Posted inଖେଳ

ଟର୍ନିଂ ଟ୍ରାକ୍‌ରେ ଅଶ୍ୱିନୀ ବିପଜ୍ଜନକ: ଖ୍ବାଜା

ବେଙ୍ଗାଲୁରୁ,୭ା୨: ଭାରତୀୟ ଟର୍ନିଂ ଟ୍ରାକ୍‌ରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବା ସବୁଠାରୁ ବିପଜ୍ଜନକ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଉସ୍‌ମାନ ଖ୍ବାଜା। ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଅଶ୍ୱିନଙ୍କ ନେତୃତ୍ୱାଧୀନ ସ୍ପିନ୍‌ ବୋଲିଂ ଆଟାକ୍‌ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ଦେବ ବୋଲି ଖ୍ବାଜା କହିଛନ୍ତି। ପାକିସ୍ତାନ ଜନ୍ମିତ ଖ୍ବାଜା ବିଳମ୍ବିତ ଭିସା କାରଣରୁ ସୋମବାର ବେଙ୍ଗାଲୁରୁରେ ପହଞ୍ଚିଥିଲେ। ୨୦୧୩ ଓ ୨୦୧୭ରେ ସୀମିତ ଓଭର ସିରିଜ ଖେଳିଥିଲେ ହେଁ ପ୍ରଥମଥର ପାଇଁ ସେ ଭାରତରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ନିକଟରେ ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟର ଅଫ୍‌ ଦ ଇୟର ସମ୍ମାନରେ ସମ୍ମାନିତ ହୋଇଥିଲେ ଖ୍ବାଜା। ୨୦୦୪-୦୫ ପରଠାରୁ ଭାରତରେ ଦଳ ଟେଷ୍ଟ ସିରିଜ ଜିତି ନ ଥିବା ବେଳେ ଚଳିତ ସିରିଜରେ ଖ୍ବାଜାଙ୍କ ବ୍ୟାଟିଂ ଉପରେ ଅଷ୍ଟ୍ରେଲିଆ ନିର୍ଭର କରିବ। ବିଗତ ୧୦ ବର୍ଷ ମଧ୍ୟରେ ଦଳର ବ୍ୟାଟିଂ ଓ ବୋଲିଂରେ ବଡ଼ ପରିବର୍ତ୍ତନ ଆସିଛି। ଦଳ ଅନେକ ନୂଆ କିଛି ଶିଖିଛି ଏବଂ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଏହା ଆମ ପାଇଁ ଏକ ସକାରାତ୍ମକ ରହିବ। ଏହି ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବା ପରିବର୍ତ୍ତେ ବେଙ୍ଗାଲୁରୁ ନିକଟବର୍ତ୍ତୀ ଆଲୁରରେ ଅଭ୍ୟାସ ପାଇଁ ବାଛିଥିଲା। ନେଟ୍ସରେ ସ୍ପିନରଙ୍କୁ ଖେଳିବାକୁ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ଦେଇଥିଲା। ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଏହି ଗସ୍ତରେ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବେ ବୋଲି କହିଛନ୍ତି ଖ୍ବାଜା। ଆମ ଦଳରେ ଏକାଧିକ ବାମହାତୀ ଖେଳାଳି ଥିବାରୁ ଅଶ୍ୱିନଙ୍କ ବିପକ୍ଷରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଶ୍ୱିନ ଅତ୍ୟନ୍ତ ଦକ୍ଷ ଏବଂ ଚତୁର ବୋଲର। ତାଙ୍କ ନିକଟରେ ଅନେକ ବିବିଧତା ରହିଥିବା ବେଳେ ସେ କ୍ରିଜ୍‌ର ବ୍ୟବହାର ମଧ୍ୟ କରିଥାନ୍ତି। ଅଶ୍ୱିନଙ୍କ ବିପକ୍ଷରେ ଅଧିକ ସମୟ ବ୍ୟାଟିଂ କରିବା ଦ୍ୱାରା ତାଙ୍କୁ ଖେଳିବା ସହଜ ହେବ ବୋଲି କହିଛନ୍ତି ଖ୍ବାଜା। ଟର୍ନିଂ ଟ୍ରାକ୍‌ରେ ଅଶ୍ୱିନଙ୍କ ସହିତ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଯୋଡ଼ି ବେଶ୍‌ ଭୟଙ୍କର ସାବ୍ୟସ୍ତ ହେବ। ପୁରୁଣା ବଲ୍‌ ସହିତ ନୂଆ ବଲ୍‌ରେ ମଧ୍ୟ ଏହି ୩ ଖେଳାଳି ବେଶ୍‌ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି। ଭାରତୀୟ ଉପମହାଦେଶରେ ଓପନ୍‌ କରିବା ସହଜ ମାତ୍ର ସ୍ପିନିଂ ଉଇକେଟରେ ଏହା ସବୁଠାରୁ କଷ୍ଟକର ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଚେଙ୍ଗଡୁ,୩୦ା୪(ପି.ଟି.): ଥୋମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌...

୨୨ ଜଣିଆ ଓଡ଼ିଶା ମହିଳା ଦଳ ଘୋଷଣା

ଭୁବନେଶ୍ୱର,୩୦ା୪, (ସରୋଜ ଜେନା): ରାଜମାତା ଜିଜାବାଈ ଫୁଟବଲ ଟୁର୍ନାମେଣ୍ଟ ପାଇଁ ୨୨ ଜଣିଆ ଓଡ଼ିଶା ମହିଳା ଫୁଟବଲ ଦଳ ସୋମବାର ଘୋଷଣା କରାଯାଇଛି। ମେ ୧ରୁ...

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri