ଉପକୃତ ହେବେ ପକ୍ଷାଘାତ ରୋଗୀ

ପରଜଙ୍ଗ,୩୦।୧(ଡି.ଏନ୍‌.ଏ.):ପକ୍ଷାଘାତର ଶିକାର କିମ୍ବା ଦୁର୍ଘଟଣାରେ ଅଙ୍ଗ ହରାଇ ଅକର୍ମଣ୍ୟ ହୋଇପଡ଼ିଥିବା ରୋଗୀ ଜିଅନ୍ତି ଅଭିଶପ୍ତ ଜୀବନ। ଦୈନନ୍ଦିନ କାର୍ଯ୍ୟ ହେଉ କି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଚଳପ୍ରଚଳ କରିବା, ଏଭଳି ସମସ୍ତ ଛୋଟବଡ଼ କାମରେ ସେମାନେ ଅନ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଥାଆନ୍ତି। ହେଲେ ଏବେ ଏହି ସମସ୍ୟାର ସରଳ ସମାଧାନ ସୂତ୍ର ବାହାର କରିଛନ୍ତି ୧୧ ବର୍ଷର ମେଧାବୀ ଛାତ୍ର ପ୍ରଦୀପ ସେଠୀ। ସେ ଏମିତି ଏକ ‘ଅଟୋମେଟେଡ୍‌ ହୁଇଲ୍‌ ଚେୟାର’ ନିର୍ମାଣ କରିଛନ୍ତି, ଯାହାକୁ ବ୍ୟବହାର କରି ପାରାଲିସିସ୍‌ ଆକ୍ରାନ୍ତ ଏବଂ ଶଯ୍ୟାଶାୟୀ ରୋଗୀମାନେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ଫଳରେ ଅନ୍ୟମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତାରୁ ସେମାନେ ସାମାନ୍ୟ ମୁକ୍ତି ପାଇବେ ଏବଂ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇପାରିବ। ଉକ୍ତ ମଡେଲକୁ ପେଟେଣ୍ଟ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ବହୁ ରୋଗୀ ଉପକୃତ ହୋଇପାରିବେ।
ନିଜ ପ୍ରକଳ୍ପ ସମ୍ପର୍କରେ ପ୍ରତୀକ କୁହନ୍ତି, ଡିଭାଇସ୍‌ରେ ଅତ୍ୟାଧୁନିକ ସେନ୍‌ସର ଲାଗିଛି। ରୋଗୀ ବ୍ୟବହାର କରୁଥିବା ହୁଇଲ୍‌ ଚେୟାରରେ ବ୍ଲୁଟୁଥ୍‌ ଏବଂ ମୋଟର ଖଞ୍ଜାଯାଇଛି। ଉକ୍ତ ସେନ୍‌ସରକୁ ରୋଗୀଙ୍କ କପାଳରେ ଲଗାଯିବ, ଯାହା ରୋଗୀଙ୍କ ମାନସିକ ଅବସ୍ଥାକୁ ଅନୁଧ୍ୟାନ କରିପାରିବ। ଉକ୍ତ ସେନ୍‌ସର ରୋଗୀ କ’ଣ ଚିନ୍ତା କରୁଛି, ମାନସିକ ଅବସାଦରେ ଅଛି କି ନାହିଁ, କ’ଣ କରିବାକୁ ଚାହୁଁଛି ସେସବୁର ଡାଟାବେସ୍‌ ତିଆରି କରିବ ଏବଂ ସିଗ୍‌ନାଲ୍‌ ମାଧ୍ୟମରେ ମୋଟର ସଂଯୁକ୍ତ ବ୍ଲୁଟୁଥ୍‌କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବ। ଏହାପରେ ହୁଇଲ୍‌ ଚେୟାର କାର୍ଯ୍ୟକ୍ଷମ ହେବ। କେବଳ ଏତିକି ନୁହେଁ, ଆଗରେ ବିପଦ ଥିଲେ ସତର୍କ ମଧ୍ୟ କରାଇଦେବ। ଫଳରେ ସମ୍ଭାବ୍ୟ ଦୁର୍ଘଟଣାରୁ ରୋଗୀଜଣକ ରକ୍ଷା ପାଇପାରିବେ। ଏହି ଡିଭାଇସ୍‌ ତିଆରି କରିବାକୁ ପ୍ରାୟ ୩ ମାସ ସମୟ ଲାଗିଥିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରତୀକ କହିଛନ୍ତି। ପକ୍ଷାଘାତ ରୋଗୀଙ୍କ ଯନ୍ତ୍ରଣା ହିଁ ତାଙ୍କୁ ଏହି ‘ଅଟୋମେଟେଡ୍‌ ହୁଇଲ୍‌ ଚେୟାର’ ପ୍ରକଳ୍ପ ତିଆରି କରିବା ଲାଗି ଉତ୍ସାହିତ କରିଥିଲା। ଏହାକୁ ବରିଷ୍ଠ ନାଗରିକ ଗୃହ, ବୃଦ୍ଧାଶ୍ରମରେ ମଧ୍ୟ ବ୍ୟବହାର କରାଯାଇପାରିବ। ଦୁର୍ଘଟଣାଗ୍ରସ୍ତ ରୋଗୀ ଏବଂ ପକ୍ଷାଘାତ ଆକ୍ରାନ୍ତ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ। ଖୁବ୍‌ଶୀଘ୍ର ଏହାକୁ ପେଟେଣ୍ଟ ପାଇଁ ଆବେଦନ କରାଯିବ ବୋଲି ପ୍ରତୀକ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତୀକ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ର କମ୍ପ୍ୟୁଟର ସାଇନ୍ସ ଅଧ୍ୟାପକ ପ୍ରଫେସର ଶ୍ରୀନିବାସ ସେଠୀଙ୍କ ଦୁଇ ଝିଅପୁଅଙ୍କ ମଧ୍ୟରେ ସାନ। ସେ ତାଳଚେର ଥର୍ମାଲସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଷଷ୍ଠଶ୍ରେଣୀ ଛାତ୍ର। ଆଇଜିଆଇଟିର ଆସିଷ୍ଟାଣ୍ଟ ପ୍ରଫେସର ରମେଶ କୁମାର ସାହୁଙ୍କ ମାର୍ଗଦର୍ଶନ ତାଙ୍କୁ ଏହି ଡିଭାଇସ୍‌ ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହୋଇଛି ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି।

ପିଲାଟି ଦିନରୁ ଅନିସନ୍ଧିତ୍ସୁ

ପିଲାଟି ଦିନରୁ ପ୍ରତୀକ ଅନିସନ୍ଧିତ୍ସୁ। ବିଭିନ୍ନ ସମୟରେ ସେନ୍‌ସରଯୁକ୍ତ ଖେଳଣା, ମନୋରଞ୍ଜନ ଭିତ୍ତିକ ଆପ୍‌ ତିଆରି କରି ସେ ଚର୍ଚ୍ଚା ସାଉଁଟିଛନ୍ତି। ‘ଅଟୋମେଟେଡ୍‌ ହୁଇଲ୍‌ ଚେୟାର’ ବ୍ୟତୀତ ସେ ଏକ ମିନି ସିପିୟୁ ମଧ୍ୟ ତିଆରି କରିଛନ୍ତି, ଯେଉଁଥିରେ ଟିଭିକୁ କମ୍ପ୍ୟୁଟର ମନିଟର ଭଳି ବ୍ୟବହାର କରାଯାଇ ପାରୁଛି। ଏଭଳି ଅଭିନବ ଉଦ୍ଭାବନ କ୍ଷେତ୍ରରେ ବାପା ତଥା ଅଧ୍ୟାପକ ପ୍ରଫେସର ଶ୍ରୀନିବାସ ସେଠୀ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ରମେଶ କୁମାର ସାହୁଙ୍କ ମାର୍ଗଦର୍ଶନ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରତୀକଙ୍କ ଏଭଳି ଉଦ୍ଭାବନ ଯାତ୍ରାକୁ ନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri