ଆଜିଠୁ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଖୋର୍ଦ୍ଧା ଅଫିସ,୪ା୧: ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବୁଧବାର ଠାରୁ ୬ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଓ ଜିଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ୪୯ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ମନୋନୀତ ହୋଇଥିବା କୁନି କୁନି ପ୍ରକଳ୍ପକକାରୀ ଅଂଶଗ୍ରହଣ କରିବେ। ‘ପ୍ରଯୁକ୍ତି ବିଦ୍ୟା ଓ ଖେଳନା’ ବିଷୟ ଆଧାରିତ ଏହି ତ୍ରିଦିବସୀୟ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ବିଜ୍ଞାନ ସେମିନାର, ବିଜ୍ଞାନ କୁଇଜ୍‌, ବିଜ୍ଞାନ କଥନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତି ଜିଲାରୁ ୭ଟି ବିଷୟରେ ୭ ଜଣ ଲେଖାଏ ଛାତ୍ରୀଛାତ୍ର ଯୋଗଦେବେ। ତାଙ୍କ ସହିତ ୭ ଜଣ ଗାଇଡ୍‌ ଶିକ୍ଷକ ଓ ଜଣେ ବିଜ୍ଞାନ ପରିଦର୍ଶକ ଏହିଭଳି ୩୦ଟି ଜିଲାରୁ ୨୧୦ ପ୍ରକଳ୍ପ ସ୍ଥାନ ପାଇବ। ମୋଟ୍‌ ୪୫୦ ଛାତ୍ରୀଛାତ୍ର, ଗାଇଡ୍‌ ଶିକ୍ଷକ, ବିଜ୍ଞାନ ପରିଦର୍ଶକ ଯୋଗଦେବେ। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାଳକମାନେ ବିଜେବି ହାଇସ୍କୁଲ ଓ ବାଳିକାମାନେ ସରକାରୀ ବାଳିକା ହାଇସ୍କୁଲରେ ରହିବେ। ବୁଧବାର ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ ଉଦ୍‌ଘାଟନ ହେବ। ୫ତାରିଖରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ର ଜାତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ(ନାଇଜର) ଭୁବନେଶ୍ୱର କ୍ୟାମ୍ପସ କ୍ଷେତ୍ର ପରିଦର୍ଶନ କରିବେ। ଅପରାହ୍ନ ୨ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ପ୍ରକଳ୍ପ ପରିଦର୍ଶନ, ବିଜ୍ଞାନ କୁଇଜ୍‌, ବିଜ୍ଞାନ ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୬ତାରିଖ ଅପରାହ୍ନ ୨ଟାରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ।
ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆରଟି)ର ନିର୍ଦ୍ଦେଶକ ମନୋଜ ପାଢ଼ୀ କହିଥିଲେ, ରାଜ୍ୟ ଓ ଜାତୀୟ ସ୍ତରରେ ବିଜ୍ଞାନ, ଗଣିତ, ପ୍ରଯୁକ୍ତିବିଦ୍ୟାକୁ ଲୋକାଭିମୁଖୀ କରିବା ସହିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂତନ ଉଦ୍ଭାବନ ଓ ଅନୁସନ୍ଧିତ୍ସୁ ମନୋଭାବ ସୃଷ୍ଟି ପାଇଁ ଏହି ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ମଙ୍ଗଳବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ (ଏବିଇଓ) ସ୍ନିଗ୍ଧା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ. ଅମ୍ରିତା ପ୍ରୀତିନନ୍ଦା ଓ ଜିଲା ବିଜ୍ଞାନ ପରିଦର୍ଶକ ସରୋଜ କୁମାର ସିଂହ ଯୋଗଦେଇ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ପ୍ରଦର୍ଶନୀ ଆୟୋଜନ ନେଇ ଗୁରୁତ୍ୱାରୋପ କରିଥିଲେ। ୧୦ ବ୍ଲକର ବ୍ଲକ ଶିକ୍ଷାଧିକାରୀ (ବିଇଓ) ଉପସ୍ଥିତ ଥିଲେ। ବୈଠକରେ ବିଜେବି ହାଇସ୍କୁଲର ପ୍ରଧାନଶିକ୍ଷକ ସେକ୍‌ ଗୋହର ଅଲ୍ଲି, ଶିକ୍ଷକ ରଞ୍ଜନ କୁମାର ଦାଶ, ସୁଧାକର ମହାପାତ୍ର, ଶିକ୍ଷକ ବିଭୁ ପ୍ରସାଦ ସେନାପତି, ସୁରେଶ ଚନ୍ଦ୍ର ବିଶ୍ୱାଳ, ପ୍ରସନ୍ନ ମହାପାତ୍ର, ଅଗାଧୁ ସେଠୀ, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ଅଞ୍ଜନ କୁମାର ରାୟ, ପ୍ରହଲ୍ଲାଦ ବାରିକ, ରତ୍ନାକର ରାଉତରାୟ, ତୋଫାନ ରାଉତରାୟ, ଅଭିରାମ ବେହେରା, ପ୍ରସନ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri