Odisha Elections 2024
Posted inଜାତୀୟ

ଜୟପୁର ବାଳ ସୁଧାର ଗୃହରୁ ୬ କଏଦୀ ଫେରାର

ଜୟପୁର,୧୫ ।୧୨; ରାଜସ୍ଥାନ ଜୟପୁରର ଟ୍ରାନ୍ସପୋର୍ଟ ନଗର ଥାନା ଅଞ୍ଚଳରେ ଥିବା ବାଳ ସୁଧାର ଗୃହରୁ ମଙ୍ଗଳବାର ରାତିରେ ୬ ଜଣ କଏଦି ଫେରାର ହୋଇଯାଇଛନ୍ତି । ଟ୍ରାନ୍ସପୋର୍ଟ ନଗର ଥାନାର ଥାନାଧିକାରୀ ଅବଦୁଲ ୱାହିଦ ବୁଧବାର କହିଛନ୍ତି ବାଳ ସୁଧାର ଗୃହରୁ ମଙ୍ଗଳବାର ରାତିରେ ୬ କଏଦୀ ଫେରାର ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି ।
ଥାନାଧିକାରୀ କହିଛନ୍ତି, ଏମାନଙ୍କ ମଧ୍ୟରୁ ୪ ଜଣ ପାଚେରୀ ଭାଙ୍ଗି ଖସି ଯାଇଥିବା ବେଳେ ଅନ୍ୟ ୨ ଜଣ ଗାର୍ଡଙ୍କୁ ଚକମା ଦେଖାଇ ଖସି ଯିବାରେ ସଫଳ ହୋଇଛନ୍ତି । ଏହି ୬ ଜଣଙ୍କ ମଧ୍ୟରୁ ଜଣଙ୍କ ନାଁରେ ହତ୍ୟା, ଅନ୍ୟ ଦୁଇ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଅନ୍ୟମାନଙ୍କ ନାଁରେ ପୋକ୍ସୋ ଓ ଚୋରୀ ମାମଲା ରହିଛି ।
ଥାନାଧିକାରୀ କହିଛନ୍ତି ବାଳ ସୁଧାର ଗୃହର ରିପୋର୍ଟ ଅନୁଯାୟୀ, କିଶୋର ନ୍ୟାୟ(ବାଳ ଦେଖାରାଖା ଓ ସଂରକ୍ଷଣ) ଅଧିନିୟମ, ୨୦୧୫ ଅନୁଯାୟୀ ମାମଲା ଦାୟର କରାଯାଇଛି ଓ ଖସି ଯାଇଥିବା କଏଦୀଙ୍କୁ ଖୋଜା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ଭୂଷଣଙ୍କ ପୁଅଙ୍କ ସହ ଥିବା ଗାଡ଼ି ଧକ୍କାରେ ୨ ମୃତ

ଲକ୍ଷ୍ନୌ,୨୯ା୫:  ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ରେସ୍‌ଲିଂ ଫେଡେରେଶନ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପୁଅ କରନ ଭୂଷଣ ସିଂଙ୍କ ସହ ଥିବା ଏକ...

ୟୁପି ଏବେ ମାଫିଆମୁକ୍ତ, ଯାହା ବି ଅଛି ତାହା ପୂରା ସଫା ହୋଇଯିବ

ଲକ୍ଷ୍ନୌ,୨୯ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଲୋକ ସଭା ନିର୍ବାନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ରବି କିଶନଙ୍କ ସମର୍ଥନରେ ଏକ ରୋଡ୍‌ ଶୋ’ କରିଥିଲେ। ଏହି...

ମଟନ ପାର୍ଟି ଦେବେ ରାହୁଲ,ପ୍ରିୟଙ୍କା କରିବେ ରୋଷେଇ; ଜାଣନ୍ତୁ କିଏ ହେବେ ସ୍ବତନ୍ତ୍ର ଅତିଥି

ପାଟନା,୨୯।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେବେ ମଟନ ପାର୍ଟି। ଏଥିରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରେଷେୟା ସାଜିବେ। ନିର୍ବାଚନ ପ୍ରଚାର ସମୟରେ ବିହାରରେ ପହଞ୍ଚିଥିବା...

ଇଣ୍ଡିଆ ମେଣ୍ଟ-ଭାଜପାକୁ କେତେ ସିଟ୍‌ ମିଳିବ ସ୍ପଷ୍ଟ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ସାକ୍ଷାତକାରରେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ୍‌ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ସେ କହିଛନ୍ତି,...

ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ, ରାହୁଲ-କେଜ୍‌ରିଓ୍ବାଲଙ୍କୁ ଆଗୁଆ ଶୁଭକାମନା ଦେଲେ…

ଇସଲାମାବାଦ,୨୯।୫: ପାକିସ୍ତାନର ପ୍ରତିଟି ବ୍ୟକ୍ତି ନରେନ୍ଦ୍ର ମୋଦି ନିର୍ବାଚନ ହାରି ଯାଆନ୍ତୁ ବୋଲି ଚାହାନ୍ତି। ସେମାନେ ମୋଦିଙ୍କୁ ହରାଇବା ଲାଗି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍‌ରିଓ୍ବାଲ...

ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି

କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ...

ଶାର୍ଜିଲ ଇମାମଙ୍କୁ ମିଳିଲା ଜାମିନ, ୪ ବର୍ଷ ପୂର୍ବେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ,୨୯।୫: ୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଆଇନଗତ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ...

ଦିଲ୍ଲୀରେ ୫୨.୩ ଡ଼ିଗ୍ରୀ ଛୁଇଁଲା ତାତି, ରେକର୍ଡ ହେଲା ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା

ନୂଆଦିଲ୍ଲୀ,୨୯।୫: ରାଜଧାନୀ ଦିଲ୍ଲୀରେ ବୁଧବାର ନିଆଁ ବର୍ଷା କରିଛନ୍ତି ସୂର୍ଯ୍ୟ ଦେବ। ଏଥିସହିତ ଦିଲ୍ଲୀରେ ରେକର୍ଡ ହୋଇଛି ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା। ଅପରାହ୍ନ ୨ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri