Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ୩୦୦ବୁଦ୍ଧିଜୀବୀ ଏକଜୁଟ…

ନୂଆଦିଲ୍ଲୀ,୨୧।୧ : ବିବିସିର ଇଣ୍ଡିଆ: ଦ ମୋଦି କୋଶ୍ଚିନ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଭେଟେରାନଙ୍କ ସମେତ ୩୦୦ ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଏକ ବିବୃତ୍ତିରେ ଦସ୍ତଖତ କରି ଭାରତ ତଥା ଏହାର ନେତାଙ୍କ ପ୍ରତି ପକ୍ଷପାତ ପ୍ରଦର୍ଶନ କରାଯାଇଥିବା କହି ଡକ୍ୟୁମେଣ୍ଟାରୀର ତଥ୍ୟକୁ ଖଣ୍ଡନ କରିଛନ୍ତି।

ସେମାନଙ୍କ ମଧ୍ୟରେ ୧୩ ଜଣ ଅବସରପ୍ରାପ୍ତ ବିଚାରପତି, ୧୩୩ ପୂର୍ବତନ ସରକାରୀ ଅଧିକାରୀ ଏବଂ ୧୫୬ ପୂର୍ବତନ ସୈନିକ ଅଛନ୍ତି।

ବିବୃତ୍ତିରେ କୁହାଯାଇଛି ଯେ ଆମେ ଏପର୍ଯ୍ୟନ୍ତ ଯାହା ଦେଖିଛୁ ତାହା ଉପରେ ଆଧାର କରି ବିବିସିର ସିରିଜ କେବଳ ବିଭ୍ରାନ୍ତିକର ରିପୋର୍ଟ ଉପରେ ଆଧାରିତ ନୁହେଁ ବରଂ ଏକ ସ୍ବାଧୀନ, ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତର ୭୫ ବର୍ଷ ପୁରୁଣା ଇତିହାସକୁ ମଧ୍ୟ ପ୍ରଶ୍ନ କରିଛି। ପୁଣି ଥରେ ବିବିସି ଭାରତ ପ୍ରତି ନକାରାତ୍ମକତା ଏବଂ ପକ୍ଷପାତିତା ଏକ ଡକ୍ୟୁମେଣ୍ଟାରୀ ଆକାରରେ ସାମ୍ନାକୁ ଆସିଛି।

ଜଣେ ଦେଶପ୍ରେମୀଙ୍କ ବିରୋଧରେ ଏହା ଏକ ଉଦ୍ଦେଶ୍ୟମୂଳ ଚାର୍ଜଶିଟ ବୋଲି ସେମାନେ କହିଛନ୍ତି।

ବିଶିଷ୍ଟ ଭାରତୀୟ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟାରୀ ହେଉଛି ଆମର ନେତା, ସାଥୀ ଭାରତୀୟ ତଥା ଦେଶପ୍ରେମୀ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର।ଆପଣ ଜଣେ ଭାରତୀୟ ଭାବରେ କାହାକୁ ଭୋଟ ଦେଇଥାନ୍ତୁ ନା କାହିଁକି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ଦେଶ, ଆମ ଦେଶର ପ୍ରଧାନମନ୍ତ୍ରୀ। ଆମେ କାହାକୁ ଜାଣିଶୁଣି ପକ୍ଷପାତିତା ଏବଂ ସେମାନଙ୍କ ବିରୁଦ୍ଧରେ ଖାଲି ଯୁକ୍ତି ଦେଖାଇବାକୁ ଅନୁମତି ଦେଇ ପାରିବୁ ନାହିଁ। ଦସ୍ତଖତକାରୀମାନେ ବିବିସି ଡକ୍ୟୁମେଣ୍ଟାରୀର ମୂଳ ଉତ୍ସ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଏହାସହ କହିଛନ୍ତି ଯେ ଏହି ସବୁ ଅଭିଯୋଗକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିରୁଦ୍ଧାଚରଣ। କେବଳ ବ୍ରିଟିଶ ଗଣମାଧ୍ୟମ ଏହା କରିଥିବାରୁ ଏହାକୁ ବିଶ୍ୱାସ କରାଯିବା ଉଚିତ କି?


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri