ଶାମ୍ବଦଶମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ,୧ା୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶାମ୍ବଦଶମୀ ଅବସରରେ ରବିବାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି। କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ରାଜ୍ୟ ଆବାହକ ସ୍ବର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସ୍ବର୍ଗତ ସଭାପତି ବାଦଲ ଦାଶଙ୍କ ଆନ୍ଦୋଳନ ଯୋଗୁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମୁକ୍ତ କରାଯାଇଛି। ରବିବାର ଶାମ୍ବଦଶମୀ ଅବସରରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦ୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଏହାର କଳାକୃତିକୁ ବୁଲି ଦେଖିପାରିବେ ବୋଲି ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି। ଏଥିସହ ଚଳିତ ବର୍ଷ କୋଣାର୍କ ସୌର ମହାଯଜ୍ଞ କମିଟି ଆନୁକୂଲ୍ୟରେ ତ୍ରିଦିବସୀୟ ସୌର ମହାଯଜ୍ଞ ଆରମ୍ଭ ହୋଇଛି। ସୂର୍ଯ୍ୟ ନାରାୟଣଙ୍କ ଜନ୍ମସ୍ଥାନ ମୈତ୍ରୀୟ ବନ ତଥା ଅଧୁନା ଅନନ୍ତ ଅବଧୂତ ମଠ ପ୍ରାଙ୍ଗଣରୁ ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସହ ଶ୍ରଦ୍ଧାଳୁ ସୂର୍ଯ୍ୟରଥକୁ ଟାଣି ଚନ୍ଦ୍ରଭାଗା ତୀର୍ଥ ଅଭିମୁଖେ ଯାତ୍ରା କରିବେ। ଅନନ୍ତ ଅବଧୂତ ମଠର ମଠାଧିଶ ବାବା ଅବଧୂତ ଆଦିତ୍ୟ ଚରଣ ଦାସ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ସୂର୍ଯ୍ୟ ରଥ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ଦୀର୍ଘ ୨୭ଦିନ ଛୋଟାରାମ ଦାସଙ୍କ ଆଶ୍ରମରେ ଅବସ୍ଥାନ କରିବା ସହ ସେଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରାଯିବ ବୋଲି ମଠାଧିଶ ଦାସ କହିଛନ୍ତି। ମାଘ ସପ୍ତମୀ ଦିନ ଏହି ସୂର୍ଯ୍ୟ ରଥ ମୈତ୍ରୀୟ ବନ ତଥା ଅନନ୍ତ ଅବଧୂତ ମଠକୁ ପ୍ରତ୍ୟାବର୍ତ୍ତନ କରିବେ। ଶାମ୍ବଦଶମୀରେ ଏହି ସୂର୍ଯ୍ୟରଥ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଅନନ୍ତ ଅବଧୂତ ମଠରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ଅବ୍ୟାହତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri