Posted inଜାତୀୟ

ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି, ସୁପ୍ରିମ୍‌ କୋର୍ଟରେ କେନ୍ଦ୍ରର ଜବାବ..

ନୂଆଦିଲ୍ଲୀ,୧୯।୧ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ,ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି। ଏହା ଉପରେ ବିଚାର ବିମର୍ଷ କରାଯାଉଛି। ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଏକ ଆବେଦନର ବିଚାର ସମୟରେ କେନ୍ଦ୍ର ସରକାର ଏହା କହିଛନ୍ତି।
ଶୀର୍ଷକୋର୍ଟ ଆବେଦନକାରୀଙ୍କୁ ଏନେଇ ଅତିରିକ୍ତ ପ୍ରମାଣ ମଧ୍ୟ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି।

ରାମସେତୁ ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରୁ ପାମ୍ବନ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥରର ଏକ ଶୃଙ୍ଖଳା। ଏହାକୁ ଆଦାମ ସେତୁ ମଧ୍ୟ କୁହାଯାଏ ।

ଭାଜପା ନେତା ସ୍ବାମୀ କହିଛନ୍ତି ଯେ ସେ ପ୍ରଥମ ରାଉଣ୍ଡ ମକଦ୍ଦମା ଜିତିଛନ୍ତି, ଯାହା ଅଧୀନରେ କେନ୍ଦ୍ର ସରକାର ରାମସେତୁ ଅସ୍ତିତ୍ୱକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କ ଦାବି ଉପରେ ବିଚାର କରିବାକୁ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ୨୦୧୭ ରେ ଏକ ବୈଠକ ଡାକିଥିଲେ କିନ୍ତୁ ଏହା ପରେ କିଛି ଘଟି ନ ଥିଲା। ୟୁପିଏ ସରକାରର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ବିବାଦୀୟ ସେତୁସମୁଦ୍ରମ ଜଳପଥ ପ୍ରକଳ୍ପ ବିରୋଧରେ ରାମସେତୁକୁ ତାଙ୍କ ଜନସ୍ବାର୍ଥ ମାମଲାରେ ଜାତୀୟ ସ୍ମାରକୀ ଘୋଷଣା କରିବା ପୂର୍ବରୁ ଭାଜପା ନେତା ଏହାକୁ ଜାତୀୟ ଐତିହ୍ୟ ଘୋଷଣା ପ୍ରସଙ୍ଗ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri