Posted inଖେଳ

ସ୍ବିଟେକ୍‌, ଗଫ୍‌ ୪ର୍ଥ ରାଉଣ୍ଡରୁ ବିଦା

ମେଲବୋର୍ନ,୨୩ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ରବିବାର ଦେଖିବାକୁ ମିଳିଛି ବଡ଼ ବିପର୍ଯୟ। ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଇଗା ସ୍ବିଟେକ୍‌ ଓ ୭ ନମ୍ବର କୋକୋଆ ଗଫ୍‌ ପରାଜୟ ସହ ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ତଥା ଦୁଇ ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ସ୍ବିଟେକ୍‌ ଓ୍ବିମ୍ବେଲଡନ୍‌ ଚାମ୍ପିୟନ୍‌ ଏଲିନା ରିବାକିନାଙ୍କ ନିକଟରୁ ହାରି ଯାଇଛନ୍ତି। ଏହାସହିତ ସ୍ବିଟେକ୍‌ଙ୍କ କ୍ରମାଗତ ୩୭ତମ ବିଜୟରେ ମଧ୍ୟ ବ୍ରେକ୍‌ ଲାଗିଛି। ରବିବାର ରଡ୍‌ ଲାଭେର ଆରେନାରେ ଖେଳାଯାଇଥିବା ମ୍ୟାଚ୍‌କୁ ରିବାକିନା ୬-୪, ୬-୪ରେ ଜିତି ନେଇଥିଲେ।

ଏହି ଟୁର୍ନାମେଣ୍ଟ ପରାଜୟ ପରେ ମୋତେ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବିଟେକ୍‌। ମ୍ୟାଚ୍‌ ଆରମ୍ଭରୁ ବିଜୟୀ ହେବା ପରିବର୍ତ୍ତେ ପରାଜିତ ନ ହେବା ମୋର ପ୍ରାଥମିକତା ରହିଥିଲା। ଆରମ୍ଭରୁ ଚାପରେ ରହିବା ସହ ଏହି ମ୍ୟାଚ୍‌ରେ ପରାଜିତ ହୋଇଥିବା ସ୍ବୀକାର କରିଛନ୍ତି ସ୍ବିଟେକ୍‌। ଏଥିଯୋଗୁ କ୍ୱାର୍ଟର ଫାଇନାଲରେ ସ୍ବିଟେକ୍‌ ଓ କୋକୋଆ ଗଫ୍‌ଙ୍କ ମ୍ୟାଚ୍‌ ଦେଖିବା ପାଇଁ ଆଶାୟୀ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ କୋକୋଆ ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ୍‌ ଜେଲେନା ଓଷ୍ଟାପେଙ୍କୋଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ମାର୍ଗାରେଟ୍‌ କୋର୍ଟ ଆରେନାରେ ଖେଳାଯାଇଥିବା ମ୍ୟାଚ୍‌କୁ ଓଷ୍ଟାପେଙ୍କୋ ୭-୫, ୬-୩ରେ ଜିତି ନେଇଥିଲେ। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଜେସିକା ପେଗୁଲା କ୍ରମାଗତ ତୃତୀୟଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୧ ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ବାର୍ବାରା କ୍ରେଜିକୋଭାଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଥିଲେ ପେଗୁଲା। ୨୨ତମ ସିଡେଡ୍‌ ରିବାକିନା ଓ ୧୭ତମ ସିଡ୍‌ ଓଷ୍ଟାପେଙ୍କୋ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ପିତାଙ୍କ ରାସ୍ତାରେ କୋର୍ଡା

୨୨ ବର୍ଷୀୟ ଆମେରିକୀୟ ଖେଳାଳି ସେବାଷ୍ଟିଆନ୍‌ କୋର୍ଡା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୯୮ରେ ତାଙ୍କ ପିତା ପିଟର କୋର୍ଡା ଅଷ୍ଟ୍ରେଲିଆନ୍‌ ଓପନ୍‌ ଚାମ୍ପିୟନ୍‌ ହୋଇଥିଲେ। ବିଶ୍ୱ ମାନ୍ୟତାର ୧୦ମ ସ୍ଥାନରେ ଥିବା ହୋବାର୍ଟ ହୁରକାଜଙ୍କୁ ୫ ସେଟ୍‌ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି କୋର୍ଡା। ୩-୬, ୬-୩, ୬-୨, ୧-୬ ଓ ୭-୬(୧୦-୭) ସେଟ୍‌ରେ କୋର୍ଡା ଏହି ମ୍ୟାଚ୍‌ ଜିତିନେଇଥିଲେ। ସେହିପରି ପୁରୁଷ ସିଙ୍ଗଲ୍ସରେ ଆଉ ଏକ ବିପର୍ଯ୍ୟୟ ଘଟାଇଥିଲେ ଅଣସିଡେଡ୍‌ ଜିରି ଲେହେକା। ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ଫେଲିକ୍ସ ଅଗର ଆଲିଆସିମ୍ମେଙ୍କୁ ୪-୬, ୬-୩, ୭-୬(୨), ୭-୬(୩) ସେଟ୍‌ରେ ପରାସ୍ତ କରିବା ସହିତ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଜାନିକ୍‌ ସିନ୍ନରଙ୍କୁ ୬-୪, ୬-୪, ୩-୬, ୪-୬ ଓ ୬-୩ ରେ ପରାସ୍ତ କରିଛନ୍ତି ଷ୍ଟିଫାନସ୍‌ ସିତ୍‌ସିପାସ। ୧୮ ନମ୍ବର ସିଡ୍‌ କାରେନ୍‌ ଖାଚାନୋଭା ମଧ୍ୟ ୬-୦, ୬-୦, ୭-୬ ସେଟ୍‌ରେ ୟୋଶିହିଟୋ ନିଶିଓକାଙ୍କୁ ପରାସ୍ତ କରିଛନ୍ତି।

ପୁରୁଷ ଓ ମହିଳା ଡବଲ୍ସରେ ଭାରତର ଅଭିଯାନ ଶେଷ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ଡବଲ୍ସ ବର୍ଗରେ ଭାରତୀୟ ଅଭିଯାନ ଶେଷ ହୋଇଛି। ରବିବାର କାଜାଖସ୍ତାନର ଆନ୍ନା ଡାନାଲିନା ଓ ସାନିଆ ମିର୍ଜାଙ୍କ ଯୋଡ଼ି ମହିଳା ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଛି। ବେଲଜିୟମର ଆଲିସନ୍‌ ଭାନ୍‌ ୟୁଟଭାଙ୍କ ଓ ୟୁକ୍ରେନ୍‌ର ଆହ୍ନେଲିନା କାଲିନିନାଙ୍କ ନିକଟରୁ ୪-୬, ୬-୪, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି ସାନିଆ-ଡାନାଲିନା। ଅଷ୍ଟମ ସିଡ୍‌ ଭାରତ-କାଜାଖ ଯୋଡ଼ି ୨ ଘଣ୍ଟାରୁ ଅଧିକ ସମୟ ସଂଘର୍ଷ କରିଥିଲେ ହେଁ ପରାଜିତ ହୋଇଥିଲେ। ସାନିଆ-ଡାନାଲିନା ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ହେଁ ଦ୍ୱିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ହାରିବା ସହିତ ସାନିଆ ବିଦାୟ ନେଇଛନ୍ତି। ସେହିପରି ପୁରୁଷ ଡବଲ୍ସରେ ଏନ୍‌. ଶ୍ରୀରାମ ବାଲାଜୀ ଓ ଜୀବନ ନେଦୁନ୍‌ଚେଝିୟାନ୍‌ଙ୍କ ଯୋଡ଼ି ୬-୪, ୬-୪ର ସିଧାସଳଖ ସେଟ୍‌ରେ ଫ୍ରାନ୍ସର ଜେରେମି ଚାର୍ଡି ଓ ଫାବ୍ରିସ୍‌ ମାର୍ଟିନଙ୍କ ନିକଟରୁ ହାରିଯାଇଥିଲା। ତେବେ କେବଳ ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ସାନିଆଙ୍କ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri