ବଢ଼ୁଛି ଧାନକିଣା ବିବାଦ

ନୟାଗଡ଼ ଅଫିସ,୨।୧:ନୟାଗଡ଼ ଜିଲାରେ ଧାନକିଣା ଆରମ୍ଭ ହେବାର ଇତିମଧ୍ୟରେ ୧୦ ଦିନ ବିତିଛି। ଜିଲାରେ ୧୬୭ଟି ମଣ୍ଡିରୁ ଏଯାବତ ମାତ୍ର ୫ଟି ମଣ୍ଡି ଖୋଲିଛି ।
ଧାନକିଣାରେ ଚାଷୀର ଅସୁବିଧା ହେବନି ବୋଲି ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ କହୁଥିବାବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି। ଜଣେ ମିଲରଙ୍କୁ ଦିନକୁ ୮ରୁ ୧୦ଟି ପ୍ୟାକ୍ସରେ ଧାନ କିଣିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଣେ ମିଲର ଅତିକମ୍‌ରେ ଦିନକୁ ୨ରୁ ୪ଟି ପ୍ୟାକ୍ସରୁ ଧାନ କିଣି ପାରିବ ବୋଲି ମିଲରମାନେ କହୁଛନ୍ତି। ଅଧିକ ଚାପ ଥିବାରୁ ଚାଷୀ ଧାନ ବିକ୍ରି କରିବାରେ ପୁଣି ହଇରାଣ ହେବେ ବୋଲି ଆଗୁଆ ସୂଚନା ମିଳୁଛି ।
ଧାନକିଣା ଶୀଘ୍ର କରିବାକୁ ଦାବି କରି ଚାଷୀମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲୋ ଧାନକିଣାରେ ବିଳମ୍ବ ଓ ଅନ୍ୟାନ୍ୟ ଅସୁବିଧା ହେଲେ ପୁଣିଥରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷେ କେତେଜଣ ପ୍ୟାକ୍ସ ସମ୍ପାଦକ ମନପସନ୍ଦର ମିଲରଙ୍କୁ ନିଯୁକ୍ତି ଦେବାକୁ ଅଡି ବସିଛନ୍ତି । ଏଣୁ ଧାନକିଣାରେ ପୁଣି ଅସୁବିଧା ମୁଣ୍ଡ ଟେକିବାରେ ଲାଗିଛି । ଜିଲାର ଚଳିତ ଖରିଫ ଋତୁ ୨୦୨୨-୨୩ରେ ଧାନ ମଣ୍ଡିର ଶୁଭାରମ୍ଭ ଗତ ୨୩ ତାରିଖରେ ନୟାଗଡ଼ ଜିଲା ସଦର ମହକୁମାରେ କରାଯାଇ ୬୪.୭୦ କୁଇଣ୍ଟାଲ ଧାନ କିଣା ଯାଇଥିଲା। ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଖଣ୍ଡପଡା ରୋଡର ବହୁବିଧ ପଣ୍ୟଦ୍ରବ୍ୟ ବଜାର ପ୍ରାଙ୍ଗଣରେ ଖୋଲିଥିବା ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ଜିଲାରେ ୧୫୩ ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ୧୪ଟି ସଂଲଗ୍ନ ମଣ୍ଡିରେ ଧାନ କିଣା ହେବ ବୋଲି କୁହାଯାଇଛି। ଶନିବାର ସୁଦ୍ଧା ୫ଟି ଧାନମଣ୍ଡିରେ ୧୧୯ କୁଇଣ୍ଟାଲ ଧାନ କିଣା ହୋଇଛି ।
୧୪ ଲକ୍ଷ ୨୯ କୁଇଣ୍ଟାଲ
ଧାନ କିଣା ଟାର୍ଗେଟ
ନୟାଗଡ଼ ଜିଲାରେ ଚଳିତ ଖରିଫ ଋତୁରେ ୧୪ ଲକ୍ଷ ୨୯ ହଜାର ୬୩୨.୩୪ କୁଇଣ୍ଟାଲ ଧାନ କିଣା ହେବାକୁ ସରକାର ଟାର୍ଗେଟ କରିଛନ୍ତି ।
ଧାନ କିଣା ଟାର୍ଗେଟ ଜିଲାକୁ ଆସିବା ପରେ ଜିଲାର ୧୭ ମିଲର ଓ ପ୍ୟାକ୍ସ ସମ୍ପାଦକଙ୍କୁ ଧାନ କିଣାର ଟାର୍ଗେଟ ବଣ୍ଟନ କରାଯାଇଛି। ଏଣୁ ଧାନ କିଣାରେ ଚାଷୀ ହଇରାଣ ହେବେ ନାହିଁ ବୋଲି କୁହାଯାଇଛି । ଏନେଇ କୃଷକ ନେତା ରଣଜିତ୍‌ ଦଳବେହେରା କୁହନ୍ତି, ଜିଲାରେ ଧାନ କିଣା ହେଉ ନ ଥିବାରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ କରିଥିଲୁ। ଉପଜିଲାପାଳଙ୍କ ସହ ଆଲୋଚନା ସହ ସ୍ମାରକପତ୍ର ଦେଇଛୁ। ତେବେ ଧାନ କିଣାରେ ଅସୁବିଧା ହେବନି, ପୁଣି ଶୀଘ୍ର ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ମିଳିଛି । ପ୍ରତିବର୍ଷ ପ୍ରତିଶ୍ରୁତି ମିଳୁଥିଲେ ହେଁ ଧାନ କିଣାରେ ଅବ୍ୟବସ୍ଥାକୁ ପ୍ରଶାସନ ରୋକି ପାରୁନି। ଚଳିତ ବର୍ଷ କଟ୍‌ନୀଛଟନୀ ବନ୍ଦ ହେବ। ଅଖାବସ୍ତାରେ ଧାନ କିଣା ହେବ। ଟାର୍ଗେଟ ଆସିନି ବୋଲି ଚାଷୀଙ୍କୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ ବୋଲି କୁହାଯାଇଛି। ଚାଷୀ ପରିସ୍ଥିତିକୁ ଦେଖି ପଦକ୍ଷେପ ନେବ ବୋଲି ସେ କହିଛନ୍ତି।
ମିଲରଙ୍କ ରହିଛି ସମସ୍ୟା
ମିଲର ସଂଘ ଜିଲା ସଭାପତି ସୁବାସ ପଣ୍ଡା କୁହନ୍ତି, ମିଲର ଧାନ କିଣିବାକୁ ଅରାଜି ନୁହନ୍ତି। ତେବେ ସେମାନଙ୍କ ସମସ୍ୟା ସମାଧାନ ହେବା ଜରୁରୀ।
ଜଣେ ମିଲରଙ୍କୁ ଦିନକୁ ୮ରୁ ୧୦ଟି ପ୍ୟାକ୍ସରୁ ଧାନ କିଣିବାକୁ କୁହାଯାଇଛି । ପୁଣି ଗୋଟିଏ ପ୍ୟାକ୍ସରୁ ଜଣେ ନୁହେଁ ୨ରୁ ୪ ମିଲରଙ୍କୁ ଧାନ କିଣିବାକୁ ନିର୍ଦ୍ଦେଶ ରହିଛି ।
ଜଣେ ମିଲର ଅତି କମରେ ଦିନକୁ ୨ରୁ ୪ଟି ପ୍ୟାକ୍ସରୁ ଧାନ କିଣି ପାରିବ। ଏଣୁ ଆଗକୁ ଏହା ସମସ୍ୟା ହୋଇପାରେ ।
ଯେଉଁ ଚାଷୀ ଅସୁବିଧାରେ ପଡିବେ ସେମାନେ ପ୍ରତିବାଦ କରି ପାରନ୍ତି । ଅନ୍ୟପକ୍ଷେ ଯାନବାହନ ଓ ଡ୍ରାଇଭରଙ୍କ ସମସ୍ୟା ଦେଖା ଦେଇଛି। ଡ୍ରାଇଭରଙ୍କ ଯୋଗୁ ଧାନ କିଣାରେ ଅସୁବିଧା ଦେଖା ଦେଇପାରେ। ଶ୍ରମିକ ସମସ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଆମ ପାଖରେ କାମ କରୁଥିବା ଶ୍ରମିକ ଦିନକୁ ୪୦୦ରୁ ୧ ହଜାର ଟଙ୍କା ରୋଜଗାର କରିପାରିବେ ।
ତେବେ ସେତିକି କାମ ବାହାର କଲେ ଦେଢ଼ରୁ ଦୁଇ ଗୁଣା ଟଙ୍କା ବାହାରେ ମିଳୁଛି। ଏଣୁ ଶ୍ରମିକମାନେ ବାହାରକୁ ଚାଲି ଯାଉଛନ୍ତି । ଅପରପକ୍ଷେ ଧାନ ୧ କୁଇଣ୍ଟାଲକୁ ଚାଉଳ କଲେ ସରକାର ଦେଉଛନ୍ତି ୨୦ ଟଙ୍କା । ଏଥିପାଇଁ ବିଦ୍ୟୁତ ଦେୟ ମିଲରକୁ ଦେବାକୁ ପଡୁଛି ୩୫ରୁ ୪୦ ଟଙ୍କା । ଯାହାକି ମିଲରକୁ କଷ୍ଟ ଦେଇଛି । ଏପରି କିଛି ସମସ୍ୟାର ସମାଧାନ ପାଇଁ ଜିଲାପାଳ ଓ ଉପଜିଲାପାଳଙ୍କ ସହ ଆଲୋଚନା କରାଯାଇଛି । ଅଖାବସ୍ତାରେ ଧାନ କିଣିବାକୁ ମିଲର ଅରାଜି ନୁହନ୍ତି। ମିଲରଙ୍କ ସମସ୍ୟା ସମାଧାନ ହେବା ଦରକାର ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ କୁହନ୍ତି, ଚାଷୀ ହଇରାଣ ନ ହେବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।
ଟାର୍ଗେଟ ପାଇଁ ଚାଷୀ ଆଉ ହଇରାଣ ହେବନି । ଅଖା ବସ୍ତାରେ ମିଲର ଧାନ କିଣିବ । କଟନୀ ଛଟନୀ ନ କରିବାକୁ କଡା ତାଗିଦ୍‌ କରାଯାଇଛି । ଜିଲାରେ ଶୀଘ୍ର ଧାନ କିଣିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ଉପଜିଲାପାଳ ଶକ୍ତିକାନ୍ତ ରାୟ କୁହନ୍ତି, ମିଲର କେଉଁ ମଣ୍ଡିରୁ କେତେ ଧାନ କିଣିବେ ସରକାର ନିଷ୍ପତ୍ତି ନେଇଛନ୍ତି । ଧାନ କିଣାକୁ ସ୍ବଚ୍ଛ କରିବାକୁ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛି ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଡାକକୋଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପିଏମ୍ ଶ୍ରୀ ଉତ୍ସବ’ ପାଳିତ

ଥୁଆମୂଳ ରାମପୁର,୨୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଡାକକୋଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ‘ପିଏମ୍ ଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri