ଅର୍ଚ୍ଚନାଙ୍କ ଘର ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର,୬।୧ (ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ବୁଧବାର ଝାରପଡ଼ା ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ୬ ଘଣ୍ଟା ଜେରା କରାଯାଇଥିଲା। ଗୁରୁବାର ତାଙ୍କ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ମଧ୍ୟ ଜେଲରେ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରାଯାଇଛି। ଏହି ସମୟରେ ଇଡି ପକ୍ଷରୁ ତାଙ୍କୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲ୍ୟାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)ରୁ ମିଳିଥିବା ଡିଜିଟାଲ ପ୍ରମାଣପତ୍ର ସଂକ୍ରାନ୍ତରେ ଏକାଧିକ ପ୍ରଶ୍ନ ପଚରାଯାଇଥିଲା। ତେବେ ଇଡି ଖଗେଶ୍ୱରଙ୍କଠାରୁ କିଛି ନୂଆ ତଥ୍ୟ ପାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଇଡି ପ୍ରକ୍ରିୟା ଆରମ୍ଭ କରିଛି। ଇଡିର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ସତ୍ୟବିହାରସ୍ଥିତ ଅର୍ଚ୍ଚନାଙ୍କ ଘରକୁ ଯାଇ ଏହାର ମାପଚୁପ କରିବା ସହ ମୂଲ୍ୟାୟନ ଆରମ୍ଭ କରିଛି। ଏପରିକି ଘରେ ଲାଗିଥିବା ଦାମୀ ସାମଗ୍ରୀର ମୂଲ୍ୟାୟନ ଏବଂ ଇଣ୍ଟେରିୟର ଡିଜାଇନ ସମ୍ବନ୍ଧରେ ମଧ୍ୟ ଇଡି ତଥ୍ୟ ହାସଲ କରିଛି। ପରବର୍ତ୍ତୀ ସମୟରେ ଏହି ଆଲିସାନ ଘରର ମୂଲ୍ୟ ନେଇ କୋର୍ଟକୁ ଅବଗତ କରାଯିବ। ଘର ନିର୍ମାଣ ପାଇଁ ଅର୍ଚ୍ଚନା କେଉଁଠୁ ଟଙ୍କା ଆଣିଥିଲେ, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ କୋର୍ଟଙ୍କ ମାଧ୍ୟମରେ ଘର ବାଜ୍ୟାପ୍ତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଇଡି ଚଢ଼ାଉ ଓ ତଦନ୍ତ କରିବା ସମୟରେ ଅର୍ଚ୍ଚନାଙ୍କ ସମେତ ଅନ୍ୟମାନଙ୍କ ବିପୁଳ ସମ୍ପତ୍ତି ଠାବ କରିଛି। ଏହି ସମ୍ପତ୍ତି ଭିତରେ ଅର୍ଚ୍ଚନାଙ୍କ ଗାଡ଼ି, ଆଲିସାନ୍‌ ଘର, ଘରୋଇ ସାମଗ୍ରୀ, ସୁନା ଗହଣା, ଘୋଡ଼ା ଆଦି ରହିଛି। ଏସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ କେତେ ସେନେଇ ଇଡି ପକ୍ଷରୁ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଠାବ ହୋଇଥିବା ସମ୍ପତ୍ତି ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ସେପଟେ ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଖୁବଶ୍ରୀଘ୍ର ଇଡି ଦ୍ୱାରା ଜେରା ହେବେ ବୋଲି ସୂଚନା ମିଳିଛି। ସେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆର୍ଥିକ କାରବାରର ମୁଖ୍ୟ ସହଯୋଗୀ ହୋଇଥିବାରୁ ତାଙ୍କଠାରୁ ଇଡି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଆଶା ରଖିଛି। ଉଲ୍ଲେଖଯୋଗ୍ୟ, ସମ୍ପତ୍ତି କାହିଁକି ବାଜ୍ୟାପ୍ତ ନ ହେବ ଜଣାଇବାକୁ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଇଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଆସନ୍ତା ୧୩ ତାରିଖରେ ଏନେଇ କୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ଅଭିଯୁକ୍ତମାନେ ଏନେଇ ସେମାନଙ୍କ ପକ୍ଷ ରଖିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri