Posted inଜାତୀୟ

ଭାଲେଣ୍ଟାଇନ୍ସ ଡେ’ରେ ଦିଲ୍ଲୀରେ ଲିଭ୍‌ ଇନ ପାର୍ଟନରଙ୍କୁ ହତ୍ୟା, ଢାବା ଫ୍ରିଜ୍‌ରୁ ମିଳିଲା ମୃତଦେହ…

ନୂଆଦିଲ୍ଲୀ,୧୪।୨ : ଦିଲ୍ଲୀରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପୁଣିଥରେ ରାଜଧାନୀରେ ଶ୍ରଦ୍ଧା ହତ୍ୟା ମାମଲା ପରି ଏକ ଘଟଣା ଘଟିଛି। ଏଠାରେ ପୋଲିସ ୍ଢାବାରୁ ଜଣେ ଯୁବତୀଙ୍କର ମୃତଦେହ ଜବତ କରିଛି। ମୃତଦେହକୁ ଏକ ଫ୍ରିଜରେ ରଖାଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତଦେହ ଉଦ୍ଧାର କରିଛି। ଏହି ଅଭାବନୀୟ ଘଟଣା ଦିଲ୍ଲୀର ବାବା ହରିଦାସ ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି।  ଏହି ମାମଲାରେ ସାହିଲ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଦ୍ୱାରକାର ଅତିରିକ୍ତ ଡେପୁଟି କମିଶନର ବିକ୍ରମ ସିଂ କହିଛନ୍ତି ଯେ ମଙ୍ଗଳବାର ସକାଳେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଏବଂ ତାଙ୍କ ମୃତଦେହ ଗାଁର ବାହାର ଅଞ୍ଚଳରେ ଥିବା ଏକ ଢାବାରେ ଲୁଚାଇ ରଖାଯାଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଏହି ମାମଲାରେ ଅଭିଯୁକ୍ତ ସାହିଲ ଗେହଲୋଟଙ୍କୁ ଗିରଫ କରାଯାଇଛି। ସେ ମିତ୍ରାଓ୍ବଁ ଗାଁର ବାସିନ୍ଦା୍‌। ଏହି ପ୍ରସଙ୍ଗରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ସାହିଲ ଫେବୃଆରୀ ୧୦ ରେ ବିବାହ କରିଥିଲେ। ଏହାକୁ ନେଇ ତାଙ୍କ ଲିଭ୍‌ ଇନ ପାର୍ଟନର ଆପତ୍ତି କରିଥିଲେ। ଦୁହେଁ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ହରିୟାଣାର ଝାଞ୍ଜରର ବାସିନ୍ଦା ଥିଲେ। ଯଦି ସାହିଲ ଅନ୍ୟ ଜଣେ କାହାକୁ ବିବାହ କରନ୍ତି ତେବେ ଯୁବତୀ ଜଣକ ତାଙ୍କ ବିରୋଧରେ ଆଇନଗତ ମାମଲା ଆଣିବେ ବୋଲି ଧମକ ଦେଉଥିଲେ।

ସୂଚନାଯୋଗ୍ୟ, ୨୦୨୨ ମେ ୧୮ରେ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଅଭିଯୋଗ ହୋଇଛି ଯେ ଆଫତାବ ନାମକ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ଶ୍ରଦ୍ଧାଙ୍କୁ ଗାଳିଗୁଲଜ କରି ମେହେରୋଲି ଅଞ୍ଚଳରେ ହତ୍ୟା କରିଥିଲେ। ତା’ପରେ ସେ ମୃତ ଦେହକୁ ଅନେକ ଖଣ୍ଡରେ କାଟିଥିଲେ। ଅଭିଯୁକ୍ତ ଶ୍ରଦ୍ଧାଙ୍କ ମୃତଦେହ ରଖିବା ପାଇଁ ଏକ ଫ୍ରିଜ କିଣିଥିଲେ। ସେ ମୃତ ଦେହର ଖଣ୍ଡଗୁଡ଼ିକୁ ଏଥିରେ ରଖିଥିଲେ। ସେ ପ୍ରତିଦିନ ରାତିରେ ଶ୍ରଦ୍ଧାଙ୍କ ମୃତଦେହର ଖଣ୍ଡଗୁଡ଼ିକୁ ମେହେରୋଲି ଜଙ୍ଗଲରେ ପକାଉଥିଲେ। ୨୦୨୨ ନଭେମ୍ବର ୧୨ ରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ନାର୍କୋ ଏବଂ ପଲିଗ୍ରାଫି ପରୀକ୍ଷାରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri