ଟେନ୍‌ସନ୍‌ ବଢ଼ୁଛି, ପାରିଶ୍ରମିକ ନାହିଁ

ନୟାଗଡ଼ ଅଫିସ,୨୯।୧୨: ନଭେମ୍ବର ୨୧ରୁ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀ ଅଲ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏଶନ ନେତୃତ୍ୱରେ ୮ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ କରି ବିକ୍ଷୋଭ ଜାରି ରଖିଛନ୍ତି। ୩୭ ଦିନର ବିକ୍ଷୋଭ ପରେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କ ଦାବି ପୂରଣ କରୁ ନାହାନ୍ତି। ଏଭଳିସ୍ଥଳେ ଅଙ୍ଗନୱାଡି କର୍ମୀ ନିରାଶ ନ ହୋଇ ଆନ୍ଦୋଳନର ତରିକା ବଦଳାଇବା ସହ ଆନ୍ଦୋଳନକୁ ଶାଣିତ କରିବାରେ ଲାଗିଛନ୍ତି। ଅଲ୍‌ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏଶନର ସୂଚନା ଅନୁସାରେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କୁ କାମ ପରେ କାମ ଦେଇ ଟେନ୍‌ସନ୍‌ ବଢ଼ାଇ ଚାଲିଛନ୍ତି। ତେବେ ସେମାନଙ୍କୁ ନିୟମିତ କରିବା ଅଥବା ନିୟମିତ ପୂର୍ବରୁ ପାରିଶ୍ରମିକ ବଢ଼ାଇବାର ଚିନ୍ତା କରୁ ନାହାନ୍ତି। ସ୍ବଳ୍ପ ପାରିଶ୍ରମିକ ଦେଇ ଅଧିକ ଖଟାଇ ଚାଲିଛନ୍ତି। ଏଭଳି ସ୍ଥଳେ ନିଜର ହକ୍‌ ପୂରଣ କରିବାକୁ ଯାଇ ୨୦୧୭ରେ ଭୁବନେଶ୍ୱରରେ ଆନ୍ଦୋଳନ କରି ରାଜ୍ୟର ୬ଜଣ ଅଙ୍ଗନୱାଡି କର୍ମୀ ବହିଷ୍କୃତ ହୋଇଛନ୍ତି। ସେମାନଙ୍କୁ ପୁନଃ ଚାକିରିରେ ଅବସ୍ଥାପିତ କରାଯାଉନି। ଅନ୍ୟପକ୍ଷେ ଆନ୍ଦୋଳନକୁ ପ୍ରତ୍ୟାହାର ପାଇଁ ଚାପ ବଢ଼ିବାରେ ଲାଗିଛି। କେତେବେଳେ ବହିଷ୍କୃତ କରାଯିବାର ଧମକ ମିଳୁଛି ତ ଆଉ କେତେବେଳେ ଦରମା କାଟ ହେବାର ଚେତାବନୀ ମିଳୁଛି। ତେବେ ଅଙ୍ଗନୱାଡି କର୍ମୀ ଗୋଟିଏ ଦାବିରେ ଅଡି ବସିଛନ୍ତି ସରକାର ଦାବି ପୂରଣ ନ କଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ।

ସ୍ବତନ୍ତ୍ର ଦୋକାନ ପାଇଁ ଦାବି: ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ହେଲେ ଶିଶୁଙ୍କ ପାଇଁ କରାଯାଇଥିବା ମେନୁ ସରକାର ୨୦୧୭ ପରେ ଆଉ ପରିବର୍ତ୍ତନ କରୁ ନାହାନ୍ତି। ଶିଶୁଙ୍କ ଖାଇବା ପାଇଁ ସରକାର ଯେଉଁ ମେନୁ ଧାର୍ଯ୍ୟ କରିଛନ୍ତି ସେଇଥିପାଇଁ ଏକ ସ୍ବତନ୍ତ୍ର ଦୋକାନ ଖୋଲି ସରକାରୀ ଦରରେ ସାମଗ୍ରୀ ଯୋଗାଇବାକୁ ଅଙ୍ଗନୱାଡି କର୍ମୀ ଅନୁରୋଧ କରିଛନ୍ତି। ଅଙ୍ଗନୱାଡିରେ ଜଣେ ଶିଶୁ ପିଛା ସରକାର ଜଳଖିଆ ଓ ମିଲସ୍‌ ପାଇଁ ୭ଟଙ୍କା ୭୦ ପଇସା ଯୋଗାଉଛନ୍ତି। ଏଥିରୁ ୧ ଟଙ୍କା ୨୪ ସକାଳ ଜଳଖିଆ ଓ ୬ଟଙ୍କା ୪୬ ପଇସା ରୋଷେଇ ପାଇଁ ଖର୍ଚ୍ଚ କରିବାକୁ କହିଛନ୍ତି। ସକାଳ ଜଳଖିଆରେ ସୋମ ଓ ଶୁକ୍ରବାର ବେସନ ଓ ଅଟା ମିଶ୍ରିତ ଲଡୁ, ବୁଧ ଓ ଶନିବାର ଗଜା ମୁଗ, ମଙ୍ଗଳବାର ଓ ଗୁରୁବାର ଚୁଡ଼ା ମୁଆଁ ଦେବା ପାଇଁ କୁହାଯାଇଛି। ହେଲେ ୧ ଟଙ୍କା ୨୪ରେ ଏ ସବୁ କରିବାରେ ଅଧିକ ଖର୍ଚ୍ଚ ହେଉଛି ବୋଲି ଅଙ୍ଗନୱାଡି କର୍ମୀ କହି ଆସୁଛନ୍ତି। ସେହିପରି ୬ଟଙ୍କା ୪୬ ପଇସାରେ ଅଣ୍ଡା, ପନିପରିବା, ତେଲ, ଲୁଣ ଓ ମସଲା ରହିଛି। ସରକାର ମାଗଣା ଗ୍ୟାସ ଦେଲେ ଶିଶୁ ପିଛା ୫୦ ପଇସା କଟିଯିବ। ଶିଶୁଙ୍କୁ ସୋମବାର ଡାଲମା, ଅନ୍ୟ ୫ଦିନ ଅଣ୍ଡା ତରକାରୀ। ଅଣ୍ଡା ଆଇଟମ ମଧ୍ୟରେ ବୁଧ ଓ ଶନିବାର ଅଣ୍ଡା ଝୋଳ ହେଉଛି।ମଙ୍ଗଳ, ଗୁରୁ ଓ ଶୁକବାରରେ ତରକାରୀ ଏବଂ ସନ୍ତୁଳାରେ ଅଣ୍ଡା ପକାଇ ଶିଶୁଙ୍କୁ ଗୋଟେ ଲେଖାଏଁ ଦିଆଯିବ। ପୁଣି ଲେମ୍ବ ବି ଦିଆଯିବ। ୬ଟା ୪୬ ପଇସା ମଧ୍ୟରେ ଅଣ୍ଡାକୁ ୫ଟଙ୍କା, ଫୁଟଣ ୩୦ ପଇସା, ଜାଳେଣୀ ୫୦ ପଇସା ଖର୍ଚ୍ଚ କରିବାକୁ ପଡିବ। ପୁଣି ପନିପରିବା ଶିଶୁଙ୍କୁ ଦେଖି ପକାଇବାକୁ ପଡିବ। ୭୫ ଟଙ୍କା ଲିଟର ଥିବା ଖାଇବା ତେଲ ଓ ୬୫ ଟଙ୍କା କେଜି ଥିବା ଡାଲି କିଣିବାକୁ ପରାମର୍ଶ ରହିଛି। ବଜାରରେ ଅଣ୍ଡା ଗୋଟିକୁ ୭ଟଙ୍କା ପଡୁଥିବାବେଳେ ୬ଟଙ୍କା ୪୬ ରେ କିପରି ଶିଶୁଙ୍କୁ ରୋଷେଇ କରି ଦିଆଯିବବୋଲି ଅଙ୍ଗନୱାଡି କର୍ମୀ ପ୍ରଶ୍ନ କରିଛନ୍ତି। ଏନେଇ ଅଙ୍ଗନୱାଡି ନେତ୍ରୀ ଜ୍ୟେତ୍ସ୍ନା ପଣ୍ଡା କୁହନ୍ତି, ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିବାକୁ ଆଗ୍ରହୀ ନୁହନ୍ତି। ତେବେ ସରକାରୀ କର୍ମଚାରୀଙ୍କ ଦରମା ବଢ଼ୁଛି। ପୁଣି ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଗଲା। ହେଲେ ଅଙ୍ଗନୱାଡି କର୍ମଚାରୀଙ୍କ କୌଣସି ଦାବି ପୂରଣ ହେଉନି। ଜଳଖିଆ ଓ ମିଲସ୍‌ ପାଇଁ ଜଣେ ଶିଶୁଙ୍କୁ ୭ଟଙ୍କା ୭୦ଦେଲେ ଅଙ୍ଗନୱାଡି କର୍ମଚାରୀ କିପରି ଏହାକୁ ପରିଚାଳନା କରିବେ। ଆମ ପାଇଁ ଏକ ସ୍ବତନ୍ତ୍ର ଦୋକାନ କରି ଶିଶୁଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଅନ୍ତୁ ବୋଲି ସେ କହିଛନ୍ତି। ପେଟରେ ଭୋକ ଥାଇ କିପରି କାମ କରିବ କହି କ୍ଷୋଭ ପ୍ରକାଶ କରିଥିଲେ। ମେନକା ଦଳେଇ କୁହନ୍ତି, ସରକାର ୮ ଦଫା ଦାବୀ ପୂରଣ ନ କେଲ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri