ୟୁରୋପକୁ ଜାଗ୍ରତ କରିବା ଲାଗି ଏକ ଓ୍ବେକ ଅପ୍‌ କଲ ଜରୁରୀ: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୪।୧ : ଅଷ୍ଟ୍ରିଆ ଗସ୍ତରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁରୋପୀୟ ଦେଶମାନଙ୍କୁ ପରାମର୍ଶ ଦେଇଛନ୍ତି। ଭିଏନାରେ ଏକ ସାକ୍ଷାତକାରରେ ସେ ୟୁରୋପକୁ ନୂତନ ବିଶ୍ୱ କ୍ରମାଙ୍କ, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଆହ୍ବାନ ବିଷୟରେ କହିଛନ୍ତି। ଏହା ସହିତ କହିଛନ୍ତି ଯେ କମ୍ପିତ ବିଶ୍ୱ ବ୍ୟବସ୍ଥାକୁ ବୁଝିିବା ପାଇଁ ୟୁରୋପକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି। ଏଥି ପାଇଁ ଏକ ଓ୍ବେକ ଅପ୍‌ କଲ ଜରୁରୀ।

ଅଷ୍ଟ୍ରିଆର ଖବରକାଗଜ ଡାଏ ପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଜୟଶଙ୍କର କହିଛନ୍ତି ଯେ ୟୁରୋପୀୟମାନଙ୍କୁ ବୁଝିବାକୁ ପଡିବ ଯେ ଜୀବନର କଠୋର ଦିଗକୁ ସବୁବେଳେ ଅନ୍ୟମାନଙ୍କ ଦ୍ୱାରା ଧ୍ୟାନ ରଖାଯାଇ ନ ଥାଏ। ଯଦି ବିଶ୍ୱ ଗୋଟିଏ ଶକ୍ତି ଦ୍ୱାରା ପ୍ରାଧାନ୍ୟ ବିସ୍ତାର କରେ ତେବେ କୌଣସି ଅଞ୍ଚଳ ସ୍ଥିର ରହିବ ନାହିଁ।

ସେ କହିଛନ୍ତି ଯେ ୟୁରୋପ କେବଳ ନିଜ ଅଞ୍ଚଳରେ ବିକାଶ କରିବାକୁ ଚାହୁଁଛି ଏବଂ ଅନ୍ତର୍ଜାତୀୟ ସମସ୍ୟାରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାହୁଁଛି। ୟୁରୋପ ବାଣିଜ୍ୟ ଉପରେ ଧ୍ୟାନ ଦେଇଥିଲା, ବହୁପକ୍ଷୀୟତା ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ମାନବିକ ଅଧିକାର ଭଳି ପ୍ରସଙ୍ଗରେ ବିଶ୍ୱକୁ ନିଜ ଆଭିମୁଖ୍ୟରେ ଗଠନ କରିବା ପାଇଁ ଅର୍ଥନୈତିକ ଶକ୍ତିର ବ୍ୟବହାର କରିଥିଲା। ୟୁରୋପ ଜଟିଳ ସୁରକ୍ଷା ପ୍ରସଙ୍ଗଠାରୁ ସବୁବେଳେ ଦୂରରେ ରହୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri