ସ୍ବଚ୍ଛ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି

ରାଜନଗର, ୧୫ା୨(ଡି.ଏନ.ଏ.): ଗଁା ପରିବେଶକୁ ସୁସ୍ଥ ରଖିବାକୁ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରାଯାଉଛି। ବାହାରେ ମଳତ୍ୟାଗ ଯୋଗୁ ପରିବେଶ ଦୂଷିତ ହେଉଥିବାରୁ ସମସ୍ତେ ଯେପରି ପାଇଖାନା ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସ୍ବଚ୍ଛ ଭାରତ ଫେଜ-୧ ଓ ଫେଜ-୨ ରେ ରାଜନଗର ବ୍ଲକକୁ ଏବେ ସୁଦ୍ଧା ୨୫ ହଜାରରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରାଯାଇ ସରକାରୀ ତହବିଲରୁ ଟଙ୍କା ଉଠାଇ ନିଆଯାଇଛି। ବ୍ଲକର ଘଡିଆମାଳ ପଞ୍ଚାୟତ ପଞ୍ଚୁପଲ୍ଲୀ ଗଁାର ୪ ହିତାଧିକାରୀଙ୍କ ନଁାରେ ପାଇଖାନା ଅର୍ଥ ଲୁଟି ନିଆଯାଇଥିବା ନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଲିଖିତ ଅଭିଯୋଗ କରୁଥିଲେ ବି ପ୍ରଶାସନର ନୀରବଦ୍ରଷ୍ଟା ସାଜିଛି। ମଙ୍ଗଳବାର ରାଜନଗର ବ୍ଲକ କାର୍ଯ୍ୟାଳୟରେ ବୃଦ୍ଧ ବାସୁଦେବ ଦାସ ପହଞ୍ଚତ୍ ସେମାନଙ୍କ ନଁାରେ ପାଇଖାନା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ବିଡିଓ ସମୀର କୁମାର ବେହେରାଙ୍କ ନିକଟରେ କରିବା ସହ ନ୍ୟାୟ ପ୍ରଦାନ ପାଇଁ ନେହୁରା ହୋଇଛନ୍ତି। ତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ, ସେ ପରିବାର ସହ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ସ୍ବଚ୍ଛ ଭାରତ ମିଶନ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ ପାଇଁ ସରକାର ୧୨ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି। ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିବେ କିମ୍ବା ଠିକାଦାର ମାଧ୍ୟମରେ କରାଇବାର ବ୍ୟବସ୍ଥା ରହିଛି। ଠିକାଦାରମାନେ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରିଥିବା ଦର୍ଶାଇ ସରକାରୀ ଟଙ୍କାକୁ ହଡପ କରିଥିବା ଅଭିଯୋଗ ହୋଇଛି। ପ୍ରକୃତ ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ ଏ ବାବଦକୁ ଉଠିଥିବା ଟଙ୍କାଟିଏ ମଧ୍ୟ ପାଇନାହାନ୍ତି। ପଞ୍ଚୁପଲ୍ଲୀ ଗଁାର ବାସୁଦେବ ଦାସ, ସୁଶାନ୍ତ ଦାସ, ପ୍ରଶାନ୍ତ ଦାସ ଓ ସୁକଦେବ ଦାସ ରାଜନଗର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ସେମାନେ ପାଇଖାନା ପାଇ ନ ଥିବା ବେଳେ ସେମାନଙ୍କ ନଁାରେ ଟଙ୍କା ଉଠାଇ ନିଆଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ୨ବର୍ଷ ତଳେ ଦାରୁଓରା ଗଁାର ଜଣେ ଯୁବକ ଆମର ପାଇଖାନା ଆସିଛି, କାର୍ଯ୍ୟାଦେଶ ଦିଆଯିବ କହି ଆମଠାରୁ କାଗଜପତ୍ର ନେଇ ଥିଲେ। ଆଜି ମିଳିବ, କାଲି ମିଳିବ କହି ଆମକୁ ଆଜିଯାଏ ଭୁଅଁା ବୁଲାଇ ଆସୁଛନ୍ତି। ଆମ ଘରେ ସେ ପାଇଖାନା ନିର୍ମାଣ କରିଥିବା ଦର୍ଶାଇ ଟଙ୍କା ଉଠାଇ ନେଇଛନ୍ତି। ପାଇଖାନା ନ ଥିବାରୁ ପରିବାର ସଦସ୍ୟ ଏବେ ବି ରାସ୍ତାକଡ ଓ ନଈକୂଳକୁ ଶୌଚ ହେବାକୁ ଯାଉଛୁ। ଆମ ନଁାରେ ଟଙ୍କା ଉଠିଥିବା ଜାଣିବା ପରେ ଆମେ ପୂର୍ବ ବିଡିଓଙ୍କୁ ଲିଖିତ ଭାବେ ମାସେ ତଳେ ଜଣାଇ ଥିଲୁ। ମାତ୍ର ବିଡିଓ ଆମ କଥା ବୁଝିବା ପାଇଁ ଏବିଡିଓଙ୍କୁ ଦାୟିତ୍ୱ ଦେଇଥିଲେ। ଏପରିକି ଆମ ନଁାରେ ଟଙ୍କା କାହା ଆକାଉଣ୍ଟକୁ କେତେ ତାରିଖରେ ଯାଇଛି, ତାହା କାର୍ଯ୍ୟାଳୟ ପକ୍ଷରୁ କୁହାଯାଉନାହିଁ। ଆମେ ପାଇଖାନା ନିର୍ମାଣ କରି ନ ଥିବା ବେଳେ କିମ୍ବା କୌଣସି ଠିକାଦାର ଆମ ଘରକୁ ଯାଇ ପାଇଖାନା ପାଇଁ ଖଣ୍ଡେ ଇଟା ଯୋଡି ନାହାନ୍ତି। କିପରି ଆମ ନଁାରେ ଟଙ୍କା ଉଠିଲା, ସେ ନେଇ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri