ଜଣେ ବରକୁ ୨ ଥର ବିବାହ କଲେ ନାବାଳିକା

ନୟାଗଡ଼ ଅଫିସ,୧୯।୧: ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଚାଇଲ୍ଡ ଲାଇନ ବିବାହ ବେଦୀରୁ ଉଠାଇ ଆଣିଥିବା ଜଣେ ୧୫ ବର୍ଷର ନାବାଳିକା ବିଳମ୍ବିତ ରାତିରେ ପୁନଃ ବିବାହ କରିଥିବା ଅଭିଯୋଗ ହୋଇଛି । ଜଣେ ବରକୁ ନାବାଳିକା ଗୋଟିଏ ଦିନରେ ଦୁଇଥର ବିବାହ କରିବା ଘଟଣା ଚର୍ଚ୍ଚକୁ ଆସିଛି। ଏଭଳି ଘଟଣା ପଛରେ ନୟାଗଡ଼ର ସିଡବ୍ଲ୍ୟୁସିି(ଜିଲା ମଙ୍ଗଳ ସମିତି)ର କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି । ୧୫ ହଜାର ଟଙ୍କା ଲାଞ୍ଚ ନେଇ ସିଡବ୍ଲ୍ୟୁସି ସଭାପତି ନାବାଳିକାଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। କେତେଜଣ ଦାୟିତ୍ୱହୀନ ଲୋକଙ୍କ ପାଇଁ ନୟାଗଡ଼ ଜିଲାରେ ବାଲ୍ୟ ବିବାହ ନିରୋଧ ଆଇନରେ ବ୍ୟତିକ୍ରମ ଘଟିଛି । ଏ ସଂକ୍ରାନ୍ତରେ ପ୍ରଚାର ହେବା ପରେ ନାବାଳିକା ବିବାହକୁ ପଣ୍ଡ କରାଉଥିବା ଚାଇଲ୍ଡ ଲାଇନ ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବ ବୋଲି ଅଭିଯୋଗ ହେଉଛି । ଜିଲାପାଳ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ବାଲ୍ୟ ବିବାହ ନିରୋଧ ଆଇନ ବାଟବଣା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସିପାହି ଅସୁରୁଢ଼ିପା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକା ବିବାହ କରୁଥିଲେ । ଏହି ବିବାହ ପାଇଁ କନ୍ୟା ଓ ବର ପକ୍ଷଙ୍କ ସମ୍ମତି ଥିଲା । ଭୋଜି ଭାତ ଚାଲିଥିଲା । ବିବାହ ହେଉଥିଲା । ଖବର ପାଇ ଚାଇଲ୍ଡ ଲାଇନ ନୟାଗଡ଼ ସଦର ଥାନା ପୋଲିସ ସହାୟତାରେ ବିବାହ ବେଦୀରୁ ନାବାଳିକାଙ୍କୁ ଉଠାଇ ଆଣି ବିବାହକୁ ପଣ୍ଡ କରିଥିଲା । ସନ୍ଧ୍ୟାରେ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା । ତେବେ ସିଡବ୍ଲ୍ୟୁସି ପ୍ରସଙ୍ଗକୁ ହାଲକା ଭାବେ ନେଇ ସେହି ନାବାଳିକାଙ୍କୁ ତାଙ୍କ ମା’ବାପାଙ୍କୁ ହସ୍ତାନ୍ତର କରିଥିଲା। ସିଡବ୍ଲ୍ୟୁସିିର ସଫେଇ ଅନୁସାରେ ନାବାଳିକା ଚେତାଶୂନ୍ୟ ହୋଇ ଯିବାରୁ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଥିଲା । ସିଡବ୍ଲ୍ୟୁସି ଡାକ୍ତରଖାନାକୁ ନ ପଠାଇ ମା’ବାପାଙ୍କୁ ହସ୍ତାନ୍ତର କରିଥିବାରୁ ନାନା ପ୍ରକାର ସନ୍ଦେହ ସୃଷ୍ଟି ହେଉଛି । ଘରକୁ ଫେରିବା ପରେ ନାବାଳିକାଙ୍କ ପୁନଃ ବିବାହ କାର୍ଯ୍ୟ ଶେଷ ହୋଇଥିଲା । ପୋଲିସ ଜାଣି ଚୁପ୍‌ ରହିଥିଲା । ଚାଇଲ୍ଡ ଲାଇନ ଜାଣି ଅଜଣା ହୋଇଗଲା । ସିଡବ୍ଲ୍ୟୁସିି ନୀରବ ରହିଗଲା। ଏସବୁ ଘଟଣା ପାଇଁ ସିଡବ୍ଲ୍ୟୁସି ସଭାପତି ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି ଦାବି ଉଠିଛି ।
ଏନେଇ ଆଇନଜିବୀ ରଣଜିତ ଦାଶ କୁହନ୍ତି, ନାବାଳିକାଙ୍କୁ ଛାଡିବା ଠିକ୍‌ ନୁହେଁ। ୧୫ ହଜାର ଲାଞ୍ଚ ପାଇଁ ନାବାଳିକାଙ୍କୁ ଛାଡି ଦେବା ପରେ ଭିନ୍ନ ବାର୍ତ୍ତା ଗଲା । ନାବାଳିକା ପୁନଃ ବିବାହ କରିବାରୁ ବାଲ୍ୟ ବିବାହ ନିରୋଧ ଆଇନରେ କଳଙ୍କ ଲାଗିଲା । ଏଥିପାଇଁ କାର୍ଯ୍ୟାନୁଷ୍ଠାନ କାହିଁ। ଯେଉଁମାନେ ଏଭଳି ଅନିୟମିତତା ପଛରେ ଅଛନ୍ତି ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସିଡବ୍ଲ୍ୟୁସି ସଭାପତି ସନ୍ତୋଷ କୁମାର ସାହୁ କୁହନ୍ତି, ନାବାଳିକା ସିଡବ୍ଲୁସିରେ ବାରମ୍ବାର ଚେତାଶୂନ୍ୟ ହୋଇଯିବାରୁ ମା’ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଡାକ୍ତରଖାନାକୁ ପଠାଇ ଥିଲେ ଭଲ ହୋଇଥାନ୍ତା,ଯାହାକି ଟେନଶନ ଦେଇଛି। ତେବେ ହସ୍ତାନ୍ତର ପଛରେ ୧୫ ହଜାର ଲାଞ୍ଚ କାରବାର ଠିକ୍‌ ନୁହେଁ ବୋଲି କହିଛନ୍ତି। ଏହା ଭିତ୍ତିହୀନ ଅଭିଯୋଗ । ସାବାଳିକା ନ ହେବା ପର୍ଯ୍ୟନ୍ତ ବିବାହ ନ ଦେବା ପାଇଁ ତାଙ୍କ ମା’ବାପା ଅଣ୍ଡରଟେକିଂ ଦେଇଛନ୍ତି । ନାବାଳିକା ବୁଧବାର ସିଡବ୍ଲ୍ୟୁସିରେ ହାଜର ହୋଇଥିଲେ । ପୁଣି ଆଉ ୨ଟି ତାରିଖରେ ହାଜର ହେବାର ଅଛି । ନାବାଳିକା ବିବାହ କରିବାର କୌଣସି ଲକ୍ଷଣ ବୁଧବାର ଦେଖିବାକୁ ମିଳି ନାହିଁ । ଏହି ଘଟଣାକୁ ଆମ୍ଭେ ଗୁରୁତର ସହ ନେଇଛୁ ବୋଲି ସଫେଇ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri