Odisha Elections 2024

୨୫ ବର୍ଷ ପରେ ତତ୍କାଳୀନ ଜିଲାପାଳଙ୍କ ସମେତ ୧୦ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୫।୨: ଗଜପତି ଜିଲାରେ ୨୫ ବର୍ଷ ତଳେ ହୋଇଥିବା ଏକ ସରକାରୀ ଅର୍ଥ ହେରଫେର ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ । ପ୍ରମାଣ ଅଭାବରୁ ସେ ତତ୍କାଳୀନ ଜିଲାପାଳଙ୍କ ସମେତ ୧୦ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ତତ୍କାଳୀନ ଗଜପତି ଜିଲାପାଳ ସନ୍ତୋଷ କୁମାର ମିଶ୍ର, ତତ୍କାଳୀନ ଏଡିଏମ୍‌ କୃଷ୍ଣଚନ୍ଦ୍ର ମିଶ୍ର, ତତ୍କାଳୀନ ଅଫିସ ଇନ୍‌ଚାର୍ଜ ଭାସ୍କର ପଟ୍ଟନାୟକ (ଓଏଏସ୍‌), ଇନ୍‌ଚାର୍ଜ ଚିତ୍ତରଞ୍ଜନ ପାତ୍ର(ଓଏଏସ୍‌), ତତ୍କାଳୀନ କାଶୀ ନଗର ବିଡିଓ ନବୀନ ଚନ୍ଦ୍ର ପ୍ରଧାନ, ତତ୍କାଳୀନ ଗୋଷାଣୀ ବିଡିଓ ହରିହର ମଲିକ, ତତ୍କାଳୀନ ନୂଆଗଡ଼ ବିଡିଓ ବିଶ୍ୱନାଥ ମଲିକ, ତତ୍କାଳୀନ ଆର.ଉଦୟଗିରି ବିଡିଓ କ୍ଷୀରାବ୍ଧି ବେହେରା, ତତ୍କାଳୀନ ମୋହନା ବିଡିଓ ଇସ୍‌ମାଇଲ ଗୁରୁ ଓ ଅନ୍ୟ ଜଣେ ମୋହନାର ଗାଡ଼ି ଯୋଗାଣକାରୀ ଆହୋସ ଜେନା। ମାମଲାର ବିଚାର ବେଳେ ଏଡିଏମ୍‌ କୃଷ୍ଣଚନ୍ଦ୍ର ମିଶ୍ର ଓ ତତ୍କାଳୀନ ମୋହନା ବିଡିଓ ଇସ୍‌ମାଇଲ ଗୁରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତେ ଅବସର ଗ୍ରହଣ କରିସାରିଛନ୍ତି।
ଯେ, ଗଞ୍ଜାମ-ଗଜପତି ଅବିଭକ୍ତ ଜିଲା ଥିବା ବେଳେ ୧୯୯୨ ଅକ୍ଟୋବରରେ ସ୍ବତନ୍ତ୍ର ଭାବେ ଗଜପତି ଜିଲା ଗଠନ ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୬ ଲକ୍ଷ ୮୮ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ଏପରି ମୋଟ ୯୬ ଲକ୍ଷ ୮୮ହଜାର ଟଙ୍କା ଗଜପତି ଜିଲା ସାକ୍ଷରତା ପରିଷଦକୁ ମଞ୍ଜୁର ହୋଇଥିଲା। ୧୯୯୩ -୯୪ ଆର୍ଥିକ ବର୍ଷରେ ଗଜପତି ଜିଲା ସର୍ବଶିକ୍ଷା ଅଭିଯାନରେ ଖାତା, ବହି, ସ୍ଲେଟ୍‌, ପେନ୍‌ସିଲ, ଗାଡି ଯୋଗାଣ ଇତ୍ୟାଦି ବାବଦରେ ୧୬ଲକ୍ଷ ୫୦ହଜାର ଟଙ୍କା ହେରଫେର ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ଅନୁସନ୍ଧାନ କରି ୧୯୯୮ ଜାନୁୟାରୀ ୧୧ରେ ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ଦେବଦତ୍ତ ପଟ୍ଟନାୟକ ନଂ.୬/୯୮ରେ ଏକ ମାମଲା ରୁଜୁ କରିଥିଲେ। ଉପରୋକ୍ତ ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ତତ୍କାଳୀନ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ସେ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ କୋର୍ଟରେ ୨୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମଙ୍ଗଳବାର ମାମଲାର ଶୁଣାଣି ବେଳେ ତତ୍କାଳୀନ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ଅନ୍ୟମାନଙ୍କୁ ହାଜର କରାଯାଇଥିଲା। ଜଜ୍‌ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌୍‌କୁ ଆଧାର କରି ପ୍ରମାଣ ମିଳି ନ ଥିବାରୁ ସେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ସୁରେନ୍ଦ୍ର ପଣ୍ଡା ଓ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରସାଦ କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

କଟକ,୧୭।୫: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି...

ନିର୍ବାଚନ ଆସିଲେ ଭାଜପା ନେତା ଆସନ୍ତି: ପାଣ୍ଡିଆନ

ବଲାଙ୍ଗୀର/ସଇଁନ୍ତଲା,୧୭ା୫ (ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ ନିର୍ବାଚନମଣ୍ଡଳୀର ସଇଁତଲା, କଣ୍ଟାବାଞ୍ଜି...

ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା...

କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ

ବ୍ରହ୍ମପୁର,୧୭ା୫(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀଙ୍କୁ...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri