ଭାରତ-ପାକିସ୍ତାନରେ ୫୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବନ୍ୟା ବିପଦ: ରିପୋର୍ଟ…

ନୂଆଦିଲ୍ଲୀ/ଇସଲାମାବାଦ,୧୪।୨ : ଗତ ବର୍ଷ ଉଭୟ ଭାରତ ଏବଂ ପଡୋଶୀ ଦେଶ ପାକିସ୍ତାନ ଭୟଙ୍କର ବନ୍ୟା ପରିସ୍ଥିତିରେ ଉପୁଜିଥିଲା। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିପଦ କାରଣରୁ ଭାରତ ଏବଂ ପାକିସ୍ଥାନରେ ରହୁଥିବା ୫୦ ଲକ୍ଷରୁ ଅଧିକ ଲୋକ ଆଗାମୀ ସମୟରେ ପ୍ରବଳ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବେ।

ଗ୍ଲାସିଆଲ ହ୍ରଦ ପ୍ରବାହିତ ବନ୍ୟା ହେବାର ଆଶଙ୍କା ଥିବା ଅଞ୍ଚଳଗୁଡିକର ପ୍ରଥମ ବିଶ୍ୱସ୍ତରୀୟ ଆକଳନରୁ ଜଣାପଡିଛି ଯେ ୧୫ ନିୟୁତ ଲୋକ ବିପଦରେ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିଆଲ ବନ୍ୟା ପରିସ୍ଥିତି ଉପୁଜିଛି। ପୃଥିବୀ ଗରମ ହେବା ସହିତ ଗ୍ଲେସିୟର ତରଳିବାରେ ଲାଗିଛି। କେଦାରନାଥରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟ ସହିତ ଏହାକୁ ଯୋଡାଯାଇ ପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ, ଗ୍ଲାସିଆଲ ହ୍ରଦ ଆଉଟବର୍ଷ୍ଟ ବନ୍ୟା ଏହାର ଉତ୍ପତ୍ତିଠାରୁ ବହୁ ଦୂରରେ ବିନାଶ ଘଟାଇବାକୁ ସକ୍ଷମ। କେତେକ କ୍ଷେତ୍ରରେ, ଏହା ୧୨୦ କିଲୋମିଟରରୁ ଅଧିକ ଦୂରରେ ବିନାଶର କାରଣ ହୋଇପାରେ। ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଏହା ଏକ ବଡ଼ ଧରଣର ବିପଦକୁ ସୂଚିତ କରୁଛି। ଏହାଦ୍ୱାରା ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ବିଶ୍ୱସ୍ତରରେ, ୧୯୯୦ ଦଶକରୁ, ତଳିଆ ଅଞ୍ଚଳରେ ଜନସଂଖ୍ୟା ସହିତ ଗ୍ଲାସିଆଲ ହ୍ରଦର ସଂଖ୍ୟା ଏବଂ ଆକାରରେ ଦ୍ରୁତ ବୃଦ୍ଧି ଘଟିଛି ।

ନ୍ୟୁକେସଲ ବିଶ୍ୱବିଦ୍ୟାଳୟ ଦଳ ୧,୦୮୯ ଗ୍ଲାସିଆଲ ହ୍ରଦ ଅବବାହିକାର ଜନସଂଖ୍ୟା ଏବଂ ବିଶ୍ୱର ପ୍ରାୟ ୫୦ କିଲୋମିଟର ହ୍ରଦ ଆଖପାଖ ଅଞ୍ଚଳରେ ବାସ କରୁଥିବା ଜନସଂଖ୍ୟା ଅଧ୍ୟୟନ କରିଥିଲେ। ଏହା ପରେ ସେମାନେ ଏହି ସୂଚନାକୁ ବିଶ୍ୱସ୍ତରରେ କ୍ଷୟକ୍ଷତିର ମାପ ଏବଂ ମାନ୍ୟତା ଦେବା ଏବଂ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଲୋକଙ୍କ ଦକ୍ଷତାକୁ ଆକଳନ କରିବା ପାଇଁ ବ୍ୟବହାର କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଏକ ଗ୍ଲାସିଆଲ ହ୍ରଦର ୫୦ କିଲୋମିଟର ପରିସର ମଧ୍ୟରେ ୧୫ ନିୟୁତ ଲୋକ ବାସ କରନ୍ତି । ଉଚ୍ଚ ପର୍ବତ ଅଞ୍ଚଳରେ ଏହା ଯୋଗୁ ଅଧିକ ବିପଦ ରହିଥାଏ। ତିବ୍ଦତୀୟ ମାଳଭୂମି, କିର୍ଗିଜସ୍ଥାନରୁ ଚାଇନା, ଭାରତ ଏବଂ ପାକିସ୍ଥାନର ବହୁ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri