Posted inଜାତୀୟ

ଦେଶରେ ଖୋଲିବ ୧୦ ହଜାର ଜନଔଷଧି କେନ୍ଦ୍ର, ୭୪୩ ଜିଲା ହେବ ସାମିଲ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଆୟୁଷ ବିଭାଗ ଦ୍ୱାରା ୨୦୧୭ରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦେଶରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦେଶର ୭୬୬ ଟି ଜିଲା ମଧ୍ୟରୁ ୭୪୩ ଟି ଜିଲାରେ ୧୦ ହଜାର ଜନଔଷଧି କେନ୍ଦ୍ର ସ୍ଥାପନ ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହାର ଉଦଘାଟନ ସହିତ ଖୁବ ଶୀଘ୍ର ସାଧାରଣ ଲୋକ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଶସ୍ତା ଔଷଧ ପାଇପାରିବେ।

ମାର୍ଚ୍ଚ ୨୦୨୪ ସୁଦ୍ଧା ଜନଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦ ହଜାରକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ୮ ବର୍ଷ ମଧ୍ୟରେ ଜନଔଷଧି କେନ୍ଦ୍ର ମାଧ୍ୟମରେ ପ୍ରାୟ ୧୮ ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି।

ନଭେମ୍ବର ୨୦୦୮ ରେ ଭାରତ ସରକାରଙ୍କ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଦ୍ୱ ାରା ଏହି କେନ୍ଦ୍ରଗୁଡିକ ଆରମ୍ଭ କରାଯାଇଥିଲା। ଡିସେମ୍ବର ୨୦୧୭ ରେ ଦେଶ ୩ ହଜାର ଜନଔଷଧିକେନ୍ଦ୍ର ଖୋଲିବାର ଲକ୍ଷ୍ୟ ହାସଲ କରିଛି। ମାର୍ଚ୍ଚ ୨୦୨୦ ରେ, ଏହି କେନ୍ଦ୍ରଗୁଡ଼ିକର ସଂଖ୍ୟା ୬ ହଜାରକୁ ବୃଦ୍ଧି ପାଇଥିଲା । ୨୦୨୨ ଗତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୮,୬୧୦କୁ ବୃଦ୍ଧି ପାଇଥିଲା। ଏବେ ଏହାକୁ ୨୦୨୪ ସୁଦ୍ଧା ୧୦ ହଜାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି କେନ୍ଦ୍ରଗୁଡିକରେ ୧,୭୫୯ ପ୍ରକାର ଔଷଧ ଏବଂ ୨୮୦ ସର୍ଜିକାଲ ଉପକରଣ ଉପଲବ୍ଧ। ଏହି କେନ୍ଦ୍ର ମାଧ୍ୟମରେ ୨୦୨୧-୨୨ ଆର୍ଥିକ ବର୍ଷରେ ୮୯୩.୫୬ କୋଟି ଟଙ୍କା ମୂଲ୍ୟର ଔଷଧ ଏବଂ ଚିକିତ୍ସା ଉପକରଣ ବିକ୍ରି ହୋଇଥିଲା। ବ୍ରାଣ୍ଡେଡ ଔଷଧ ତୁଳନାରେ ଏହା ଦେଶବାସୀଙ୍କୁ ୫.୩୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri