ରେଲଓ୍ବେ ପାଇଁ ୨.୪ ଲକ୍ଷ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ,୨।୨ : ୨୦୨୩-୨୪ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରେଲଓ୍ବେ ପାଇଁ ସର୍ବାଧିକ ୨.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୧୩-୧୪ ଆର୍ଥତ୍କ ବର୍ଷର ବ୍ୟୟବରାଦ ତୁଳନାରେ ଏହା ୯ ଗୁଣ ଅଧିକ ବୋଲି ଲୋକ ସଭାରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଥିଲେ। କୋଇଲା, ସାର ଏବଂ ଖାଦ୍ୟଶସ୍ୟ ସେକ୍ଟରଗୁଡ଼ିକ ପାଇଁ ଆରମ୍ଭ ଓ ଶେଷ ମାଇଲ୍‌ ସଂଯୋଗ ନିମନ୍ତେ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ପରିବହନ ଭିତ୍ତିଭୂମି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି। ୭୫,୦୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିକଶିତ କରାଯିବ। ଏଥିରେ ଘରୋଇ ସୂତ୍ରରୁ ୧୫,୦୦୦ କୋଟି ଟଙ୍କା ବିନିଯୋଗ ହେବ। ବଜେଟ ଆକଳନ ଅନୁଯାୟୀ ୨୦୨୩-୨୪ ବର୍ଷରେ ରେଲଓ୍ବେର ମୋଟ ରାଜସ୍ବ ବ୍ୟୟ ପରିମାଣ ୨,୬୫,୦୦୦ କୋଟି ଟଙ୍କା ହେବ। ୨୦୨୨-୨୩ ବର୍ଷରେ ସଂଶୋଧିତ ବ୍ୟୟ ଆକଳନ ୨,୪୨,୮୯୨.୭୭ କୋଟି ଟଙ୍କା ଥିଲା। ଆସନ୍ତା ଆର୍ଥିକ ବର୍ଷରେ ଷ୍ଟ୍ରାଟେଜିକ୍‌ ଲାଇନଗୁଡ଼ିକର କାର୍ଯ୍ୟକାରିତାରେ ହେବାକୁ ଥିବା କ୍ଷତି ଭରଣା ପାଇଁ ୪୮୭.୫୧ କୋଟି ଟଙ୍କା ରଖାଯାଇଛି, ଯାହାକି ୨୦୨୨-୨୩ ବର୍ଷରେ ୨,୪୬୧.୯୦ କୋଟି ଟଙ୍କା ଥିଲା। ଜାତୀୟ ପ୍ରକଳ୍ପଗୁଡ଼ିକ ନିମନ୍ତେ ବଜାର ଋଣର ସୁଧ ଇତ୍ୟାଦି ପରିଶୋଧ ବାବଦକୁ ୭୮୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି।
ରେଲଓ୍ବେ ପାଇଁ ବଜେଟରେ ମୋଟ ପୁଞ୍ଜି ବ୍ୟୟ ଆକଳନ ୨,୬୦,୨୦୦ କୋଟି ଟଙ୍କା ହୋଇଥିବାବେଳେ ସେଥିରୁ ୨,୪୦,୦୦୦ କୋଟି ସାଧାରଣ ରାଜସ୍ବରୁ, ୨୦୦ କୋଟି ନିର୍ଭୟା ପାଣ୍ଠିରୁ, ୩,୦୦୦ କୋଟି ଆଭ୍ୟନ୍ତରୀଣ ସମ୍ବଳରୁ ଏବଂ ୧୭ ହଜାର କୋଟି ଆଭ୍ୟନ୍ତରୀଣ ଏବଂ ଅତିରିକ୍ତ ବଜେଟାରି ସମ୍ବଳରୁ ଭରଣା କରାଯିବ। ୨୦୨୩-୨୪ ବର୍ଷରେ ରେଲଓ୍ବେର ମୋଟ ଆୟ ୨,୬୫,୦୦୦ କୋଟି ଟଙ୍କା ହେବ, ଯାହାକି ବିଦାୟୀ ଆର୍ଥତ୍କ ବର୍ଷରେ ୨,୪୨,୮୯୨.୭୭ କୋଟି ଟଙ୍କା ଥିଲା। ଯାତ୍ରୀମାନଙ୍କ ଆଶା ଆକାଂକ୍ଷା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରେଲଓ୍ବେ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ହମ୍‌ସଫର ଏବଂ ତେଜସ ଭଳି ପ୍ରିମିୟର ଟ୍ରେନ୍‌ଗୁଡ଼ିକର ଆଉ ୧,୦୦୦ରୁ ଊର୍ଦ୍ଧ୍ୱ କୋଚ୍‌କୁ ନବୀକରଣ କରିବା ଲାଗି ଯୋଜନା କରିଛି। ସେଗୁଡ଼ିକର ଇଣ୍ଟେରିୟରକୁ ଆଧୁନିକ ଲୁକ୍‌ ଦିଆଯିବା ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରିବ। ସେହିପରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଆଉ ୧୦୦ଟି ଭିଷ୍ଟାଡୋମ୍‌ କୋଚ୍‌ ନିର୍ମାଣ ଲାଗି ରେଲଓ୍ବେ ଯୋଜନା କରିଛି। ୩୫ଟି ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌, ୪,୫୦୦ଟି ନୂଆ ଡିଜାଇନର ଅଟୋମୋବାଇଲ କ୍ୟାରିୟର କୋଚ୍‌, ୫,୦୦୦ ଏଲ୍‌ଏଚ୍‌ବି କୋଚ ଏବଂ ୫୮ ହଜାର ଓ୍ବାଗନ ନିର୍ମାଣ ଲାଗି ବଜେଟରେ ପ୍ରସ୍ତାବ ରହିଛି। ବନ୍ଦେ ଭାରତ ହାଇସ୍ପିଡ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିବାରୁ ଟ୍ରାକ୍‌ ନବୀକରଣ ବାବଦରେ ଚଳିତ ବର୍ଷ ୧୭,୨୯୬.୮୪ କୋଟି ଟଙ୍କା ବ୍ୟୟ ହେବ, ଯାହାକି ୨୦୨୨-୨୩ ବର୍ଷରେ ୧୫,୩୮୮.୦୫ କୋଟି ଟଙ୍କା ଥିଲା। ପୂର୍ବ ବଜେଟରେ ରେଲଓ୍ବେ ପାଇଁ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri