ୟୁନିଫର୍ମ ପଲିସି ସରଳୀକରଣ ସହ ଚିଠା ଅନୁମୋଦିତ

ପୁରୀ ଅଫିସ, ୧୮ା୧: ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଲ୍ୟାଣ୍ଡ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସ୍‌ଆଇ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ରାଜସ୍ବ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଦୀର୍ଘବର୍ଷ ଧରି ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗ ସମାଧାନ ହୋଇପାରିନାହିଁ। ତେଣୁ ୟୁନିଫର୍ମ ପଲିସି ମାଧ୍ୟମରେ ପ୍ରଜା ତଥା ଜମି ଦାବିଦାରମାନେ କିପରି ମହାପ୍ରଭୁଙ୍କ ଜମିର ଏନ୍‌ଓସି ପାଇପାରିବେ ଓ ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟରେ ଶ୍ରୀମନ୍ଦିର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ରୁଲ୍‌ ଅନୁଯାୟୀ ୟୁନିଫର୍ମ ପଲିସିରେ ଥିବା ଜଟିଳତାକୁ ସରଳୀକରଣ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ତେଣୁ ବୈଠକରେ ୟୁନିଫର୍ମ ପଲିସିରେ ସରଳୀକରଣ କରାଯିବା ସହ ଏକ ଚିଠା ଅନୁମୋଦନ କରାଯାଇଛି। ମହାପ୍ରଭୁଙ୍କ ଜମିରେ ୩୦ବର୍ଷରୁ ଅଧିକ ସମୟ ଦଖଲରେ ଥିଲେ ଏକର ୬ଲକ୍ଷ ଟଙ୍କା ହିସାବରେ ୧୦ ପ୍ରତିଶତ ଅର୍ଥ ଦେବାକୁ ହେବ। ୨୦ରୁ ୩୦ ବର୍ଷ ମଧ୍ୟରେ ଦଖଲରେ ଥିଲେ ଏକର ପିଛା ୯ ଲକ୍ଷ ହିସାବରେ ୧୦ ପ୍ରତିଶତ ଏବଂ ୧୨ରୁ ୨୦ ବର୍ଷ ଭିତରେ ଥିଲେ ଏକରକୁ ୧୫ ଲକ୍ଷ ହିସାବରେ ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ସେହିପରି ଦଖଲ ସମୟ ୧୨ ବର୍ଷରୁ କମ ହୋଇଥିଲେ ସରକାରୀ ଦରରେ ଅର୍ଥ ପୈଠ କରିବାକୁ ହେବ। ଆବେଦନର ୧ବର୍ଷ ମଧ୍ୟରେ ପଟ୍ଟା ମିଳିବ। ୯୦ ଦିନ ମଧ୍ୟରେ ଧାର୍ଯ୍ୟ ଅର୍ଥ ରାଶି ପୈଠ କରିବେ। ଆବେଦନର ଫଇସଲା ପାଇଁ ଜିଲାପାଳ, ପରିଚାଳନା କମିଟି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ୫ ଏକରରୁ ଅଧିକ ହୋଇଥିଲେ ରାଜ୍ୟ ସରକାର ଆବେଦନର ଫଇସଲା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ପରିଚାଳନା କମିଟିରେ ଏ ନେଇ ଆଲୋଚନା କରାଯିବ। ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଯିବ। ସେଠାରେ ତାହା ପାରିତ ହେବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଦୀର୍ଘଦିନ ଧରି ଲାଗିରହିଥିବା ଜମିଜମା ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

ଗ୍ରୀଷ୍ମ ପ୍ରବାହକୁ ଖାତିର ନାହିଁ: ମାରାଥନ ପ୍ରଚାରରେ ପ୍ରାର୍ଥୀ

କେସିଙ୍ଗା,୩।୫(ତୁମେଶ୍ୱର ସାହୁ): ମେ’ ୧୩ରେ ଓଡ଼ିଶରେ ପ୍ରଥମ ପର୍ଯ୍ୟାୟ ଭୋଟ। ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ନିର୍ବାଚନ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri