ଚନ୍ଦଲୀଶକ୍ତିପୀଠରେ ପୁଷ୍‌ପୁନି ଯାତ୍ରା

ଲେଫ୍ରିପଡ଼ା,୭।୧(ଡ଼ି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏଡିହି ପଞ୍ଚାୟତର ଚନ୍ଦଲୀପାହାଡ଼ରେ ଥିବା ଶକ୍ତିପୀଠରେ ଶୁକ୍ରବାର ପୁଷପୁନି ଯାତ୍ରା ଅନୁଷ୍ଠିତ ହୋଇଛି। ଆୟୋଜିତ ଯାତ୍ରାରେ ପଡ଼ୋଶୀ ଝାରସୁଗୁଡ଼ା ଜିଲା ସହ ଛତିଶଗଡ଼ ରାଜ୍ୟର ବିଭିନ୍ନ ଗ୍ରାମ ସମେତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ ସକାଶେ ଶକ୍ତିପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୋଦା, କୁକୁଡ଼ା ବଳି ପ୍ରଦାନ କରିଥିଲେ। ଭିଡ଼କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପାହାଡ଼ ଉପରେ ଥିବା ମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ ସକାଶେ ସର୍ଗିପାଲି, ଦର୍ଲିପାଲି ମହାବିଦ୍ୟାଳୟର ଛାତ୍ରୀଛାତ୍ର ସହଯୋଗ କରିଥିଲେ। ମା’ ଚନ୍ଦଲୀପାଟ କ୍ଲବ ଚନ୍ଦଲୀ, ରାଏବଗା ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଜନସାଧାରଣଙ୍କୁ ସେବା ପ୍ରଦାନ କରାଯାଇଥିଲା। ଚନ୍ଦଲୀ ଶକ୍ତିପୀଠର କିମ୍ବଦନ୍ତୀ ଅନୁଯାୟୀ ଆବାହମାନ କାଳରେ ସେହି ପାହାଡ଼ର ତଳେ ଏକ ସ୍ଥାନରେ ପୂଜକ ପୂଜା କରୁଥିଲେ। ପୂଜକ ଜଣକ ପୂଜା କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ପୂଜା ଗଡୁଟିକୁ ଭୂଲି ଯିବାରୁ ପୁଣି ପୂଜା ସ୍ଥଳକୁ ଫେରିଥିଲେ। ପୂଜାସ୍ଥଳରେ ଦେବତାଙ୍କ ସମାବେଶ ହୋଇଥିବାବେଳେ ପୂଜାରୀ ଜଣକ ପୂଜାଗଡୁଟି ନେବା ପାଇଁ ଅନୁରୋଧ କରିଥିଲେ। ସେତେବେଳେ ଦେବତାମାନେ ପୂଜାରୀ ଉପରେ ରାଗିଯାଇ ପୂଜାଗଡୁଟି ଫିଙ୍ଗିଦେଇଥିଲେ। ଗଡୁଟି ଯାଇ ଚନ୍ଦଲୀପାହାଡ଼ ଉପରେ ପଡିଥିଲା। ସେହି ଜାଗାରେ ପଥରରେ ଏକ ଗର୍ତ୍ତ ସୃଷ୍ଟି ହୋଇଗଲା। ଗଡୁଟିକୁ ନେଇ ପୂଜାରୀ ଜଣକ ଘରକୁ ଫେରିଥିଲେ। ପାହାଡ଼ ଉପରେ ଗଡୁଟି ପଡ଼ିଥିବା ସ୍ଥାନରେ ପୂଜା କରିବା ପାଇଁ ପୂଜାରୀଙ୍କୁ ରାତ୍ରିରେ ସ୍ବପ୍ନାଦେଶ ହୋଇଥିଲା। ପରବର୍ତ୍ତୀ ସମୟରୁ ସେହି ସ୍ଥାନରେ ପୂଜାପାଠ ହେଉଥିବା ଜଣାପଡିଛି। ପାହାଡ଼ ଉପରେ ଚନ୍ଦଲୀଶକ୍ତି ପୀଠ ଅବହେଳିତ ଭାବେ ରହିଥିବାରୁ ଗତ ୨୦୧୭ରେ ନୂଆଡ଼ିହି ଗ୍ରାମର ଅଶୋକ କୁମାର ପଟେଲ ଏକ ମନ୍ଦିର ନିର୍ମାଣ କରିଛନ୍ତି। ଏହି ଶକ୍ତିପୀଠ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଭାଜନ ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ସବୁ ସମୟରେ ଭିଡ଼ ରହୁଛି। ଅନ୍ୟପକ୍ଷରେ ଶକ୍ତିପୀଠଟି ଅବହେଳିତ ଭାବେ ରହିଥିବାରୁ ସ୍ଥାନୀୟ ଜିଲା ପ୍ରଶାସନ ଏହାର ଉନ୍ନତିକରଣ କରିବା ସକାଶେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri