ବୁଝାମଣାରେ ହେବ ଆମଦାନୀ ଦେୟ ପୈଠ

ନୂଆଦିଲ୍ଲୀ,୮।୨: ଭାରତ ବର୍ତ୍ତମାନ ସମୟରେ ରୁଷିଆରୁ ଅସ୍ତ୍ରଶସ୍ତ୍ର ସହ ତୈଳ ମଧ୍ୟ ଆମଦାନୀ କରୁଛି। ଏପରିକି ଉଭୟ ତୈଳ ଓ ଅସ୍ତ୍ରଶସ୍ତ୍ର ଭଳି ଆମଦାନୀ ସାମଗ୍ରୀ ପାଇଁ ଭାରତ ଦେୟ ପୈଠ ମଧ୍ୟ ଆରମ୍ଭ କରିଛି। ଭାରତ ସରକାର ବର୍ତ୍ତମାନ ପ୍ରାୟ ୨୮,୦୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବାବଦକୁ ରୁଷିଆକୁ ଦେବ। ଏହା ପୂର୍ବରୁ ଭାରତ ପକ୍ଷରୁ ରୁଷିଆକୁ କିଛି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏପରିକି ଭାରତ ସରକାର ରୁବଲ ମାଧ୍ୟମରେ ସମସ୍ତ ଦେୟ ପୈଠ କରିବାକୁ ଚାହୁଁଛନ୍ତି। ଅଥବା ୩ଟି ଉପାୟରେ ଦେୟ ପୈଠ କରିବାକୁ ରୁଷିଆକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ପ୍ରଥମ ଉପାୟଟି ହେଉଛି ରୁଷିଆକୁ ତା’ ନିଜ ମୁଦ୍ରା ରୁବଲରେ ପୈଠ କରାଯାଉଥିବା ବେଳେ ବାକି ଚାଇନା ମୁଦ୍ରା ୟୁଆନ ଓ ତୃତୀୟ ୟୁଏଇର ଦିର୍ହାମରେ ଦିଆଯାଉଛି ବୋଲି ଏକ ଜାତୀୟ ଗଣମାଧ୍ୟମରେ ଆଲୋକପାତ କରାଯାଇଛି। ସେହିପରି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁବାଇରେ ବସିଥିବା ବ୍ୟବସାୟୀଙ୍କ ମାଧ୍ୟମରେ କ୍ରୟ ହୋଇଥିବା ରୁଷୀୟ ତୈଳ ଲାଗି ଭାରତୀୟ ରିଫାଇନେରିମାନେ ଡଲାର ବଦଳରେ ଦିର୍ହାମରେ ବର୍ତ୍ତମାନ ପୈଠ କରୁଛନ୍ତି। ଏପରିକି ତୈଳ ବ୍ୟତୀତ ରୁଷିଆଠାରୁ ପ୍ରାୟ ୨୮ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ମଧ୍ୟ ଭାରତ କ୍ରୟ କରିଛି। ଅପରପକ୍ଷରେ ଭାରତ ରୁବଲ ଅଥବା ଦିର୍ହାମ ଜରିଆରେ ରୁଷିଆରୁ କ୍ରୟ କରାଯାଉଥିବା ଅସ୍ତ୍ରଶସ୍ତ୍ର ଓ ତୈଳ ଲାଗି ଦେୟ ପୈଠ କରିବ ବୋଲି ଜଣାପଡ଼ିଛି। ଏପରିକି ଗତବର୍ଷ ଉଭୟ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବାଣିଜି୍ୟକ ବୈଠକରେ ରୁଷିଆରୁ ଭାରତ ସରକାର ଡଲାର ବଦଳରେ ଅନ୍ୟ ମୁଦ୍ରାରେ ଆମଦାନୀ ସାମଗ୍ରୀ ଦେୟ ପୈଠ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଉଭୟ ଦେଶର ପ୍ରତିରକ୍ଷା ଓ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଜରୁରିକାଳୀନ ବୈଠକରେ ମଧ୍ୟ ଦେୟ ପୈଠ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଭୟ ଦେଶର ଅଧିକାରୀ ଓ ସରକାରଙ୍କ ସହମତିରେ ନିଷ୍ପତ୍ତି ହୋଇଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ସମ୍ମୁଖରେ ଉକ୍ତ ପ୍ରସଙ୍ଗ ଉଠାଇବାକୁ ବି ନିଷ୍ପତ୍ତି ହୋଇଥିଲା। ସେହିଭଳି ଉକ୍ତ ନିଷ୍ପତ୍ତି ଅନୁସାରେ ରୁଷିଆକୁ କରାଯାଉଥିବା ପୈଠରୁ ଡଲାରକୁ ଦୂରେଇ ରଖିବାକୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଲାଗି ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆ ଉପରେ ନାନା କଟକଣା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri