୯ ଅଷ୍ଟଧାତୁ ମୂର୍ତ୍ତି, ବିଦ୍ୟୁତ୍‌ ତାର ଜବତ: ୬ ଗିରଫ

ମାର୍ଶାଘାଇ,୨୮ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରୁ ଗତ ୨୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଡକାୟତି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ବିଦ୍ୟୁତ୍‌ ତାର ଜବତ ସହ ୯ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଛି ବୋଲି କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର ଥାନା ପରିସରରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁନ୍ଦପାଟଣା ଗଁାର ନାରାୟଣ ସାହୁ, କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ମହମ୍ମଦପୁର ଗଁାର ଜ୍ୟୋତି ପ୍ରକାଶ ବେହେରା ଓରଫ ସିମ୍ପା, କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ଗଁାର ହେମନ୍ତ ନାୟକ, ଅନିଲ ସାହୁ, କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ବାଇନପଡା ଗଁାର ଦେବେନ୍ଦ୍ର ନାୟକ ଓରଫ ସୋନୁ, କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ଛପଚିକଣା ଗଁାର ସଂଗ୍ରାମ ରାଉଳ ଓରଫ କୁନା। ଏସ୍‌ଡିପିଓ ମହାପାତ୍ର କହିଥିଲେ ଯେ, ଅଭିଯୁକ୍ତ ସିମ୍ପା ୧୦ରୁ ୧୫ଜଣ ଅପରାଧୀଙ୍କୁ ସାଙ୍ଗରେ ଧରି ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ଟାଟା ଏସିଇ ଓ ଗୋଟିଏ ହୋଣ୍ଡା ଆମେଜ କାର ଆଣି ଲୁଣା ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସରରେ ପଶି ୨ଜଣ କଣ୍ଟ୍ରୋଲ ରୁମ୍‌ ଅପରେଟରଙ୍କୁ ଭୟଭୀତ କରି ଆଲୁମିନିୟମ, ତମ୍ବା ତାର ଓ ଅନ୍ୟ ଯନ୍ତ୍ରାଂଶ ଲୁଟି ନେଇଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ପରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ମହାପାତ୍ର, ମାର୍ଶାଘାଇ ଥାନା ଅଧିକାରୀ, ପାଟକୁରା ଥାନା ଅଧିକାରୀ, କୁଦାନଗରୀ ଥାନା, କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ବାଡ୍‌ ଓ ଘଟଣାର ତଦନ୍ତକାରୀ ଅଧିକାରୀ ବିଜୟ ଖଟୁଆଙ୍କୁ ନେଇ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ହୋଣ୍ଡା ଆମେଜ କାରକୁ ଜବତ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ୍‌ ହେବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଲୁଟ କରିଥିବା ବିଦ୍ୟୁତ୍‌ ତାରକୁ ସେମାନେ ଭଟିମୁଣ୍ଡାର ହେମନ୍ତ ଓ ଅନିଲଙ୍କୁ ୭୦ ହଜାର ଟଙ୍କାରେ ବିକ୍ରି କରି ନିଜ ଭିତରେ ବାଣ୍ଟି ନେଇଥିଲେ। ଅଭିଯୁକ୍ତମାନେ ଡିସେମ୍ବର ଶେଷ ସପ୍ତାହ ଓ ଜାନୁୟାରୀର ପ୍ରଥମ ସପ୍ତାହ ମଧ୍ୟରେ ଡେରାବିଶ ଥାନା ଅନ୍ତର୍ଗତ ଛତା ବିଦ୍ୟୁତ୍‌ କାର୍ଯ୍ୟାଳୟ, ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଓ ଧୂମାତ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଚକଡା, ମାହାଙ୍ଗା ଥାନା ଭଦ୍ରେଶ୍ୱର ଅଞ୍ଚଳରୁ ମଧ୍ୟ ବିଦ୍ୟୁତ୍‌ ତାର ଚୋରି କରିଥିଲେ ବୋଲି ଏସଡିପିଓ ମହାପାତ୍ର କହିଥିଲେ। ଅଭିଯୁକ୍ତମାନଙ୍କଠାରୁ ୩ଟି ବାଇକ୍‌, ଗୋଟିଏ କଟର ମେଶିନ, ଗୋଟିଏ ଓଜନ ମେଶିନ ଜବତ କରାଯାଇଛି। ଜବତ କରାଯାଇଥିବା ଆଲୁମିନିୟମ କଣ୍ଡକ୍ଟରର ଓଜନ ୫ ଟନ୍‌ ୧୧୦ କେଜି ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ଏମାନେ ଆନ୍ତଃ ଜିଲା ଡକାୟତି ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। ଏ ନେଇ ଥାନାରେ ନଂ. ୩୫/୨୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri