ହସାଇଲେ ସୁନୀଲ୍‌, ତାତି ବଢ଼ାଇଲେ ଶିଳ୍ପା

ରଙ୍ଗବତୀରେ ଏଣ୍ଟ୍ରି, ମୁଁ ସଫେଇ ବାଲାରେ ନାଚିଲେ ଗ୍ରୋଭର
ରଙ୍ଗବତୀ ଗୀତରେ ଏଣ୍ଟ୍ରି କଲେ ଲୋକପ୍ରିୟ କମେଡିଆନ୍‌ ସୁନୀଲ୍‌ ଗ୍ରୋଭର୍‌। କହିଲେ ଜୟ ଜଗନ୍ନାଥ। ଓଡ଼ିଶାର ଲୋକପ୍ରିୟ ଓ ଚର୍ଚ୍ଚିତ ଗୀତ ରଙ୍ଗବତୀରେ ମଞ୍ଚକୁ ସ୍ବାଗତ କରିବା ସୌଭାଗ୍ୟ ବୋଲି ବି କହିଲେ। ଆରମ୍ଭ ହିଁ ଦର୍ଶକ ହସିବା ଆରମ୍ଭ କରିଦେଇଥିଲେ। ପୁଣି ରାତି ନ ପାହୁଣୁ ବିଏମ୍‌ସି ପକ୍ଷରୁ ବାଜୁଥିବା ମୁଁ ସଫେଇ ବାଲା ଗୀତରେ ନାଚିଲେ ଗ୍ରୋଭର୍‌। ହକି ବିଶ୍ୱକପ୍‌ ଆୟୋଜନକୁ ନେଇ ସେ କମେଡି ମାଧ୍ୟମରେ କହିଲେ,ହକି ବୋଲି ଗୋଟିଏ ଜିନିଷ ଥିଲା, ତାହା ମୁଁ ଜାଣିଥିଲି। କିନ୍ତୁ ସେଥିରେ ଯେ ଖେଳ ହୁଏ, ତାହା ପୁଣି ବିଶ୍ୱକପ୍‌ ସେ କଥା ଜାଣି ନ ଥିଲି। ମୁଁ କେବଳ ହକିରେ ମାଡ଼ ଖାଇଥିଲି।
ବଲିଉଡ ଡାଏଲଗ୍‌ ମାରିଲେ
ପ୍ରଥମ ପର୍ଯ୍ୟାୟରେ ଡାକ୍ତର ହୋଇ ମଜା ମଜା କଥା କହିବା ପରେ ବଲିଉଡର ବିଶିଷ୍ଟ କଳାକାରଙ୍କ ଡାଏଲଗ୍‌ ସବୁ କହିଥିଲେ ସୁନୀଲ ଗ୍ରୋବର। ଅମିତାଭ ବଚ୍ଚନ, ଇରଫାନ୍‌ ଖାନ୍‌, ସିଦ୍ଧୁ ପାଜି ତଥା କପିଲ ଦେବଙ୍କ ଡାଏଲଗ ମାରିଥିଲେ। ଏଥିସହ କିଭଳି ଧୀରେ ଧୀରେ ସେ ଲୋକପ୍ରିୟ ହୋଇଥିଲେ ସେ ସମ୍ପର୍କରେ ମଧ୍ୟ କହିଥିଲେ।
କୌନ୍‌ ଲେଗା ଚାଇ ପତି
ଅମିତାଭ ବଚ୍ଚନଙ୍କ ଶୋ’ କୌନ୍‌ ବନେଗା କରୋଡ଼ ପତିକୁ କୌନ୍‌ ଲେଗା ଚାଇ ପତି ନାମକ ଏକ ମଜାଳିଆ ଢଙ୍ଗରେ ଶୋ ଆରମ୍ଭ କରିଥିଲେ। ମଞ୍ଚ ତଳେ ବସିଥିବା ଏକ ଯୋଡ଼ିଙ୍କୁ ଡାକି ସେ ବିଭିନ୍ନ ମଜାଳିଆ ପ୍ରଶ୍ନ ପଚାରି ଖେଳିଥିଲେ। ହେଲ୍ପ ଲାଇନକୁ ପାଇପ୍‌ ଲାଇନର ସହାୟତା ନେଇପାରିବେ ବୋଲି କହିଥିଲେ।
ଅଲିକୁ ବାହାହେଲେ ଗୁତ୍ଥୀ
ଗ୍ରୋଭରଙ୍କ ଗୁତ୍ଥୀ ଚରିତ୍ର ପ୍ରାୟ ସମସ୍ତଙ୍କର ପ୍ରିୟ। ଗୁତ୍ଥୀ ଚରିତ୍ର ସହ ତାଙ୍କର ଝିଅ ଭଳି ଡାଏଲାଗ ବେଶି ହସାଇଥାଏ। ଗୁତ୍ଥୀ ଚରିତ୍ରରେ ସେ ଭୁବନେଶ୍ୱରରୁ ନିଜ ପାଇଁ ପୁଅ ଖୋଜିଥିଲେ। ପ୍ରଥମେ ଅଲିକୁ ବାହା ହୋଇଥିଲେ। ପରେ ମଞ୍ଚ ତଳେ ଥିବା ଏକ ପିଲାକୁ ଡାକି ଆଣି ବାହା ହୋଇଥିଲେ। ତାକୁ ବରମାଳ ପିନ୍ଧାଇବା ସହ ଗୋଟିଏ ଓଢଣି ତଳେ ଢାଙ୍କି ହୋଇ ରହିଥିଲେ। ଯାହାକୁ ଦେଖି ଲୋକମାନେ ତାଳି ମାରି ହସିଥିଲେ। ଏଥିସହ ସେହି ପିଲାକୁ ହାତରେ ଧରି ବୁଲାଇଥିଲେ ଯାହାକି ଦର୍ଶକଙ୍କୁ ବେଶି ମନୋରଞ୍ଜନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri