୧୫୦ କହି ୫୦ ଷ୍ଟଲ ନିର୍ମାଣ

ଯାଜପୁର ଅଫିସ,୭ା୨:ବ୍ୟାସ ସରୋବର ମହୋତ୍ସବ ଏଥର ଛିନଭିନ ହୋଇଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲା ଆଳରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଗୁପ୍ତ ଗଙ୍ଗା ସମ୍ମୁଖ ମହୋତ୍ସବ ପଡିଆକୁ ଚଳିତ ବର୍ଷ ବାଦ୍‌ ଦିଆଯାଇଛି। ସେଠାରୁ ପ୍ରାୟ ଅଧ କିଲୋମିଟର ଆଗକୁ ୩୩ କେଭି ବିଦ୍ୟୁତ ଲାଇନ ତଳେ ଏବଂ ରେଲୱେ କଡ଼ରେ ଏହି ପ୍ରାଚୀନ ମହୋତ୍ସବ ହେଉଛି। ଏଥିପାଇଁ ପ୍ରାୟ ୪ ବର୍ଷ ତଳେ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଏଥର ତାହା ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାସନଗର ପୌର ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ୧୫୦ ଷ୍ଟଲ ଖୋଲାଯିବା ପାଇଁ ଘୋଷଣା ହୋଇଥିଲାବେଳେ ମାତ୍ର ୫୦ଟି ଷ୍ଟଲ ନିର୍ମାଣ ହୋଇଛି। ସୋମବାର ପର୍ଯ୍ୟନ୍ତ ସେଥିରୁ ମାତ୍ର ୨୦ଟି ଷ୍ଟଲରେ ଦୋକାନ ହୋଇଥିବାବେଳେ ବାକି ଖାଲି ପଡିଛି। ନୂତନ ମହୋତ୍ସବ ପଡ଼ିିଆକୁ ଯିବାକୁ ହେଲେ ଲୋକେ ରାସ୍ତାରେ ଧୂଳିଧୁଆଁରେ ଅତିଷ୍ଠ ହୋଇ ପଡୁଛନ୍ତି। ନୂତନ ପୌର ପରିଷଦ ଗଠନ ହେବା ପରେ କେବଳ ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଇ ପ୍ରାଚୀନ ପରମ୍ପରାକୁ ପାଦତଳେ ଚାପି ଦିଆଯାଉଛି ବୋଲି ମତପ୍ରକାଶ ପାଇଛି।
ବ୍ୟାସନଗର ସହରର ବିକାଶ, ପରିମଳ ବ୍ୟବସ୍ଥା ଏବଂ ସର୍ବୋପରି ମେଳା ମହୋତ୍ସବକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ବଳରେ କ୍ଷମତାସୀନ ହୋଇ ଆସୁଛି। କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି। ଏଥିପାଇଁ ବିବାଦ ତେଜି ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗା ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସରକାରୀ ବାବୁଙ୍କୁ ଦାୟୀ କରାଯାଇ ତାଙ୍କୁ ଏଠାରୁ ବଦଳି ହୋଇଥିଲା। ଏବେ ସରୋବର ମହୋତ୍ସବରେ ବ୍ୟାପକ ଅବ୍ୟବସ୍ଥା ପୁଣି ପୌରପରିଷଦ କର୍ତ୍ତୃପକ୍ଷଙ୍କୁ ଅନିୟମିତତା ଆଡ଼କୁ ଟାଣି ଆଣିଛି। ଗତ ୧ ତାରିଖଠାରୁ ବ୍ୟାସସରୋବର ମହୋତ୍ସବ ଆରମ୍ଭ ହୋଇଛି ଏବଂ ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି କାର୍ଯ୍ୟକ୍ରମରେ କୌଣସି ସୁନାମଧନ୍ୟ କଳାକାରଙ୍କୁ ଡକାଯାଇ ପାରିନାହିଁ। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ମହୋତ୍ସବ ନାମକୁ ମାତ୍ର ହେଉଛି। ଅନ୍ୟପକ୍ଷେ କଳିଙ୍ଗନଗର ମହୋତ୍ସବ ଏବଂ ଯାଜପୁର ଜିଲା ମହୋତ୍ସବରେ ବଲିଉଡ ଏବଂ ଓଲିଉଡ କଳାକାରମାନଙ୍କ ସମାଗମ ହେବାକୁ ଯାଉଛି। ଏଭଳିସ୍ଥିତିରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୌରପରିଷଦ ପକ୍ଷରୁ ପୂର୍ବରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟର ବହୁ ବରିଷ୍ଠ ନେତା, ପ୍ରଶାସକ ଓ ସୁନାମଧନ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେବେ ବୋଲି ଦର୍ଶାଯାଇଥିଲା। ଏହାସହ ୫ ତାରିଖରୁ ପ୍ରତ୍ୟେକ ସନ୍ଧ୍ୟାରେ ବଲିଉଡ ସଙ୍ଗୀତ ଜଗତରେ ଚହଳ ସୃଷ୍ଟି କରିଥିବା ଗାୟକ ହେମନ୍ତ ବ୍ରିଜବାସୀଙ୍କ ସମେତ ଅଭିଷେକ ସିହ୍ନା, ଅରିନ୍ଦମ ଚକ୍ରବର୍ତ୍ତୀ, ତାରିକ ଅଜିଜ୍‌, ସର୍ମିଷ୍ଠା ସରକାର, ସତ୍ୟଜିତ ପ୍ରଧାନ, ଜେସିକା, ସୌମ୍ୟଜିତ, ଭାଗ୍ୟଶ୍ରୀ, ସୋନମ, ସୃତି ଭଳି କଳାକାରଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଇଥିଲା। ହେଲେ ମେଳାକୁ ୬ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସାଂସ୍କୃତିକ ପେଣ୍ଡାଲ ଖାଁ ଖାଁ ହୋଇଛି। ଏଥିଯୋଗୁ ଦର୍ଶକ ଏବଂ ଭକ୍ତଙ୍କ ମଧ୍ୟରେ ପୌର ପରିଷଦର କାର୍ଯ୍ୟ ଦକ୍ଷତା ଏବଂ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷେ ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପର ବଜାର ଏବଂ ଘରକରଣା ସାମଗ୍ରୀଠାରୁ ପାରମ୍ପରିକ ବସ୍ତ୍ରର ସମ୍ଭାର ଲାଗିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଣିର ଗାର ହୋଇଛି। ପରିମଳ ସହ ରାସ୍ତାଘାଟ ଏବଂ ଡ୍ରେନ ନିର୍ମାଣରେ ହେଉଥିବା ପିସି ଆଦାୟଏହି ମହୋତ୍ସବରେ ବି ଲାଗୁ ହେବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୌର ପରିଷଦର ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକଙ୍କ ମତାମତ ନେବାକୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri