

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଖରାଦିନ ଆସିଗଲେ କେନ୍ଦୁଝରରେ ପ୍ରତିବର୍ଷ ପରି ବାହାର ବ୍ୟବସାୟୀମାନେ ଆସି ରାସ୍ତାକଡରେ ତାଳସଜର ପସରା ମେଲି ବ୍ୟବସାୟ କରି ବେଶ କିଛି ରୋଜଗାର କରିଥାନ୍ତି। ଖରାଦିନ ଫଳ ତରଭୂଜ, ପଇଡ, ଆମ୍ବର ଚାହିଦା ସହିତ ତାଳସଜର ଚାହିଦା ମଧ୍ୟ ଅଧିକ ରହିଛି। ତାଳସଜର ସ୍ବାଦ ନିଆରା। ଲୋକମାନେ ତାଳସଜ କିଣିବା ନିମନ୍ତେ ବେଶ ଭିଡ ଜମାନ୍ତି। ଜଣେ ବ୍ୟବସାୟୀ ଗୋଲକ ବେହେରାଙ୍କୁ ବ୍ୟବସାୟ ବାବଦରେ ପଚାରିବାରୁ ସେମାନେ ଯାଜପୁର ଜିଲ୍ଲା ହରିପୁରରୁ ଖରାଦିନେ ପ୍ରତିବର୍ଷ କେନ୍ଦୁଝରକୁ ଆସନ୍ତି। କେନ୍ଦୁଝରରେ ତାଳସଜର ଗ୍ରାହକ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ। ପ୍ରତି ଦୁଇ ତିନିଦିନ ଅନ୍ତରରେ ସେମାନେ ଛୋଟ ଟ୍ରକରେ ତାଳ ଆଣନ୍ତି। ଏଠାରେ ବ୍ୟବସାୟ କରି ଭଲ ଦୁଇପଇସା ରୋଜଗାର କରି ପରିବାର ଚଳାନ୍ତି ବୋଲି ଅନ୍ୟ ଜଣେ ବ୍ୟବସାୟୀ ଶଙ୍କର ବେହେରା କହିଛନ୍ତି। କେନ୍ଦୁଝରର ଗ୍ରାହକ ବହୁତ ଶାନ୍ତ ଓ ସରଳ। ୧୦ଟଙ୍କା ବଦଳରେ ୨ରୁ ୩ଟି ତାଳ ସେମାନେ ବିକ୍ରୟ କରୁଥିବା ଜଣାପଡିଛି। ତେବେ ମଝିରେ ମଝିରେ ସେମାନେ ରାସ୍ତାକଡରେ ବ୍ୟବସାୟ କରୁଥିବାରୁ ମ୍ୟୁନିସିପାଲିଟି ପକ୍ଷରୁ ସେମାନଙ୍କୁ ଉଠାଇ ଦିଆଯାଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri