Posted inଜାତୀୟ

୨.୨ ଫୁଟ୍‌ ଦବିବ ଜୋଷୀମଠ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଡେରାଡୁନ୍‌,୧୬।୧: ଜୋଷୀମଠର କେତେକ ଅଞ୍ଚଳ ପାଖାପାଖି ୨.୨ ଫୁଟ୍‌ ଦବିପାରେ ବୋଲି ଏକ ଗ୍ରାଉଣ୍ଡ ସର୍ଭେରୁ ଜଣାପଡ଼ିଛି। ଜାନୁୟାରୀ ଆରମ୍ଭରୁ ଜୋଷୀମଠ ସହରର ଭୂମି ଦବିବା ଆରମ୍ଭ ହୋଇଥିଲା। ୧୨ ଦିନରେ ଜୋଷୀମଠ ୫.୪ ସେଣ୍ଟିମିଟର ଦବିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସାଟେଲାଇଟ୍‌ ଡେଟା ସର୍ଭେରୁ ଜଣାପଡ଼ିଥିଲା। ବିଶେଷଜ୍ଞମାନଙ୍କର ଏକ ଟିମ୍‌ ଉକ୍ତ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ବେଳେ ଜେପି କଲୋନି ମଧ୍ୟରେ ରହିଥିବା ବ୍ୟାଡମିଣ୍ଟନ କୋର୍ଟ ଓ ଏହାର ଚତୁଃପାର୍ଶ୍ୱ ୭୦ ସେଣ୍ଟିମିଟର ଦବିଥିବା ଦେଖିବାକୁ ମିଳିଥିଲା। ସେହିପରି ମନୋହର ବାଗ୍‌ର କିଛି ଅଞ୍ଚଳ ୭ରୁ ୧୦ ସେଣ୍ଟିମିଟର ଦବିଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ବାସିନ୍ଦା ଦୁର୍ଗାପ୍ରସାଦଙ୍କ ଘର ୧ଫୁଟ୍‌ ଏବଂ ବାରଣ୍ଡା ୨ ଫୁଟ୍‌ ଦବିଥିବା ସେ କହିଛନ୍ତି। ୧୫ ଦିନରେ ଏକ ହୋଟେଲ ୬ ଇଞ୍ଚ୍‌ ଦବିଥିବାବେଳେ ଏହା ପଛପଟେ ଥିବା ଅନ୍ୟ ଏକ ବିଲ୍ଡିଂ ହୋଟେଲ ଉପରକୁ ଢଳିପଡ଼ିଲାଣି ବୋଲି ଏହାର କେୟାର ଟେକର କହିଛନ୍ତି। ଜୋଷୀମଠର କେତେକ ଅଞ୍ଚଳ ୨.୨ ଫୁଟ୍‌ ପର୍ଯ୍ୟନ୍ତ ଦବିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଜୋଷୀମଠ ଦବିବା ଫଳରେ ବହୁ ଘରଦ୍ୱାର ଓ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ହଜାର ହଜାର ଲୋକ ବିପଦସଙ୍କୁଳ ଘରେ ବାସ କରୁଥିବାବେଳେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବା ଲାଗି ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୋମବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପି.ଏସ୍‌. ନରସିଂହା ଏବଂ ଜେ.ବି. ପର୍ଡିଓ୍ବାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ।
ମାଟି ଦବୁଥିବାରୁ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରିନାଥ, ହେମକୁଣ୍ଡ ସାହିବ ଏବଂ ଔଲିର ଦ୍ୱାର କୁହାଯାଉଥିବା ଜୋଷୀମଠ ସହର ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ଫାଟ ସୃଷ୍ଟି ହୋଇ ଅନେକ ଘର ଢଳିବା ସହ ଦବିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri