Posted inଜାତୀୟ

କେନ୍ଦ୍ର, ସେବିର ମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଜାଲିଆତି ରିପୋର୍ଟ ପ୍ରଘଟ କରିବା ପରେ କମ୍ପାନୀର ଶେୟାର ମୂଲ୍ୟରେ ‘ଆର୍ଟିଫିସିଆଲ କ୍ରାଶ୍‌’ (ମନୁଷ୍ୟକୃତ ପତନ) ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ଷ୍ଟକ୍ସ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବାରୁ ନିରୀହ ନିବେଶକମାନେ ଶୋଷଣର ଶିକାର ହୋଇଛନ୍ତି। ତେଣୁ ହିଣ୍ଡେନ୍‌ବର୍ଗ ରିପୋର୍ଟର ତଦନ୍ତ କରାଯାଉ ଏବଂ ନିବେଶକମାନଙ୍କୁ ଆଶ୍ୱସ୍ତି ଦିଆଯାଉ ବୋଲି ଏଥିରେ ନିବେଦନ କରାଯାଇଛି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁକ୍ରବାର ଏହାର ଶୁଣାଣି କରି କେନ୍ଦ୍ର ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ର ମତାମତ ଲୋଡ଼ିଛନ୍ତି। ପୁଞ୍ଜିବଜାରରେ ଭାରତୀୟ ନିବେଶକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଦେଶରେ ଏକ ମଜଭୁତ ବ୍ୟବସ୍ଥା ରହିବା ଉଚିତ ବୋଲି ତିନିଜଣିଆ ଖଣ୍ଡପୀଠ ପ୍ରକାଶ କରିଛନ୍ତି।
ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲା ସାମିଲ ଥିବା ଖଣ୍ଡପୀଠ ନିବେଶକମାନଙ୍କ ସ୍ବାର୍ଥ ରକ୍ଷା ଲାଗି ମଜଭୁତ ବ୍ୟବସ୍ଥା କରିବା ସହ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଉକ୍ତ କମିଟିରେ ବିଶେଷଜ୍ଞମାନଙ୍କ ସହ ଜଣେ ବିଚାରପତି ମଧ୍ୟ ରହିବେ। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ପରେ ମାର୍କେଟର ଅଧଃପତନର ଯାଞ୍ଚ କରିବେ। କାରଣ ଶେୟାର ମାର୍କେଟ ଉପରେ ସେଣ୍ଟିମେଣ୍ଟ (ଭାବାବେଗ)ର ପ୍ରଭାବ ଅଧିକ ରହିଥାଏ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠୁ ୨ ସପ୍ତାହ ମଧ୍ୟରେ ନିବେଶକମାନେ ଅନେକ କୋଟି ଟଙ୍କା ହରାଇଲେଣି। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହେବ ସେଥିଲାଗି ବ୍ୟବସ୍ଥା କରିବାକୁ କହୁଛୁ। ଆମେ ପଲିସି ଉପରେ ମୁଣ୍ଡ ଖେଳାଇବାକୁ ଚାହୁଁନାହୁଁ। ଏହା ସରକାରଙ୍କ କାମ। ଭାରତ ସରକାର ଏନେଇ ଆଗ୍ରହୀ କି ନୁହନ୍ତି ତାହା ମଧ୍ୟ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିବ। ସେବି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ବଜାର ନିୟନ୍ତ୍ରକ ଓ ଅନ୍ୟ ବୈଧାନିକ ସଂସ୍ଥାଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହା ଉପରେ ଖଣ୍ଡପୀଠ କହିଥିଲେ, ସେବି ସବୁ କିଛି କରୁଛି ବୋଲି ସଲିସିଟର ଜେନେରାଲ କହୁଛନ୍ତି। ଆମେ କୌଣସି ନିୟନ୍ତ୍ରକ ଢାଞ୍ଚା ଉପରେ ଦୋଷ ଲଦୁନାହୁଁ। ଏହି ଦିଗକୁ ନେଇ ବିତର୍କ କରୁଛୁ। ସଲିସିଟର ଜେନେରାଲ ସେବି ସମେତ ଅର୍ଥ ଓ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ସହ ବିଚାରବିମର୍ଶ କରି ସୋମବାର ଏକ ପ୍ରସ୍ତାବ ନେଇ ଆସିବେ ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି।
ପ୍ରକାଶ ଯେ, ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଘଟ ହେବା ଦିନଠାରୁ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶତାଧିକ ବିଲିୟନ୍‌ ଡଲାର କ୍ଷତି ହେଲାଣି। ଆଦାନୀ ଏହି ଅଭିଯୋଗକୁ ଭିତ୍ତିହୀନ ଓ ତାଙ୍କ ସମ୍ମାନ ଉପରେ ଆକ୍ରମଣ କହି ଖଣ୍ଡନ କରିଛନ୍ତି। ଗୋଟିଏ ପିଆଇଏଲ୍‌ ଆଇନଜୀବୀ ବିଶାଳ ତିଓ୍ବାରୀ ଓ ଅନ୍ୟଟି ବରିଷ୍ଠ ଓକିଲ ଏମ୍‌.ଏଲ୍‌. ଶର୍ମା ଦାଖଲ କରିଛନ୍ତି। ଆସନ୍ତା ୧୩ ତାରିଖରେ ଉଭୟଙ୍କ ପିଟିଶନ୍‌ର ପରବର୍ତ୍ତୀ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri