Odisha Elections 2024

ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ

ଅନୁଗୋଳ ଅଫିସ/ ଆଠମଲ୍ଲିକ/ ବଇଣ୍ଡା/ ଛେଣ୍ଡିପଦା/ କଣିହଁା, ୧୧।୧: ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଅନୁଗୋଳ ଜିଲା ମହୋତ୍ସବ। ଜିଲାର ୩୦ବର୍ଷ ପୂର୍ତ୍ତି ଅବସରରେ ଏହି ମହୋତ୍ସବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ଜୋର୍‌ ଧରିଛି। ମଙ୍ଗଳବାର ଜିଲା ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦର ପୌରୋହିତ୍ୟରେ ମଶାଲ ଶୋଭାଯାତ୍ରା ଜିଲାର ସମସ୍ତ ପ୍ରମୁଖ ଅଞ୍ଚଳ ପରିକ୍ରମା କରିବା ପରେ ଅନୁଗୋଳ ସହର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଛି। ସେଠାରେ ମନ୍ଦିର ପରିଚାଳନା ସମିତି ସଭାପତି ଭବାନୀ ଶଙ୍କର ମିଶ୍ର ଓ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା ମଶାଲକୁ ସ୍ବାଗତ କରିବା ପରେ ତାହାକୁ ମନ୍ଦିର ଭିତରକୁ ପ୍ରବେଶ କରାଯାଇଥିଲା। ମହୋତ୍ସବ ଦିନ ଏହାକୁ ବାହାର କରାଯାଇ ମହୋତ୍ସବ ସ୍ଥଳରେ ସ୍ଥାପନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅନୁଗୋଳ ବ୍ଲକର ଟିକରପଡା, ଛେଣ୍ଡିପଦାର ପାତ୍ରପଡା ମା’ ବାୟଣୀ ପୀଠ, ଆଠମଲ୍ଲିକର ଦେଉଳଝରି, ପାଲଲହଡାର ଖୁଲୁଡି ପୀଠରୁ ମଶାଲ ଗୁଡିକ ବାହାରି ଶୋଭାଯାତ୍ରାରେ ତାଳଚେରସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠରେ ଏକାଠି ହୋଇଥିଲା। ସେଠାରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାକୁ ସ୍ବାଗତ କରିଥିଲେ। ପରେ ସେଠାରୁ ସମସ୍ତ ମଶାଲ ଶୈଳଶ୍ରୀକ୍ଷେତ୍ର ଅଣାଯାଇଥିଲା। ଟିକରପଡାସ୍ଥିତ ଶିବ ମନ୍ଦିର ଠାରୁ ଅନୁଗୋଳ ଉପଜିଲାପାଳ ବୈତୁରା ଦୀପଙ୍କ ତତ୍ତ୍ୱବାଧାନରେ ମଶାଲ ବାହାରିଥିଲା। ଅନୁଗୋଳ ବନଖଣ୍ଡ ଅଧିକାରୀ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲାର ସମସ୍ତ ବିଭାଗର ଅଧିକାରୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଆଠମଲ୍ଲିକ ଦେଉଳଝରି ଶୈବ ପୀଠରୁ ବାହାରିଥିବା ମଶାଲ ଶୋଭାଯାତ୍ରାରେ ଉପଜିଲାପାଳ ତରଣୀ ସୁନା, ବିଡିଓ ସୌଭାଗ୍ୟ ବେହେରା, ତହସିଲଦାର ଯଶୋବନ୍ତ ଦେହୁରୀ, ଏସ୍‌ଡିଏମ୍‌ଓ ସୁନୀଲ କୁମାର ପଣ୍ଡା, ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, ସହକାରୀ ଜିଲାପାଳ କୁଳମଣି ଦଳେଇ, ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଏସିଏଫ ଗୌରୀ ଶଙ୍କର ଦାସ, ବିନୟ ପଟ୍ଟନାୟକ, ଏନସିସି କ୍ୟାଡେଟ, ଆଠମଲ୍ଲିକ ପୋଲିସ ଓ ଡ୍ରାଇଭର ମହାସଂଘ ସାମିଲ ହୋଇଥିଲେ। ଆଠମଲ୍ଲିକରୁ ବାହାରିଥିବା ମଶାଲକୁ କିଶୋରନଗର ବ୍ଲକର ଅଙ୍ଗାପଡା, ଘୋଷର, ବ୍ଲକ ପରିସର, ବାମୁର, ନାକିଚି, ହଣ୍ଡପା, ଲୁହାମୁଣ୍ଡା, ବଇଣ୍ଡାଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଆଠମଲ୍ଲିକ ଉପଜିଲାପାଳ ତରଣୀ ସୁନା, ବଡିଓ ବିନୋଦ ବିହାରୀ ବେହେରା, ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, ବାମୁର ସରପଞ୍ଚ ସଞ୍ଜୀବ ପ୍ରଧାନ, ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ, ନୁନୁକାପଶି ସରପଞ୍ଚ ଦୀପ୍ତିମୟୀ ସାହୁ, ହଣ୍ଡପା ସରପଞ୍ଚ ରଶ୍ମିତା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଛେଣ୍ଡିପଦା ବ୍ଲକସ୍ଥିତ ପାତ୍ରପଡାର ମା’ବାୟାଣୀ ପୀଠରେ ଅନୁଗୋଳ ଏପିଡି ପଦ୍ମନାଭ ସାମନ୍ତରାୟ ଓ ଭୂଅର୍ଜନ ଅଧିକାରୀ ରତନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯିବା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାରେ ବିଧାୟକ ସୁଶାନ୍ତ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ବିଡିଓ ତ୍ରିବିକ୍ରମ କୁମରା, ତହସିଲଦାର ଡାନିଏଲ ଏକ୍କା ପ୍ରମୁଖ ସାମିଲ ହୋଇଥିଲେ। ଶୋଭାଯାତ୍ରାବେଳେ ସ୍ଥାନୀୟ ଅଞ୍ଚଳର କଳାକାରମାନେ କଳାକୃତୀ ପ୍ରଦର୍ଶନ କରିଥିଲେ। ଗ୍ରାମରେ ମହିଳାମାନଙ୍କ ପକ୍ଷରୁ ରାସ୍ତା ପାଶର୍‌ବରେ ଝୋଟି ମୁରୁଜ ସହ ପୂର୍ଣ୍ଣ କଳସ ସ୍ଥାପନ କରାଯାଇଥିଲା। ଆଠମଲିକ ଦେଉଳଝରୀରୁ ଆସୁଥିବା ମଶାଲକୁ ମଧ୍ୟ ଛେଣ୍ଡିପଦା ବ୍ଳକ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ବ୍ଲକ କଳାବିକାଶ ପରିଷଦ ଉପସଭାପତି ହରମୋହନ ପ୍ରଧାନ, ଜିଲାପରିଷଦ ସଦସ୍ୟା ଭାନୁପ୍ରୀୟା ପ୍ରଧାନ, ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନ, ରଶ୍ମିତା ପ୍ରଧାନ, କ୍ଷୀରୋଦିନୀ ବେହେରା, ଉଦିତ କୁମାର ପ୍ରଧାନ, ପ୍ରିୟଙ୍କା ସହୁ, ଯଶୋମତୀ ବେହେରା, ସୁଶୀଳା କମୋଳିନୀ ସ୍ବେରେଙ୍ଗ, ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କଣିହଁାଠାରେ ମଧ୍ୟ ଏହି ମଶାଲ ଶୋଭାଯାତ୍ରାକୁ ସ୍ବାଗତ କରାଯାଇଥିଲା। ଅର୍କିଳ, ସମଲ, ସାନତ୍ରିବିଡ଼ା, ବଡ଼ତ୍ରିବିଡ଼ା ଆଦି ଅଞ୍ଚଳ ପରିକ୍ରମା ପରେ ମଶାଲକୁ ତାଳଚେରସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠକୁ ନିଆଯାଇଥିଲା। କଣିହଁା ବ୍ଲକ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri