ଆଜିଠୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ରାଜ୍ୟର ସମସ୍ତ ଜିଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଟିକା ଦିଆଯିବ। ଯେଉଁମାନେ ଦ୍ୱିତୀୟ ଓ ପ୍ରିକଶନ୍‌ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନେ ଏହି ଟିକା ନେଇପାରିବେ। ଏହି ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କେବଳ କୋଭିଶିଲ୍ଡ ଟିକା ଉପଲବ୍ଧ ହେବ। ସକାଳ ୧୦ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ। ହିତାଧିକାରୀମାନେ ଟିକାକରଣ କେନ୍ଦ୍ରକୁ ଯାଇ ନାମ ପଞ୍ଜୀକରଣ କରି ଟିକା ନେଇପାରିବେ। ସେପଟେ ଟିକାକରଣ ପାଇଁ ଓଡ଼ିଶାକୁ ୧ଲକ୍ଷ କୋଭିଶିଲ୍ଡ ଟିକା ଆସିବା ପରେ ସବୁ ଜିଲାକୁ ବଣ୍ଟନ କରାଯାଇଛି। ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଏହି ଅଭିଯାନରେ ସାମିଲ ହେବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରିଛିି। ସୂଚନାଯୋଗ୍ୟ, ଓଡ଼ିଶାରେ ୧.୯୩ କୋଟି ଲୋକ (୫୯%) ବୁଷ୍ଟର ଡୋଜ୍‌ ଟିକା ନେଇନାହାନ୍ତି। ଓଡ଼ିଶାକୁ ଆବଶ୍ୟକ କରୋନା ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ଗତ ଡିସେମ୍ବର ୨୩ରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଏବଂ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗତ ୨୯ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଥିଲେ। ଏହି କ୍ରମରେ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୧ଲକ୍ଷ କୋଭିଶିଲ୍ଡ ଟିକା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ଚାପି, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଅଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri