ରପ୍ତାନି ବନାମ ଅଭାବୀ ବିକ୍ରି

ଯାଜପୁର ଅଫିସ,୧୯ା୧୨:ଚାଉଳ ଉପତ୍ାଦନରେ ଓଡ଼ିଶା ବଳକା ରାଜ୍ୟ ଭାବେ ବିବେଚିତ ହୋଇଛି। ଚାଉଳ ରପ୍ତାନି ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଥିବା କୁହାଯାଉଛି। ଗତ ୫ ବର୍ଷ ମଧ୍ୟରେ ଚଳିତ ଧାନ ସଂଗ୍ରହ ବର୍ଷର ୨୧ା୧୧ା୨୦୨୨ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଜରିଆରେ ଓଡ଼ିଶା ୭୩୩୮୮୪୨.୩୬୬ ମେଟ୍ରିକ ଟନ(ଏମ୍‌ଟି) ଚାଉଳ ରପ୍ତାନି କରିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତ ବିଧାନସଭାରେ ରଖିଥିବା ତଥ୍ୟରୁ ଏହା ଜଣାପଡିଛି। କିନ୍ତୁ ଧାନ ସଂଗ୍ରହରେ ଜାଲ୍‌ ଟୋକନ ବ୍ୟବହାର, ଜମି ନ ଥାଇ ଚାଷ, ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରସିଦ ଜାରି, ଠିକ୍‌ ସମୟରେ ପ୍ରାପ୍ୟ ପାଇବାରେ ସମସ୍ୟା ଆଦି ବ୍ୟାପକ ଅନିୟମିତତା ଅଭିଯୋଗ ଚାଷୀଙ୍କୁ ବ୍ୟଥିତ କରିଛି। ଏହାବାଦ ମିଲମାଲିକ ତଥା ଧାନକିଣା କମ୍ପାନୀ ମାଲାମାଲ ହେଉଥିବାବେଳେ ଚାଷୀ ଅଭାବୀ ବିକ୍ରିର ଫାଶରେ ପଡ଼ି ଛଟପଟ ହେଉଛି। ଚାଷରେ ହେଉଥିବା ଖର୍ଚ୍ଚ ତୁଳନାରେ ଚାଷୀ ଉପଯୁକ୍ତ ଲାଭ ପାଇପାରୁନାହିଁ। ତେଣୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ ଟଙ୍କା ଦେବାକୁ ଦାବି କରାଯାଉଛି। ଚାଉଳ ରପ୍ତାନି ବଢୁଥିବାବେଳେ ଚାଷୀଙ୍କ ଉକ୍ତ ଦାବିକୁ ଅଣଦେଖା ବାସ୍ତବରେ ଅନ୍ୟାୟ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ୨୦୦୩-୦୪ ବର୍ଷରୁ ଭାରତ ସରକାରଙ୍କ ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବା ଡିସିପି ବ୍ୟବସ୍ଥାରେ ଓଡ଼ିଶା ସାମିଲ ହୋଇଛି। ସେବେଠାରୁ ନିଜର ଖାଦ୍ୟାନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଅନ୍ନ ସଂଗ୍ରହ ଯୋଜନାର ପରିଚାଳନା ଭାର ନିଜେ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ରାଜ୍ୟରେ ଚାଲୁ ରହିଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ବିଭିନ୍ନ ଜନହିତକାରୀ ଯୋଜନାରେ ଆବଶ୍ୟକ ହେଉଥିବା ଚାଉଳକୁ ବିନିଯୋଗ କରାଯାଇ ବଳକା ଚାଉଳକୁ ଏଫ୍‌ସିଆଇ ମାଧ୍ୟମରେ କେନ୍ଦ୍ରୀୟ ଅନ୍ନ ଭଣ୍ଡାର(ସେଣ୍ଟ୍ରାଲ ପୁଲ)ରେ ଦାଖଲ କରାଯାଉଛି। ଏଫ୍‌ସିଆଇ ଏହି ବଳକା ଚାଉଳକୁ ନିଅଣ୍ଟ ରାଜ୍ୟକୁ ପ୍ରେରଣ କରୁଛି। ଏହିକ୍ରମରେ ୨୦୧୭-୧୮ରେ ୧୧,୬୧,୩୮୦.୨୨୯ ଏମ୍‌ଟି, ୨୦୧୮-୧୯ରେ ୧୭,୪୪,୬୭୮.୫୪୬ ଏମ୍‌ଟି, ୨୦୧୯-୨୦ରେ ୧୭,୧୬,୬୦୧.୮୧୦ ଏମ୍‌ଟି, ୨୦୨୦-୨୧ରେ ୧୮,୯୯,୫୪୮.୮୫୮ ଏମ୍‌ଟି ଏବଂ ୨୦୨୧-୨୨ ବର୍ଷର ୨୧ା୧୧ା୨୦୨୨ ସୁଦ୍ଧା ୮,୧୬,୬୩୨.୯୨୩ ଏମ୍‌ଟି ବଳକା ଚାଉଳ ଏଫ୍‌ସିଆଇକୁ ପ୍ରଦାନ କରାଯାଇଛି। ଓଡ଼ିଶାରୁ ଚାଉଳ ରପ୍ତାନି ପ୍ରକ୍ରିୟା ବୃଦ୍ଧି କରିବାରେ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନ ଏଗ୍ରିକଲଚର ଆଣ୍ଡ୍‌ ପ୍ରୋସେସ୍‌ ଫୁଡ୍‌ ପ୍ରଡକ୍ଟସ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟି (ଏପିଇଡିଏ)କୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ଓଡ଼ିଶାରେ ଯେଉଁ ପରିମାଣରେ ଧାନଚାଷ ପାଇଁ ସୁଯୋଗ ରହିଛି ଏବଂ ଚାଷୀଙ୍କଠାରୁ ଯେଉଁ ମୂଲ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା କରାଯାଉଛି, ସେହି ଅନୁପାତରେ ସ୍ବଚ୍ଛତା ଅବଲମ୍ବନ କଲେ ଚାଉଳ ରପ୍ତାନି ଆହୁରି ବୃଦ୍ଧି ପାଇପାରିବ ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ତଥା କେନ୍ଦ୍ର ସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତି ସକାଶେ ଧାନର ମୂଲ୍ୟ ଯେତେ ବୃଦ୍ଧି କଲେ ମଧ୍ୟ ତେଲିଆମୁଣ୍ଡରେ ତେଲ ସଦୃଶ ହେଉଛି। ମିଲମାଲିକ ତଥା ଧାନକିଣା କମ୍ପାନୀ ଫାଇଦାରେ ରହୁଥିବାବେଳେ ପ୍ରାୟ ପ୍ରତିବର୍ଷ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବର୍ତ୍ତମାନ ଖରିଫ ଋତୁର ଧାନ ଅମଳ ସରିଯାଇଛି। ଚାଷୀଙ୍କ ଧାନ ରଖିବାକୁ ଘରେ ଜାଗାନାହିଁ। ଅନ୍ୟପକ୍ଷେ ଧାନ ବିକ୍ରି କରି ତୁରନ୍ତ ଟଙ୍କା ପାଇବାର ଅଛି। କାରଣ ରବି ଚାଷ ପାଇଁ ସଜବାଜ ହେବାକୁ ପଡ଼ିବ। ଅନ୍ୟପକ୍ଷେ ପ୍ରଶାସନ କେବଳ କାଗଜ କଲମରେ ମଣ୍ଡି ଖୋଲି ବସିଛନ୍ତି। କେତେକ ଜିଲାରେ ଜାନୁୟାରୀ ପ୍ରଥମ ସପ୍ତାହରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଚାଷୀମାନେ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ପରିବର୍ତ୍ତେ ପ୍ରାୟ ୧୪୦୦ ଟଙ୍କାରେ ଅଣ୍ଡରରେଟ୍‌ରେ ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକ ଅଞ୍ଚଳର ଚାଷୀ ଅନିରୁଦ୍ଧ ସ୍ବାଇଁ, ଅନାଦି ଚରଣ ସାହୁ, ସରୋଜ ଚନ୍ଦ୍ର ଜେନା, ଯୋଗେନ୍ଦ୍ର ସାହୁ ପ୍ରମୁଖ କହିଛନ୍ତି, ଅମଳ କରି ଧାନ ବିକ୍ରି କରିବା ଅପେକ୍ଷାରେ ରହିଛନ୍ତି। ହେଲେ ମଣ୍ଡି ନ ଖୋଲିବାରୁ ନିହାତି ଆବଶ୍ୟକ ସ୍ଥଳେ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରିବାକୁ କେତେଜଣ ଚାଷୀ ମନସ୍ଥ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri