ବାଲ୍ୟ ବିବାହ କରିବା ପରେ ବାଲ୍ୟ ବିଧବା ପାଲଟିଯାଇଥିବା ଜଣେ ଝିଅ ନିଜର ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ କିପରି ସଶକ୍ତ ହୋଇ ସମାଜସେବା କରିପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ପିଥୋରଗଡ଼ ଗାଁରେ ଜନ୍ମିତ ବାସନ୍ତୀ ଦେବୀ ୧୨ବର୍ଷ ବୟସରେ ବାଲ୍ୟ ବିବାହ କରିଥିଲେ। ଦୁଇବର୍ଷ ପରେ ସେ ସ୍ବାମୀଙ୍କୁ ହରାଇ ଅସହାୟ ହୋଇଯାଇଥିଲେ। ପରେ ତାଙ୍କୁ କୌସାନି ସ୍ଥିତ ଲକ୍ଷ୍ମୀ ଆଶ୍ରମକୁ ପଠାଇ ଦିଆଗଲା। ସେଠାରେ ସେ ପୁନର୍ବାର ତାଙ୍କ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପଢ଼ିବା ସମୟରେ ସେ କୋଷି ନଦୀ ବିପଦରେ ଥିବା ବିଷୟ ଜାଣିବାକୁ ପାଇଥିଲେ। ଏହାର ଅବବାହିକାରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେବା ଯୋଗୁ ଏଭଳି ବିପଦ ଉପୁଜିବାରେ ଲାଗିଥିଲା। ଏହାକୁ ଲକ୍ଷ୍ୟକରି ବାସନ୍ତୀ ଆଖପାଖ ଗାଁକୁ ଯାଇ ମହିଳାମାନଙ୍କୁ କୋଷି ନଦୀ ସୁରକ୍ଷା ସମ୍ପର୍କରେ ଅବଗତ କରିବା ସହ ସେମାନଙ୍କୁ ତାଙ୍କ ଅଭିଯାନରେ ସାମିଲ କରିଥିଲେ। ତାଙ୍କ ଅଭିଯାନର ନାମ ‘ସେଭ୍ କୋଷି ମୁଭ୍ମେଣ୍ଟ’। ଏହି ଅଭିଯାନକୁ ଏବେ ୨୦ ବର୍ଷ ପୂରିଗଲାଣି। ଇତିମଧ୍ୟରେ ସେ ୨୦୦ ଗାଁରୁ ଅନେକ ଶହ ମହିଳାଙ୍କୁ ଏକାଠି କରି କୋଷି ନଦୀ ଅବବାହିକାରେ ଗଛର ସୁରକ୍ଷା କରିବା ସହ ବୃକ୍ଷରୋପଣ କରୁଛନ୍ତି। ଏଥିପାଇଁ ତାଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।
ସ୍ବାସ୍ଥ୍ୟ ଓ ଜୀବନଶୈଳୀ
ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...
୨୦୨୬ର ଚିନ୍ତା
୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...
କାର୍ଯ୍ୟରେ ବିଳମ୍ବ
ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
Archives


