୧୫ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୩ କୋଟି ଅର୍ଥ ରାଶି ଅନୁମୋଦନ

ଭୁବନେଶ୍ୱର, ୬।୨(ବ୍ୟୁରୋ):‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ରବିବାର ୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦନ କରାଯାଇଛି। ଏଥିରେ ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସହ ୧୩ଟି ମହାବିଦ୍ୟାଳୟ ରହିଛି। ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ରିପୋଗ୍ରାଫିକ ସେଣ୍ଟର ସଂସ୍ଥାପନ, ହିନ୍ଦୀ ବିଭାଗର ୧୦୦ ଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସ୍‌ ରୁମ ଓ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ଶିକ୍ଷା ସୁବିଧା ସୁଯୋଗର ବୃଦ୍ଧି କରାଯିବ। ସେହିପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଡକ୍ଟର ନାରାୟଣୀ ପଣ୍ଡା ଆଇଟି କୌଶଳ ସେଣ୍ଟରର ନିର୍ମାଣ କରାଯିବ। ଅନ୍ୟପକ୍ଷରେ ସମ୍ପୃକ୍ତ ମହାବିଦ୍ୟାଳୟଗୁଡ଼ିକ ହେଲା ଯାଜପୁର ଧର୍ମଶାଳା ମହାବିଦ୍ୟାଳୟ, ପିପିଲି ମହାବିଦ୍ୟାଳୟ, ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ମୟୁରଭଞ୍ଜର ରୋହିଦାସ ସୋରେନ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁରର ବୁର୍ଲା ଏନ୍‌ଏସି (ଡିଗ୍ରୀ) ମହାବିଦ୍ୟାଳୟ, ବରଗଡର ମହାତ୍ମା ଡିଗ୍ରୀ ମହାବିଦ୍ୟାଳୟ, ଗଞ୍ଜାମର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ, କଟକ ବାଙ୍କିର ରାଣୀ ସୁକଦେଇ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଜଗତସିଂହପୁରର ଅଳକା ଡିଗ୍ରୀ ମହାବିଦ୍ୟାଳୟ, କେନ୍ଦୁଝରର ପିପିଲିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟ, ଅନୁଗୋଳର ଷୋଳପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଏବଂ ବୋଇଣ୍ଡା ସ୍ଥିତ ଜନତା କଲେଜ। ଏ ସମସ୍ତ ମହାବିଦ୍ୟାଳୟରେ କେଉଁ ସବୁ କାର୍ଯ୍ୟ କରାଯିବ ସେ ସବୁର ମଧ୍ୟ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ ହୋଇସାରିଛି। କେଉଁଠି ଶ୍ରେଣୀଗୃହ ତ’ ଆଉ କେଉଁଠି କମ୍ପ୍ୟୁଟର ଲ୍ୟାବ୍‌, ଖେଳପଡ଼ିଆ, ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍‌ରୁମ୍‌, ବେଞ୍ଚ ଏବଂ ଡେସ୍କର କ୍ରୟ, ବଗିଚାର ସୌନ୍ଦର୍ଯ୍ୟକରଣ, ସମ୍ମିଳନୀ କକ୍ଷ ପାଇଁ ବିଭିନ୍ନ ଉପକରଣର ମରାମତି ଆଦି କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri