ଜାରି ହେଲା ୨୦୨୩ର ଶକ୍ତିଶାଳୀ ପାସପୋର୍ଟ ତାଲିକା, ଜାପାନ ଶୀର୍ଷରେ- ଭାରତ ୮୫ତମ ସ୍ଥାନରେ…

ଲଣ୍ଡନ/ନୂଆଦିଲ୍ଲୀ,୧୧।୧ : ଲଣ୍ଡନର ଫାର୍ମ ହେଲନ ଆଣ୍ଡ ପାର୍ଟନର୍ସ ଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ଜାରି କରାଯାଇଥିବା ଏହି ପାସପୋର୍ଟ ତାଲିକାରେ, ଦୁର୍ବଳ ପାସପୋର୍ଟଠାରୁ ଆରମ୍ଭ କରି ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ବିଷୟରେ ସୂଚନା ଦିଆଯାଇଛି। ଗ୍ଲୋବାଲ ପାସପୋର୍ଟର ର଼୍ୟାଙ୍କିଙ୍ଗରେ ୧୯୯ ଟି ଦେଶର ପାସପୋର୍ଟ ଅନ୍ତର୍ଭୁକ୍ତ କରାଯାଇଛି। ଯାହାଦ୍ୱାରା ୨୨୭ ଟି ଦେଶରେ ଯାତ୍ରା କରାଯାଇପାରିବ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ ଆଧାର କରି ଏହି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ତାଲିକାର ଶୀର୍ଷରେ ଜାପାନ ରହିଛି। ଜାପାନ ପରେ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଜର୍ମାନୀ ଏବଂ ସ୍ପେନ ତୃତୀୟ ସ୍ଥାନରେ ଅଛନ୍ତି। ଚତୁର୍ଥ ସ୍ଥାନରେ ତିନୋଟି ଦେଶ ଫିନଲାଣ୍ଡ, ଇଟାଲୀ ଏବଂ ୟୁରୋପର ଏକ ଦେଶ, ଲକ୍ସେମବର୍ଗ ରହିଛି। ଅଷ୍ଟ୍ରେଲିଆ, ଡେନମାର୍କ, ନେଦରଲାଣ୍ଡ ଏବଂ ସ୍ବିଡେନ ପଞ୍ଚମ ସ୍ଥାନରେ ଅଛନ୍ତି।

ଗ୍ଲୋବାଲ ପାସପୋର୍ଟ ର଼୍ୟାଙ୍କିଙ୍ଗ ୨୦୨୩ ରେ ଭାରତ ୮୫ତମ ସ୍ଥାନରେ ରହିଛି। ଏଥି ସହିତ ପଡୋଶୀ ଦେଶ ଭୁଟାନର ପାସପୋର୍ଟ ୯୦ତମ ସ୍ଥାନରେ ରହିଛି। ଏଥିସହ ଚାଇନା ପାସପୋର୍ଟର ମାନ୍ୟତା ୬୬ତମ ସ୍ଥାନରେ ରହିଛି। ଶ୍ରୀଲଙ୍କା ପାସପୋର୍ଟ ୧୦୦ ନମ୍ବରରେ ଏବଂ ବାଂଲାଦେଶ ପାସପୋର୍ଟ ୧୦୧ ତମ ସ୍ଥାନରେ ଅଛି । ୟେମେନର ମାନ୍ୟତା ୧୦୫ ତମ ଏବଂ ମ୍ୟାନମାରର ମାନ୍ୟତା ୯୬ତମ ସ୍ଥାନରେ ରହିଛି।

ପାକିସ୍ତାନରେ ଏକ ଆର୍ଥିକ ସଙ୍କଟ ଦେଖାଦେଇଛି। ଏହି ସମୟରେ, ହେଲେନ ପାସପୋର୍ଟ ମାନ୍ୟତାରେ ପାକିସ୍ତାନ ହେଉଛି ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ। ସବୁଠାରୁ ପାସପୋର୍ଟ ମାନ୍ୟତାରେ ପାକିସ୍ତାନ ୧୦୬ନମ୍ବରରେ ରହିଛି। ନେପାଳର ଏହା ଅପେକ୍ଷା ଏକ ଭଲ ପାସପୋର୍ଟ ଥିବାବେଳେ ତାଲକାର ୧୦୩ ତମ ସ୍ଥାନରେ ଅଛି। ପାକିସ୍ତାନ ତଳେ ସିରିଆ, ଇରାକ ଏବଂ ଶେଷତମ ସ୍ଥାନରେ ଆଫଗାନିସ୍ତାନ ରହିଛି। ଆଫଗାନିସ୍ତାନର ମାନ୍ୟତା ୧୦୯ତମ ସ୍ଥାନରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri