ଶାଗମାଛ ଦରରେ ଧାନ ବିକୁଛନ୍ତି ଚାଷୀ

ଗୋପବନ୍ଧୁ ନଗର,୧୮।୧୨(ଡି.ଏନ.ଏ): ଗୋପବନ୍ଧୁ ନଗର ବ୍ଲକ୍‌ ଆଦିବାସୀ ଅଧୂଷିତ ଅଞ୍ଚଳରେ ୯୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି ମୁଖ୍ୟ ଓ ପ୍ରଧାନ ଜୀବିକା। ତେବେ ଡିସେମ୍ବର ଅଧା ହୋଇ ଯାଇଥିଲେ ମଧ୍ୟ ସରକାରୀସ୍ତରରେ ମଣ୍ଡି ଖୋଲିନାହିଁ। ଫଳରେ ସାଧାରଣ ଖର୍ଚ୍ଚ ପାଇଁ ଚାଷୀ ଗାଁ ଗଣ୍ଡାରେ ଲାଗିଥିବା ଧାନ କଣ୍ଟା ଗୁଡ଼ିକରେ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ମଣ୍ଡି ନ ଖୋଲିବାର ସୁଯୋଗ ନେଇ ଗାଁ ଦଲାଲଙ୍କ ସହାୟତାରେ ବାହାର ରାଜ୍ୟର ବେପାରୀ ଟ୍ରକ ଟ୍ରକ ଧାନ ଚାଲାଣ କରୁଛନ୍ତି। ଚାଷୀ ମହେଶ ଦାସ ଓ ଗିରିଧର ସିଂ କହିଛନ୍ତି, ଚାଷରେ ବହୁତ ପଇସା ଖର୍ଚ୍ଚ ହୋଇଛି। ଏବେ ମେସିନ ଲଗାଇ ଧାନ କଟାଯାଇଛି। ଏଥିସହ ମୁଲିଆ ମଜୁରୀ ଟଙ୍କା ବାକି ରହିଛି। ଏ ପର୍ଯ୍ୟନ୍ତ ସରକାରୀ ମଣ୍ଡି ଖୋଲି ନାହିଁ। କିନ୍ତୁ ଘର ଚଳାଇବାକୁ ଓ ବାକି ସୁଜିବାକୁ ବାଧ୍ୟ ହୋଇ ୧୩୫୦ ଟଙ୍କାରେ ଧାନ ବିକିବାକୁ ପଡୁଛି। ଏପରି ଭାବେ ୨୦ ପ୍ରତିଶତ ଧାନ ଗାଁମାନଙ୍କରେ ବିକ୍ରି ସରିଲାଣି। ମୟୂରଭଞ୍ଜ ଜିଲାରେ ଆସନ୍ତା ୨୦ରେ ମଣ୍ଡି ଖୋଲାଯିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ଉକ୍ତ ବ୍ଲକ୍‌ରେ କେବେ ଶୁଭାରମ୍ଭ ହେବ ତାହା ସଠିକ୍‌ ଜଣାପଡ଼ିନାହିଁ। ଚଳିତ ବର୍ଷ ଗୋପବନ୍ଧୁ ନଗର ବ୍ଲକ୍‌ର ମୋଟ ୩୨୯୬ ଜଣ ଚାଷୀଙ୍କର ପଞ୍ଜୀକରଣ ହୋଇଛି। ସେଥି ମଧ୍ୟରୁ କୁଶଳଦା ଲ୍ୟାମ୍ପସର ୯୭୮, ପଶୁଦା ଲ୍ୟାମ୍ପସର ୧୨୪୭ ଓ ଖୁଣ୍ଟା ଲ୍ୟାମ୍ପସର ୧୦୭୧ ଜଣ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ୧୨୭ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ୧୬୫ ହଜାର କ୍ବିଣ୍ଟାଲକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri