Posted inଖେଳ

ପନ୍ତଙ୍କ ଅଭାବ ଅନୁଭୂତ ହେବ

ନାଗପୁର,୭ା୨ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଷ୍ଟାର ଉଇକେଟ କିପର ବ୍ୟାଟର ରିଷଭ ପନ୍ତଙ୍କ ଅଭାବ ଅନୁଭବ କରିବ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ୍‌ ଚାପେଲ୍‌। ପନ୍ତଙ୍କ ଉପସ୍ଥିତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସଙ୍କ ନିଦ ହଜେଇ ଦେବା ପାଇଁ ଯଥେଷ୍ଟ ହୋଇଥାନ୍ତା। ଯଦିଓ ଏହି ସିରିଜ ପାଇଁ ଭାରତ ଫେବରିଟ୍‌ ତଥାପି ଦଳ ପନ୍ତଙ୍କୁ ମିସ୍‌ କରିବ। ଡିସେମ୍ବର ୨୦୨୨ରେ ପନ୍ତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଣ୍ଠୁ ଓ ଗୋଇଠିରେ ଏକାଧିକ ଅସ୍ତ୍ରୋପଚାର ହୋଇଥିବା ବେଳେ ସେ ଏଯାଏ ହସ୍ପିଟାଲରୁ ଡିସଚାର୍ଜ ହୋଇ ନାହାନ୍ତି। ପନ୍ତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ନିଶ୍ଚୟ ଖୁସି ଥିବ। ପନ୍ତ ଏମିତି ଜଣେ ଖେଳାଳି ଯିଏ କାଉଣ୍ଟର ଆଟାକ କରିବାରେ ମାହିର। ଦ୍ରୁତ ରନ୍‌ କରିବା ସହିତ ସେ ଗୋଟିଏ ସେସନରେ ଖେଳର ମାହୋଲ ପରିବର୍ତ୍ତନ କରିବାରେ ସମର୍ଥ।
ଅଶ୍ୱିନଙ୍କ ବିପକ୍ଷରେ ସତର୍କତା ଆବଶ୍ୟକ: ସ୍ପିନର ଆର. ଅଶ୍ୱିନ ଜଣେ ବିପଜ୍ଜନକ ବୋଲର ଏବଂ ତାଙ୍କ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଧିକ ସତର୍କତା ଆପଣେଇବାକୁ ପଡିବ ବୋଲି କହିଛନ୍ତି ଚାପେଲ୍‌। ଅଶ୍ୱିନ୍‌ ଜଣେ ଚତୁର କ୍ରିକେଟର ତେଣୁ ସେ ସର୍ବଦା ସମସ୍ୟା ସୃଷ୍ଟି କରିବେ। ଅଶ୍ୱିନ୍‌ ନିଜ ପସନ୍ଦର ଲାଇନ ଲେଙ୍ଗ୍ଥରେ ବୋଲିଂ କରିବାରେ ସକ୍ଷମ ହେଲେ ତେବେ ନିଶ୍ଚିତ ଭାବରେ ଘାତକ ସାବ୍ୟସ୍ତ ହେବେ। ଅନ୍ୟ ପକ୍ଷରେ ତାଙ୍କ ବିପକ୍ଷରେ ସିଙ୍ଗଲ ଓ ଡବଲ ରନ୍‌ ସ୍କୋର କରିବା ସହିତ ଷ୍ଟ୍ରାଇକ୍‌ ପରିବର୍ତ୍ତନ କଲେ ସଫଳତା ମିଳିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଚାପେଲ୍‌।
ଲିୟନଙ୍କ ଲାଇନ୍‌: ଅଷ୍ଟ୍ରେଲିଆନ୍‌ ସ୍ପିନର ନାଥନ ଲିୟନ୍‌ ଜଣେ ଦକ୍ଷ ବୋଲର। ଟେଷ୍ଟ କ୍ରିକେଟରେ ସେ ୪୦୦ରୁ ଅଧିକ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ତେବେ ଭାରତୀୟ ଡାହାଣ ହାତୀ ବ୍ୟାଟରଙ୍କୁ ସେ କିଭଳି ବୋଲିଂ କରୁଛନ୍ତି ତାହା ଦେଖିବାକୁ ପଡିବ ବୋଲି କହିଛନ୍ତି ଚାପେଲ। ଯଦି ଲେଗ୍‌ ସାଇଡରେ ତାଙ୍କ ବିପକ୍ଷରେ ଅଧିକ ରନ୍‌ ସ୍କୋର ହୁଏ ତେବେ ସେ ଉଇକେଟ ଟୁ ଉଇକେଟ ବୋଲିଂ କରୁଥିବେ। ମାତ୍ର ଯଦି ଅଫସାଇଡରେ ତାଙ୍କ ବିପକ୍ଷରେ ରନ୍‌ ସ୍କୋର ହେଉଛି ତେବେ ସେ ଟର୍ନ ଉପରେ ଅଧିକ ନିର୍ଭରଶୀଳ ରହିବେ। ଏପରି ହେଲେ ସେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାର ସମ୍ଭାବନା ବଢିବ ବୋଲି ମଧ୍ୟ ଚାପେଲ କହିଛନ୍ତି।
ଆଗରଙ୍କ ବଦଳରେ ଗ୍ରୀନ୍‌: ଦ୍ୱିତୀୟ ସ୍ପିନର ଭାବରେ ଆଷ୍ଟନ ଆଗରଙ୍କୁ ଖେଳାଇବା ସପକ୍ଷରେ ନାହାନ୍ତି ଇଆନ୍‌ ଚାପେଲ୍‌। ଏହା ପରିବର୍ତ୍ତେ ସେ କାମେରୁନ୍‌ ଗ୍ରୀନଙ୍କୁ ପସନ୍ଦ କରିବେ ବୋଲି ସେ କହିଛନ୍ତି। ବୋଲିଂରେ ବାମ-ଡାହାଣ ବିବିଧତା ପାଇଁ ଅଷ୍ଟ୍ରେଲିଆ ଆଗରଙ୍କୁ ସାମିଲ କରିପାରେ। ମାତ୍ର ଯଦି ଆଗର ଦ୍ୱିତୀୟ ପସନ୍ଦର ସ୍ପିନର ନୁହନ୍ତି ତେବେ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଗ୍ରୀନଙ୍କୁ ଖେଳାଇବା ଅଷ୍ଟ୍ରେଲିଆ ପାଇଁ ଳାଭଦାୟକ ରହିବ। ଆଗରଙ୍କ ଆଭରେଜ ୪୦ ରହିଥିବା ବେଳେ ତାଙ୍କୁ ଖେଳାଇବାକୁ ଚାପେଲ ବିରୋଧ କରିଛନ୍ତି।
ମୋରିସ୍‌ଙ୍କ ଡେବ୍ୟୁ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ୍‌ ବାଦ ପଡିଥିବା ବେଳେ ଲାନ୍ସ ମୋରିସ୍‌ ଏହି ମ୍ୟାଚରେ ପଦାର୍ପଣ କରି ପାରନ୍ତି। ତେବେ ମୋରିସଙ୍କୁ ସୁଯୋଗ ପ୍ରଦାନ କରିବା ପୂର୍ବରୁ ଦୁଇ ଆହତ ପେସର୍‌ ଷ୍ଟାର୍କ ଓ ହେଜେଲଉଡଙ୍କ ସହିତ କମିନ୍ସ ଆଲୋଚନା କରିବା ଉଚିତ୍‌ ବୋଲି କହିଛନ୍ତି ଚାପେଲ୍‌। ମୋରିସ୍‌ଙ୍କ ନିକଟରେ ପେସ୍‌ ରହିଛି ମାତ୍ର ଆଡିଲେଡର ବାଉନ୍ସି ଟ୍ରାକରେ ସୁଯୋଗ ମିଳିନଥିବା ବେଳେ ନାଗପୁର ଟ୍ରାକରେ ସେ କଣ କରିବେ ବୋଲି ଚାପେଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri