ସାମ୍ନାକୁ ଆସିଲା ତୁର୍କୀର ସାଟେଲାଇଟ୍‌ ଚିତ୍ର, ଏଥିରେ ରହିଛି ଭୟଙ୍କର ଦୃଶ୍ୟ

ଆଙ୍କାରା,୯ା୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଦେଶର ଚେହେରା ପୂରା ବଦଳି ଯାଇଛି। ଖବର ଅନୁଯାୟୀ, ଏହି ଭୟଙ୍କର ଭୂକମ୍ପରେ ୧୫୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ସମଗ୍ର ସହରର ଧ୍ୱଂସାବଶେଷ ଆବର୍ଜନା ଆକାରରେ ଦୃଶ୍ୟମାନ ହେଉଛି। ବହୁ ଉଚ୍ଚ ଅଟ୍ଟାଳିକା ଭୁଶୁଡି ପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି।

ସାଟେଲାଇଟ୍‌ ଚିତ୍ରରେ ଦେଖାଯାଇଥିବା ଖୋଲା ସ୍ଥାନ ଏବଂ ଷ୍ଟାଡିୟମରେ ରିଲିଫ କାର୍ଯ୍ୟ ପାଇଁ ଶହ ଶହ ଜରୁରିକାଳୀନ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି। କାହରାମନାରାସ ଏବଂ ଗାଜିଆଣ୍ଟେପ ମଧ୍ୟରେ ଥିବା ଅଞ୍ଚଳଗୁଡିକରେ ସର୍ବାଧିକ ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ସହରର ସମସ୍ତ ବ୍ଲକ୍‌ ଅଳିଆ ଗଦାରେ ପରିଣତ ହୋଇଛି।

ତୁର୍କୀ ଆକଳନ କରିଛି ଯେ, ଅନେକ ସରକାରୀ ଡାକ୍ତରଖାନା ସମେତ ୭ଟି ପ୍ରଦେଶରେ ୩୦୦୦ରୁ ଅଧିକ କୋଠା ଭୁଶୁଡି ପଡ଼ିଛି। ସୂଚନା ଅନୁଯାୟୀ, ୧୩ତମ ଶତାବ୍ଦୀର ଏକ ଐତିହାସିକ ମସଜିଦ ମଧ୍ୟ ଏଥିରେ ଆଂଶିକ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୫,୩୮୩ରେ ପହଞ୍ଚିଛି। ସେଥିମଧ୍ୟରେ ତୁର୍କୀରେ ୧୨,୩୯୧ ଏବଂ ସିରିଆରେ ୨,୯୯୨ ଜଣ ଅଛନ୍ତି। ଏହା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି। ପ୍ରଥମ ଦିନ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୮ ଥିଲା। ଏହା ପ୍ରାୟ ୧ ମିନିଟ୍‌ ଧରି ହୋଇଥିଲା।  ସୋମବାର ଦ୍ୱିତୀୟ ଦିନ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ଥିଲା। ଏହା ପରେ ଅନେକ ଭୂକମ୍ପ ଘଟିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି, ଭୂକମ୍ପ ଯୋଗୁ ୨୩ ନିୟୁତ ଲୋକ ପ୍ରଭାବିତ ହେବେ। ପ୍ରଭାବିତ ଅଞ୍ଚଳରେ ୭୭ଟି ଜାତୀୟ ତଥା ୧୩ଟି ଅନ୍ତର୍ଜାତୀୟ ଜରୁରିକାଳୀନ ଚିକିତ୍ସା ଦଳ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri