ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୦।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ ‘୧୨ମିମି ଆଲୁମିନିୟମ ତାର’ର ଉନ୍ମୋଚନ କରାଯାଇଛି। ଏପରିକି ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ରୁ ଉତ୍ପାଦିତ ଉକ୍ତ ଉତ୍ପାଦକୁ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ ପରିସରରେ ଉଦ୍‌ଘାଟନ ବା ଶୁଭାରମ୍ଭ କରାଯାଇଛି। ବିଶେଷକରି ବିଦ୍ୟୁତ୍‌ ଶିଳ୍ପ ପାଇଁ ଉକ୍ତ ଉତ୍ପାଦ ବେଶ୍‌ ଉପଯୋଗୀ ଓ ସର୍ବାଧିକ ଆବଶ୍ୟକତା ରହିଛି। ସେହିଭଳି କମ୍ପାନୀର ଝାରସୁଗୁଡ଼ା ଓ ବାଲ୍‌କୋ ୟୁନିଟ୍‌ ସ୍ମେଲଟରରେ ଏହା ଉତ୍ପାଦନ କରାଯାଉଛି। ବିଶେଷକରି ଅତ୍ୟାଧୁନିକ ପ୍ରପର୍ଜି କ୍ରମାଗତ କାଷ୍ଟିଂ ଟେକ୍ନୋଲୋଜି ବ୍ୟବହାରକରି କମ୍ପାନୀ ୧୨ମି.ମି. ତାର ପ୍ରସ୍ତୁତ କରିଛି। ଏପରିକି ଟ୍ରାନ୍ସଫର୍ମର, ଅଟୋମୋବାଇଲ ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ। ଏହି ତାରଗୁଡ଼ିକ ବେଦାନ୍ତର ଟପ୍‌ ଅଫ୍‌ ଲାଇନ ଅଫର ପାଇଁ ତାର ସେଗ୍‌ମେଣ୍ଟରେ ସର୍ବଶେଷ ଉପତ୍ାଦ। ଏଥିରେ ୭.୬ ମି.ମି. ଓ ୧୫ ମି.ମି. ଇସି ଗ୍ରେଡ୍‌ ତାର ରଡ୍‌, ଆଲୟ ତାର ଓ ପ୍ଲିପ୍‌ କଏଲ ଅନ୍ତର୍ଭୁକ୍ତ ରହିଛି। ଏହାର ମିଲିରେ ନିର୍ମିତ ଉଚ୍ଚ ସଠିକତା ସ୍ବୟଂଚାଳିତ ଗୁଣ ସହ ବେଦାନ୍ତ ଆଲୁମିନିୟମ ଦ୍ୱାରା ଉପତ୍ାଦିତ ଉକ୍ତ ତାର ଗ୍ରାହକଙ୍କ ଆବଶ୍ୟକତା ଉପରେ ଆଧାରକରି ପ୍ରସ୍ତୁତ ହେଉଛି। ଏଥିରେ ୧୦୦% ପ୍ରାଥମିକ ଆଲୁମିନିୟମ ଓ ଉତ୍କୃଷ୍ଟ ଧାତୁର ସମନ୍ବୟତା ବିଶ୍ୱସ୍ତରୀୟ ସାଥୀମାନଙ୍କ ମଧ୍ୟରେ ସମତୁଲ କରାଇବ। ଭାରତୀୟ ବଜାରରେ ୧୨ମି.ମି. ତାରର ସମୀକ୍ଷା ଅତ୍ୟନ୍ତ ଉତ୍ସାହଜନକ ଓ କମ୍ପାନୀ ବର୍ତ୍ତମାନ ଏହି ଉପତ୍ାଦ ପାଇଁ ତାର ରପ୍ତାନି ବଜାରକୁ ବଢ଼ାଇବାକୁ ଚାହୁଁଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ୧୨ମି.ମ.ି ଓୟାର ରଡ୍‌ ଆମ ଉଦ୍ୟୋଗ ପାଇଁ ଏକ ସର୍ବଶେଷ ଅଫର ଓ ଏହାକୁ ଶୁଭାରମ୍ଭକରି ଆମେ ବେଶ୍‌ ଆନନ୍ଦିତ ଅଛୁ। ଏପରିକି ବିଶ୍ୱସ୍ତ ଓ ନିର୍ମଳ ଶକ୍ତି ପାଇବା ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଯେକୌଣସି ଦେଶ ଓ ତା’ର ଲୋକମାନଙ୍କ ପାଇଁ ଏହା ଏକ ପ୍ରକାର ଅର୍ଥନୈତିକ ବିକାଶ ସାଧିତ ହୋଇପାରିବ। ବିଶେଷକରି ବୈଦ୍ୟୁତିକ ଶିଳ୍ପ ପାଇଁ ଏହାର ଗୁରୁତ୍ୱ ସର୍ବାଧିକ ରହିବ। ସେହିଭଳି ବେଦାନ୍ତ ଆଲୁମିନିୟମ ଦୀର୍ଘ ଦିନରୁ ବିଜୁଳି ଶିଳ୍ପ ପାଇଁ ପସନ୍ଦର ଯୋଗାଣକାରୀ ଭାବେ ରହି ଆସିଛି। ତେଣୁ ଆମେ ସେମାନଙ୍କ ବ୍ୟବସାୟକୁ ସମର୍ଥନ କରିବା ଲାଗି ୩୬୦ ଡିଗ୍ରୀ ସମାଧାନ ଆକାରରେ ଏକ ବଣ୍ଡଲ ସୁବିଧା ଯୋଗାଇପାରିବୁ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri