Odisha Elections 2024

ପଦ୍ମପୁର ପ୍ରତିଶ୍ରୁତି ପାଳନ ପାଇଁ ବିଜେଡିର କସରତ

ଭୁବନେଶ୍ବର,୧୬ା୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ନବୀନ ନିବାସରୁ ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ପହଞ୍ଚିବା ପାଇଁ ଡକରା ମିଳିଥିଲା। ଡକରା ପାଇ ଦାୟିତ୍ୱରେ ଥିବା ସମସ୍ତ ନେତା ଯାଇ ନବୀନ ନିବାସରେ ପହଞ୍ଚିଥିଲେ। ଏହାସହ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପାଇଥିଲେ ସମସ୍ତଙ୍କୁ ଫଳାଫଳ ସମ୍ପର୍କିତ ରିପୋର୍ଟ ନେଇ ଆସିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ବ୍ଲକ ଏବଂ ଜୋନ୍‌ ଓ ପଞ୍ଚାୟତ ଦାୟିତ୍ୱରେ ଥିବା ନେତାମାନେ ନିଜ ରିପୋର୍ଟକୁ ସାଙ୍ଗରେ ଧରି ଯାଇ ପହ଼ଞ୍ଚି ଯାଇଥିଲେ। ଏହାପରେ ସମସ୍ତ ନେତାଙ୍କୁ ନେଇ ଜୋନ୍‌ଓ୍ବାରି ପଦ୍ମପୁରରେ ହୋଇଥିବା ଫଳାଫଳର ସମୀକ୍ଷା କରାଯାଇଥିଲା। କେଉଁ ପଞ୍ଚାୟତରେ କେତେ ରେଜଲ୍ଟ ହୋଇଛି, କେଉଁଠାରେ ଖରାପ ହେଇଛି ଏବଂ କୋଉଁଠାରେ ଦଳର ଭଲ ପ୍ରଦର୍ଶନ ହୋଇଛି ସବୁର ତର୍ଜମା କରାଯାଇଥିଲା। ଏହାପରେ କେଉଁ ନେତାମାନେ ଦାୟିତ୍ୱରେ ଥିବା ପଞ୍ଚାୟତରେ କ’ଣ ସବୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ସେକଥା ମଧ୍ୟ ଜଣାଇଥିଲେ। ସେହି ପ୍ରତିଶ୍ରୁତି ଯେପରି ତୁରନ୍ତ ଏବଂ ଯଥା ଢଙ୍ଗରେ ପାଳନ ହେବ ସେନେଇ ସେମାନଙ୍କୁ ଗୁରୁତ୍ୱ ଦେବା ଲାଗି କୁହାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାସରେ ପଦ୍ମପୁର ଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସେହିପରି ଜୋନ୍‌ଓ୍ବାରି ନେତାମାନଙ୍କୁ ଡାକି ପଦ୍ମ୍‌ପୁର ଉପନିର୍ବାଚନରେ କାମ କରିବା ସମୟରେ କ’ଣ ସବୁ ସେମାନଙ୍କ ଅନୁଭୂତି ରହିଲା ସେନେଇ ମଧ୍ୟ ପଚରାଯାଇଛି। ରାଜ୍ୟ ସରକାର ଆଣିଥିବା ଯୋଜନା ସବୁ ମଧ୍ୟରୁ କେଉଁଗୁଡିକ ଲୋକମାନଙ୍କ ଦ୍ୱାରା ବିଶେଷ ଆଦୃତ ହେଉଛି ,କେଉଁ ଯୋଜନାକୁ ହିତାଧିକାରୀମାନେ ଭଲ ପାଉନାହାନ୍ତି ସେନେଇ ପଞ୍ଚାୟତସ୍ତରରେ ଦାୟିତ୍ୱରେ ଥିବା ନେତାମାନଙ୍କୁ ପଚରାଯାଇଥିଲା। ଏହାସହ ଭାଜପା, ରାଷ୍ଟ୍ରୀୟ ସ୍ବୟଂ ସେବକ, ବିଶ୍ୱ ହିନ୍ଦୁ ପରିଷଦ ବାଲାଙ୍କ ଭୂମିକା କିପରି ରହୁଛି ସେନେଇ ମଧ୍ୟ ମତାମତ ନିଆଯାଇଥିଲା। ଏହାସହ ଅନ୍ୟ କେଉଁ ଯୋଜନା କଲେ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିବ ସେକଥା ମଧ୍ୟ ପଚରାଯାଇଥିଲା। ତେବେ ଆସନ୍ତା ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଯିବେ। ଏହା ପୂର୍ବରୁ ପଞ୍ଚାୟତସ୍ତରରେ ନେତାମାନେ ଯାହାସବୁ ପ୍ରତିଶ୍ରୁତି ଦେଇଛନ୍ତି ସେସବୁର ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରି କିପରି ତୃଣମୂଳସ୍ତରରେ କାମ ହେବ ସେନେଇ କାମ ଆରମ୍ଭ କରିଦେବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯେବେ ପଦ୍ମପୁର ଯିବେ ସେହି କାର୍ଯ୍ୟାଦେଶ ବଣ୍ଟାଯିବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ତେବେ ବୈଠକ ଶେଷରେ ସବୁ ନେତାଙ୍କୁ ଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟାଯାଇଥିଲା। ତେବେ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ କେବେ ଯିବେ ତା’ର ତାରିଖ ନିର୍ଦ୍ଧାରଣ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଲଗାତର ତିନିଦିନ କରିବେ ପ୍ରଚାର

ଭୁବନେଶ୍ୱର,୧୯।୫: ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପୁରୀରେ ରୋଡ ଶୋ’ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ,୧୯।୫: ରବିବାର ତୃତୀୟ ଥର ପାଇଁ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରୋଡ୍‌ ସୋ...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri