ଆସନ୍ତା ୧୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜଗିରଖି ଚଳନ୍ତୁ ଏହି ୪ ରାଶିର ବ୍ୟକ୍ତି…

ଫେବୃୟାରୀ ୧୩ରୁ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ। ଏହି ରାଶିରେ ପୂର୍ବରୁ କର୍ମର ଦେବତା ଶନି ରହିଛନ୍ତି। ଏଣୁ ଆସନ୍ତା ମାସେ ଯାଏ କୁମ୍ଭ ରାଶିରେ ସୂର୍ଯ୍ୟ ଏବଂ ଶନି ଉଭୟ ରହିବେ। ଜ୍ୟୋତିଷଶାସ୍ତ୍ରବିଦ୍‌ଙ୍କ କହିବାନୁଯାୟୀ ସୂର୍ଯ୍ୟଙ୍କ ଏହି ଗୋଚର ୪ ରାଶି ଲାଗି ଶୁଭଙ୍କର ନୁହେଁ। ଏଣୁ ଏହି ରାଶିର ବ୍ୟକ୍ତିଙ୍କୁ ଜଗିରଖି ଚଳିବାକୁ ହେବ।

-କର୍କଟ ରାଶି: ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ ପରେ ଏହି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ହେବ। ଆର୍ଥିକ କ୍ଷତିର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ପାଇଁ ମଧ୍ୟ ସମୟ ଅନୁକୂଳ ନୁହେଁ। ବାଦ ବିବାଦ ବଢ଼ିବ। ଅଯଥା ଚିନ୍ତାଗ୍ରସ୍ତ ହେବେ। ଏଣୁ ଏହି ସମୟରେ ଶାନ୍ତ ରହିବା ଉଚିତ।

-ସିଂହ ରାଶି:ଏହି ରାଶିର ବ୍ୟକ୍ତି ସମ୍ଭାଳି ହୋଇ ରୁହନ୍ତୁ। ବ୍ୟବସାୟ, କାରବାର ମାନ୍ଦା ହେବ। ଆଶାନୁଯାୟୀ ପରିଣାମ ମିଳିବାରେ ଅସୁବିଧା ହେବ। ଆତ୍ମବିଶ୍ୱାସ କମିବ। ଭବିଷ୍ୟତ ବିଷୟକୁ ନେଇ ଚିନ୍ତିତ ହେବେ। ଅଫିସରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ କଥା କଟାକଟି ହୋଇପାରେ। ଏଥିଲାଗି ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ହେବ।

-କୁମ୍ଭ ରାଶି: ସୂର୍ଯ୍ୟ ଆଗାମୀ ଗୋଟିଏ ମାସ ପାଇଁ ଆପଣଙ୍କ ରାଶିରେ ରହିବେ। ଏହି ସମୟରେ ଆପଣ ଚିଡ୍‌ଚିଡ ହୋଇପାରନ୍ତି। ଏଣୁ ନିଜର କଥା ଏବଂ ଆଚରଣ ଉପରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ହଠାତ ପରିବର୍ତ୍ତନକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଥିଲେ ବିରତ ହୁଅନ୍ତୁ। ଧନହାନିର ସମ୍ଭାବନା ରହିଛି।

ମୀନ ରାଶି: ଏହି ରାଶିର ଜାତକଧାରୀଙ୍କୁ ନିଜର ସ୍ବାସ୍ଥ୍ୟର ଯତ୍ନ ନେବାକୁ ହେବ। ମୁଣ୍ଡବିନ୍ଧା, ଆଖିରେ ଯନ୍ତ୍ରଣା, ଥଣ୍ଡା ଏବଂ କାଶ ଭଳି ସମସ୍ୟା ଦେଖାଦେଇପାରେ। ଅଯଥା ଖର୍ଚ୍ଚରୁ ସାବଧାନ ରୁହନ୍ତୁ। ଆୟ କମିବ। ଖର୍ଚ୍ଚ ବଢ଼ିବ। ମାନସିକ ଚିନ୍ତାକୁ ନେଇ ଅସୁବିଧା ଦେଖାଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri