ମାଗଣା ଚାଉଳ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ବର,୭ା୧(ବ୍ୟୁରୋ): ମାଗଣା ଚାଉଳକୁ ନେଇ ବିଜେଡି, ଭାଜପା ଭିତରେ ମୁହଁାମୁହିଁ ପରିସ୍ଥିତି ଜାରି ରହିଛି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ୧୦ କେଜି ଲେଖାଏ ଚାଉଳ ପାଉଥିବା ବେଳେ ଏବେ ସେଥିରୁ ବଞ୍ଚିତ ହେବେ ବୋଲି ବିଜେଡି କହିଛି। ଏଥିସହ ରାଜ୍ୟ ସରକାରଙ୍କ ବିନା ସହଭାଗିତାରେ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ଏହାକୁ ଟାର୍ଗେଟ କରାଯାଇଛି। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ହିତାଧିକାରୀ ବର୍ଷକ ପର୍ଯ୍ୟନ୍ତ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପାଇବେ।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଖବରଦାତା ସମ୍ମିଳନୀ କରି କହିଛି, ରାଜ୍ୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁହେବା ପରଠୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଓ କୋଭିଡ୍‌ ସମୟରେ ୨୮ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ମିଶି ସମୁଦାୟ ୧୦ କେଜି ଚାଉଳ ପ୍ରତ୍ୟେକ ହିତାଧିକାରୀ ପାଉଥିଲେ। ହେଲେ ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ପରେ ୫ କେଜି ଲେଖାଏଁ ଚାଉଳ ପାଇବାରୁ ଓଡ଼ିଶାର ଲୋକେ ବଞ୍ଚିତ ହେବେ। ଫଳରେ ଅନେକ ଗରିବ ପରିବାର ହନ୍ତସନ୍ତ ହେବେ ବୋଲି ସେ କହିଛନ୍ତି। ତେଣୁ ଚଳିତ ମାସରୁ ପୁଣିଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। କେନ୍ଦ୍ର ଦ୍ୱାରା ପିଏମ୍‌ଜିକେଏୱାଇ ବନ୍ଦ ହେବା ଯୋଗୁ ପରିବାରଗୁଡ଼ିକ ଚାଉଳ ପାଇବାରୁ ବଞ୍ଚିତ ହେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ। କେନ୍ଦ୍ର ଆମ ଦାବିରେ ରାଜି ନ ହେବା ପର୍ଯ୍ୟନ୍ତ ବିଜେଡି ଏମ୍‌ପି ଏବଂ ଅନ୍ୟାନ୍ୟ ଫୋରମରେ ପିଏମ୍‌ଜିକେଏୱାଇର ପୁନଃ ଆରମ୍ଭ ଲାଗି ଜୋର୍‌ଦାର ଦାବି କରିବ ବୋଲି ସସ୍ମିତ କହିଛନ୍ତି।
ଅନ୍ୟପଟେ ଭାଜପା ସାଧାରଣ ସମ୍ପାଦକ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କେଜି ଲେଖାଏ ଚାଉଳ ମାଗଣାରେ ବଣ୍ଟନ ବାବଦରେ କେନ୍ଦ୍ର ସରକାର ବର୍ଷକୁ ୮,୪୦୦ କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରିବେ। ହନୁ ମଲା ବେଳେ ସତ କହିଛି। ସସ୍ମିତବାବୁ ଆଜି ସତ ସ୍ବୀକାର କରିଛନ୍ତି। ପୂର୍ବରୁ ଚାଉଳକୁ ନେଇ ରାଜ୍ୟ ସରକାର ଯେଉଁସବୁ ମିଛ କହୁଥିଲେ ସେସବୁ ବର୍ତ୍ତମାନ ଧରାପଡ଼ି ଯାଇଛି। ଏଣିକି କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେବେ। ଏହି ଚାଉଳ କେଜି ପ୍ରତି ୩୭.୨୮ ପଇସା ହୋଇଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେଜି ପିଛା ୨ ଟଙ୍କା ଦେଇ ବାହାବା ନେଉଥିଲେ। ଏହି ଯୋଜନା ନିଜର ବୋଲି ଡିଣ୍ଡିମ ପିଟୁଥିଲେ। ହେଲେ ଏଣିକି ଚାଉଳ ଦେବା ନିମନ୍ତେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପ୍ରାୟ ୧୨୦୦ କୋଟି ଟଙ୍କା ବଞ୍ଚିଯିବ ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri