ସର୍ଭେରେ ଗୋପାଳପୁର-ରାୟଗଡ଼ା ରେଳ ଲିଙ୍କ୍‌

ବ୍ରହ୍ମପୁର ଅଫିସ,୧୫ା୧୨: ଦକ୍ଷିଣ ଓଡ଼ିଶାର ଏକମାତ୍ର ଗୋପାଳପୁର ବନ୍ଦର ସାମୟିକରୁ ଇତିମଧ୍ୟରେ ସବୁଦିନିଆ ହୋଇଛି। ରାଜ୍ୟ ରାଜକୋଷରୁ ୧୯୮୦ ଦଶକରେ ୧୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ବନ୍ଦର ୧୯୯୫ ପୂର୍ଣ୍ଣିଝଡ଼ ଏବଂ ୧୯୯୯ ମହାବାତ୍ୟାରେ ଧ୍ୱଂସ ହୋଇଯାଇଥିଲା। ୨୦୦୬ରେ ଏହାକୁ ଘରୋଇକରଣ କରାଯାଇଥିଲା। କ୍ଷୁଦ୍ର ବନ୍ଦରକୁ ସବୁଦିନିଆ ବନ୍ଦର କରାଯିବାର ଘରୋଇ ମାଲିକଙ୍କ ସହ ସର୍ତ୍ତ ରଖାଯାଇଥିଲା। ତେବେ ମାଲ ପରିବହନ ଓ ରପ୍ତାନି ଆଶାନୁରୂପ ହେଉନଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବନ୍ଦରର ଅଧିକ ବିକାଶ ଏବଂ ରାଜସ୍ବ ଅଭିବୃଦ୍ଧି ନିମନ୍ତେ ୧୩ ବର୍ଷ ତଳୁ ପ୍ରସ୍ତାବିତ ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ୨୫୮ କି.ମି.ଦୈର୍ଘ୍ୟ ନୂଆ ରେଳପଥ ନିିର୍ମାଣ ଏକାନ୍ତ ଅପରିହାର୍ଯ୍ୟ ହୋଇଛି।

ଏହି ରେଳପଥ ନିର୍ମାଣ ଲାଗି ୨୦୦୯ ଫେବୃୟାରୀ ୨୮ରେ ସର୍ଭେ ନିମନ୍ତେ ଗୋପାଳପୁର ବେଳାଭୂମି ପାର୍ଶ୍ୱରେ ଶୁଭ ଦିଆଯାଇଥିଲା। କଂଗ୍ରେସରୁ ବ୍ରହ୍ମପୁର ଏମ୍‌ପି ନିର୍ବାଚିତ ହୋଇ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ହୋଇଥିଲା। ସର୍ଭେ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏସ୍‌କେ ବାହାମାନି ଉପସ୍ଥିତ ଥିଲେ। ଏକ ନାମୀଦାମୀ ଘରୋଇ ଉଦ୍ୟୋଗକୁ ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ସେହି ଉଦ୍ୟୋଗ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସର୍ଭେ ଶେଷ କରି ରେଳ ମନ୍ତ୍ରଣାଳୟକୁ ଦେଇଥିଲା। ଏ ବାବଦରେ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।

ପରବର୍ତ୍ତି ପର୍ଯ୍ୟାୟରେ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ପରାସ୍ତ ହେଲେ। ତେଣୁ ରେଳପଥ ନିର୍ମାଣ ଅଟକିଗଲା। ମନମୋହନ ସିଂହଙ୍କ ଦ୍ୱିତୀୟ ପାଳି ସରକାରଙ୍କ ପକ୍ଷରୁ ଅଣଦେଖା କରାଗଲା। ୨୦୧୨ରେ ତତ୍‌କାଳୀନ କେନ୍ଦ୍ର ଯୋଜନା କମିଶନ ଓ ବର୍ତ୍ତମାନର ନୀତି ଆୟୋଗ ପକ୍ଷରୁ ଗୋପାଳପୁର -ରାୟଗଡ଼ା ରେଳପଥ ନିର୍ମାଣ ପାଇଁ ୧୩୯୨ କୋଟି ଟଙ୍କା ମଞ୍ଜୁର କରିଥିବା ସତ୍ତ୍ୱେ ବିଜେଡି ସରକାର ଜମି ଯୋଗାଉନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାହୁ ସଂଗୀନ ଅଭିଯୋଗ କରିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ଦ୍ୱାରା ପରାଜିତ ଚନ୍ଦ୍ରଶେଖର ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଭାଜପା ପ୍ରାର୍ଥୀଙ୍କୁ ହରାଇ ବିଜେଡି ଏମ୍‌ପି ହୋଇଛନ୍ତି। ଏହାର ସାଢ଼େ ୩ ବର୍ଷ ବିତିଥିବା ଓ ଏହି ସମୟ ମଧ୍ୟରେ ଲୋକସଭା ଅଧିବେଶନରେ ସେ ଏହି ପ୍ରସଙ୍ଗ ଉଠାଇନାହାନ୍ତି।

ଦକ୍ଷିଣାଞ୍ଚଳରୁ ୪ ବିଜେଡି ଓ ଜଣେ କଂଗ୍ରେସ ଏମ୍‌ପି ନିର୍ବାଚିତ ହୋଇଛନ୍ତି। ତେବେ ଏହି ରେଳପଥ ଦାବି ନେଇ ପାଟି ଖୋଲୁନାହାନ୍ତି। ବିଧାନସଭାରେ ମଧ୍ୟ ସଂକଳ୍ପ ଗୃହୀତ ହେଉନାହିଁ। ଅପରପକ୍ଷରେ ରାୟଗଡ଼ା-ଗୋପାଳପୁର ରେଳ ଲିଙ୍କ୍‌ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡିକରେ ଯାତ୍ରୀ ପରିବହନ ଏବଂ ଜଙ୍ଗଲଯାତ ପଦାର୍ଥର ଅନ୍ୟତ୍ର ରପ୍ତାନି ସୁବିଧାରେ ହେବ। କେବଳ ସେତିକି ନୁହେଁ ଦାମନଯୋଡ଼ିରେ ନାଲକୋ ଉପତ୍ାଦିତ ଏବଂ ରାୟଗଡ଼ାରେ ଉପତ୍ାଦିତ ଶିଳ୍ପ ସାମଗ୍ରୀ ରେଳପଥରେ ଗୋପାଳପୁର ବନ୍ଦରକୁ ଅଣାଯାଇ ଦେଶ ବିଦେଶକୁ ରପ୍ତାନି ହୋଇପାରିବ। ଫଳରେ ବନ୍ଦର ରାଜସ୍ବ ବୃଦ୍ଧି ପାଇବ। ଏବେ ନାଲକୋ ଉପତ୍ାଦିତ ସାମଗ୍ରୀ ବିଶାଖାପାଟଣା ବନ୍ଦର ଦେଇ ଅନ୍ୟତ୍ର ପଠାଯାଉଛି ଏବଂ ଆମଦାନୀ ସାମଗ୍ରୀ ମଧ୍ୟ ସେହି ବାଟରେ ଆସୁଛି। ତେଣୁ ନୂତନ ରେଳପଥ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ବିଜେଡି ସମର୍ଥନରେ ରାଜ୍ୟ ସଭାକୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହୋଇଥିବାରୁ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଦାବି ପ୍ରତି ଗୁରୁତ୍ୱ ଦେଇ ରାୟଗଡ଼ା-ଗୋପାଳପୁର ରେଳ ଲାଇନ କାର୍ଯ୍ୟକ୍ଷମ କରିବା ପାଇଁ ସଚେତନ ମହଲରୁ ସ୍ବର ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri