ଅଲ ନ୍ୟୁ ବିଏମଡବ୍ଲ୍ୟୁ ଏସ୍‌ ୧୦୦୦ ଆର୍‌ଆର୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୧୨।୧୨: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ବିଏମଡବ୍ଲ୍ୟୁ ଏସ ୧୦୦୦ ଆର୍‌ଆର୍‌ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ନିକଟରେ ଦିଲ୍ଲୀ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜୟ ଟାଉନ କାର୍ଯ୍ୟକ୍ରମରେ କମ୍ପାନୀର ୩ଟି ଡିଜାଇନ ମଧ୍ୟ ସର୍ବଭାରତୀୟ ଉନ୍ମୋଚନ କରାଯାଇଥିଲା। ଏଥିରେ ସମସ୍ତ ପ୍ରକାରର ଆଧୁନିକ ସୁବିଧା ସଂଯୋଗ ଥିବାବେଳେ ୩ଟି ରଙ୍ଗ ଓ ଡିଜାଇନ ସହ ସ୍ପୋର୍ଟିଂ ପ୍ୟାକେଜରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଛି।

ଏହାର ଏକ୍ସ ଶୋରୁମ (ଇଣ୍ଡିଆ)ର ମୂଲ୍ୟ ୨୦ ରୁ ୨୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଏ ସମ୍ପର୍କରେ ବିଏମଡବ୍ଲ୍ୟୁ ଗ୍ରୁପର ଇଣ୍ଡିଆ ସଭାପତି ତଥା ସିଇଓ ବିକ୍ରମ ପଓ୍ବା କହିଛନ୍ତି କମ୍ପାନୀ ଦ୍ୱାରା ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଏସ ୧୦୦୦ଆରଆର ବିଏମଡବ୍ଲ୍ୟୁ ମୋଟରର ରେସିଂ ଡିଏନଏ ବର୍ଗରେ ସାମିଲ ରହିଛି। ଏଥିରେ ଅନେକ ବୈଶିଷ୍ଟ୍ୟ ରହିଛି। ଏହା ବିଶେଷ କରି ବର୍ତ୍ତମାନର ଯୁବ ବର୍ଗ ଓ ରେସିଂ ବର୍ଗର ଚାଳକଙ୍କ ପାଇଁ ପ୍ରସ୍ତୁତି କରାଯାଇଛି। ସେହିଭଳି ଜୟ ଟାଉନ କାର୍ଯ୍ୟକ୍ରମରେ କମ୍ପାନୀ ଆଉ ୨ଟି ପ୍ରିମିୟମ କାରର ମଧ୍ୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଜୟ ଟାଉନରେ ଆୟୋଜିତ ଅନେକ କାର୍ଯ୍ୟକ୍ରମ ମଧ୍ୟରେ ନୂତନ ଯାନ ଉନ୍ମୋଚନ ଅନ୍ୟତମ ରହିଥିଲା। ସେହିଭଳି ଜୟ ଟାଉନ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶହ ଶହ ଲୋକ ଭାଗ ନେଇ ନାଚ, ଗୀତ, ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିବା ବିଷୟରେ ପଓ୍ବା ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri