ନିର୍ଯାତିତ ୪ ଶ୍ରମିକ ପରିବାର ତେଲଙ୍ଗାନାରୁ ଉଦ୍ଧାର

ଲାଠୋର,୧୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ମସିଣା ଏବଂ ଭରୁଆମୁଣ୍ଡା ଗ୍ରାମର ୪ ଦାଦନ ଶ୍ରମିକ ପରିବାରକୁ ଗୁରୁବାର ତେଲେଙ୍ଗାନାରୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ,ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିରେ କାମ କରୁଥିବା ଏହି ଦାଦନ ପରିବାରଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ନେଇ ମସିଣା ଗ୍ରାମର ନବିନ ବାରିକ ଏକ ଅଭିଯୋଗପତ୍ର ହ୍ବାଟସ ଆପ୍‌ ଯୋଗେ ଗୁରବାର ଶ୍ରମ ବିଭାଗ, ବଲାଙ୍ଗୀର ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ପାଟଣାଗଡ ଉପ-ଜିଲାାପାଳଙ୍କ ନିକଟଙ୍କୁ ପଠାଇ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଅଭିଯୋଗ ପରେ ସଂପୃକ୍ତ ଶ୍ରମିକମାନେ ଶ୍ରମ ବିଭାଗ ସହାୟତାରେ ସେଠାରୁ ଉଦ୍ଧାର ହୋଇ ସୁରକ୍ଷିତ ଭାବେ ଘରକୁ ଫେରୁଥିବା ବେଳେ ଜଣେ ଶ୍ରମିକ ନିଖୋଜ ରହିଥିବା ନେଇ ଅଭିଯୋଗକାରୀ ସୂଚନା ଦେଇଛନ୍ତି। ଲାଠୋର ଥାନା ଅଧୀନ ଭୁରୁଆମୁଣ୍ଡା ଗ୍ରାମର ଜଣେ ଦାଦନ ଶ୍ରମିକ ସର୍ଦ୍ଦାର ଅଗ୍ରୀମ ଟଙ୍କା ଦେଇ ଜଗବନ୍ଧୁ ବାରିକ(୫୦), ଉଦୟ ବାରିକ(୪୦), ନାରଙ୍ଗି ମହାନନ୍ଦ(୪୫), ଉର୍ମିଲା ବାରିକ(୩୩), ବିଶ୍ୱନାଥ ମହାନନ୍ଦ (୩୩), ଗୀତା ମହାନନ୍ଦ(୩୦), ଯେହେରୁ ଆଡ଼ବଙ୍ଗ(୩୦), ସରସ୍ବତୀ ଆଡ଼ବଙ୍ଗ(୨୭), ଆମତ୍ା ବାରିକ(୨୨), ରବି ବାରିକ(୧୯) ଏବଂ ୭ ଜଣ ନାବାଳିକା ନାବାଳକଙ୍କୁ ୨ ମାସ ତଳେ ତେଲେଙ୍ଗାନା ରାଜ୍ୟ ମଙ୍ଗଲାପେଲି ଅଞ୍ଚଳର ସାଇଗୁଡାଠାରେ ଥିବା ଏକ ଇଟା ଭାଟିକୁ କାମ କରିବା ପାଇଁ ନେଇଥିଲେ। ଶ୍ରମିକମାନଙ୍କୁ ସେଠାରେ ଦିନ ରାତି କାମରେ ଖଟାଯାଉଥିଲା। ଟିକିଏ ବିଶ୍ରାମ ନେଲେ ମାଲିକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ନିର୍ଯାତନା ଦେଉଥିଲେ। ଶ୍ରମିକମାନେ ମାଡ ଭୟରେ ଚୁପ ରହୁଥିଲେ। ଏପରି ସ୍ଥିତିରେ ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଶ୍ରମିକ ବିଶ୍ୱନାଥ ମହାନନ୍ଦ ଗତ ୩ ତାରିଖଠାରୁ ନିଖୋଜ ରହିଛନ୍ତି। ସେ ନିଖୋଜ ହେଲା ପରେ ତାଙ୍କ ସ୍ତ୍ରୀଙ୍କୁ ମାଲିକ କୁଆଡ଼େ ଧମକ ଚମକ ଦେଇଥିବା ଅଭିଯୋଗପତ୍ରରେ ଦର୍ଶା ଯାଇଛି। ଅଭିଯୋଗପତ୍ର ପାଇ ଶ୍ରମ କମିଶନର ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଯୋଗସୂତ୍ର ଅଧିକାରୀ ଟାମଡ଼ି ରମେଶଙ୍କୁ ଯୋଗାଯୋଗ କରି ତୁରନ୍ତ ସଂପୃକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ଅଧିକାରୀ ଜଣକ ଗୁରବାର ସମସ୍ତ ଶ୍ରମିକଙ୍କୁ ଇଟା ଭାଟିରୁ ଉଦ୍ଧାର କରି ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟକୁ ପଠାଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରମିକମାନେ ବଲାଙ୍ଗୀରରେ ପହଞ୍ଚତ୍ ନ ଥିବା ନେଇ ଉଦ୍ଧାର ଶ୍ରମିକ ଉଦୟ ବାରିକ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ତଦନ୍ତ କରି ଏଥିରେ ଯେଉଁମାନଙ୍କର ସଂପୃକ୍ତି ରହିଛି ତାଙ୍କ ନାମରେ ମାମଲା ରୁଜୁ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri