ସ୍କୁଲସ୍ତରରେ ଆରମ୍ଭ ହେବ ବିଜ୍ଞାନ ପ୍ରାକ୍ଟିକାଲ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ସ୍କୁଲ ସ୍ତରରେ ବିଜ୍ଞାନ ପ୍ରାକ୍ଟିକାଲ ଆରମ୍ଭ କରାଯିବ। ଯୁକ୍ତ୨ ବିଜ୍ଞାନରେ ପ୍ରାକ୍ଟିକାଲ ରହିଥିବାରୁ ଏଥିରେ ଓଡ଼ିଆ ମାଧ୍ୟମ ସ୍କୁଲରୁ ଆସିଥିବା ପିଲାଙ୍କ ପାଇଁ ସମସ୍ୟା ହୋଇଥାଏ। କିନ୍ତୁ ଘରୋଇ ସ୍କୁଲଗୁଡ଼ିକରେ ପ୍ରାକ୍ଟିକାଲକୁ ଗୁରୁତ୍ୱ ଦିଆଯାଉଥିବାରୁ ସେମାନଙ୍କ ପିଲାଙ୍କ ପାଇଁ ସହଜ ହୋଇଥାଏ। ତେଣୁ ଯୁକ୍ତ୨ରେ ଓଡ଼ିଆ ମାଧ୍ୟମ ପିଲାଙ୍କ ଉପରେ ପ୍ରାକ୍ଟିକାଲ ଚାପ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମାଧ୍ୟମିକ ସ୍କୁଲ୍‌ରେ ବିଜ୍ଞାନ ଲାବୋରାଟୋରୀ ବାଧ୍ୟତାମୂଳକ କରାଯିବ। ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରାଟୋରୀ ବ୍ୟବସ୍ଥା ଯୋଗାଇ ଦିଆଯିବ। ମିଳିଥିବା ସୂଚନାନୁସାରେ, ରାଜ୍ୟରେ ଥିବା ମୋଟ୍‌ ୬୭,୯୬୧ଟି ସ୍କୁଲ ମଧ୍ୟରୁ ମାଧ୍ୟମିକ ସ୍କୁଲ ସଂଖ୍ୟା ୯,୮୭୨ ରହିଛି। ସ୍କୁଲ ସ୍ତରରେ ବିଜ୍ଞାନକୁ ଅଧିକ ଆଦୃତ କରିବା ଲାଗି ସରକାର ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରୁଥିବାବେଳେ ସ୍କୁଲଗୁଡ଼ିକରେ ଉନ୍ନତ ବିଜ୍ଞାନ ଲାବୋରାଟୋରୀର ସୁବିଧା ହୋଇପାରିନାହିଁ। କେବଳ ବିଜ୍ଞାନ ପାଠ୍ୟପୁସ୍ତକକୁ ପଢ଼ାଯାଉଥିଲେ ମଧ୍ୟ ଛାତ୍ରୀଛାତ୍ରମାନେ ପ୍ରାକ୍ଟିକାଲ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ପିଲାମାନେ ଉଭୟ ବିଜ୍ଞାନ ଏବଂ ପ୍ରାକ୍ଟିକାଲରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ଗଣଶିକ୍ଷା ବିଭାଗ ଏହି ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଉଦ୍ୟମ କରୁଛି। ନବମ ଓ ଦଶମ ପିଲାଙ୍କୁ ବିଜ୍ଞାନ ପାଠକ୍ରମ ସାଙ୍ଗକୁ ବିଷୟଭିତ୍ତିକ ପ୍ରାକ୍ଟିକାଲ ପ୍ରଦାନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ତେବେ ଗତ ୨ବର୍ଷ ହେବ ରାଜ୍ୟର ଅନେକ ସ୍କୁଲରେ ସ୍ମାର୍ଟ ଶ୍ରେଣୀ ପ୍ରସ୍ତୁତ କରାଯାଇଥିବାରୁ ବିଜ୍ଞାନ ପ୍ରାକ୍ଟିକାଲ କକ୍ଷ ପ୍ରସ୍ତୁତ କରିବାରେ ଅସୁବିଧା ହେବ ନାହିଁ। ଏଥିପାଇଁ ପ୍ରତି ସ୍କୁଲକୁ ୫୦ହଜାର ଟଙ୍କା ଓ ମୋଟ ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ। ଏଥିରେ ଜଣେ ଲେଖାଏ ଲାବୋରାଟୋରିଆନ୍‌ ରହିବେ। ଏହି ପଦବୀ ଲାଗି ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଶ ଚାଲିଛି। ତେବେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ଏହି ପ୍ରାକ୍ଟିକାଲ ଲାଗି ଅତିରିକ୍ତ ଦାୟିତ୍ୱ ଦେବାକୁ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏନେଇ ଆସନ୍ତା ୬ମାସ ମଧ୍ୟରେ ସବୁ ମାଧ୍ୟମିକ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଯିବ। କେଉଁ ସ୍କୁଲରେ କେତେ ପିଲା ପଢ଼ୁଛନ୍ତି ତାହାର ରିପୋର୍ଟ ଜିଲା ଶିକ୍ଷାଧିକାରୀମାନେ ଦାଖଲ କରିବେ। ଏହାବ୍ୟତୀତ ରାଜ୍ୟରେ ମାଧ୍ୟମିକ ସ୍କୁଲରେ କେତେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏବଂ ପ୍ରାକ୍ଟିକାଲ ଦେବା ଲାଗି ସେମାନଙ୍କର କେତେ ଦକ୍ଷତା ରହିଛି ତାହା ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri